ଲକ୍ଷ୍ନୌ: ନାଗରିକତ୍ୱ ସଂଶୋଧନ ଅଧିନିୟମ ପ୍ରସଙ୍ଗରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟି  ଏବଂ ଏଆଇଏମଆଇଏମ ମୁଖ୍ୟ ଆସାଦୁଦ୍ଦିନ ଓୱେସିଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ମୁଁ ଏଠାରେ ଚେତାବନୀ ଦେଉଛି ଯେଉଁମାନେ CAA ସହିତ ଖେଳିବା କାର୍ଯ୍ୟ କରୁଛନ୍ତି ସେହି ଅବ୍ବାଜାନ ଏବଂ ଚାଚାଜାନଙ୍କ ସହିତ ସଫଳତାର ସହ ମୁକାବିଲା କରିବା ସରକାର ଜାଣିଛନ୍ତି।


COMMERCIAL BREAK
SCROLL TO CONTINUE READING

ଏଆଇଏମଆଇଏମ ମୁଖ୍ୟ ଆସାଦୁଦ୍ଦିନ ଓୱେସି  ସମାଜବାଦୀ ପାର୍ଟି ଏଜେଣ୍ଟ । ସେ ଉତ୍ତେଜନା କରିବା ଭଳି ବୟାନବାଜି କରି ଲୋକଙ୍କ ଭାବନାଙ୍କୁ ଆଘାତ ପହଞ୍ଚାଉଛନ୍ତି। ଏବେ ରାଜ୍ୟରେ ମାଫିଆଙ୍କ ଛାତିରେ ବୁଲଡୋଜର ଚଳାଉଥିବା ସରକାର ଶାସନ କରୁଛି। ଆମେ କ୍ଷମତାକୁ ଆସିବା ପୂର୍ବରୁ ପ୍ରତି ୩ ଦିନରେ ଦଙ୍ଗା ହେଉଥିଲା ହେଲେ ଆମ ସରକାର ଅମଳରେ କୌଣସି ଦଙ୍ଗା ହୋଇନାହିଁ।


Also Read: RSS ଏଜେଣ୍ଡା ଅନୁସାରେ କାମ କରୁଛନ୍ତି Asaduddin Owaisi: BSP


ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏପରି ବୟାନ ଶୁଣିବା ପରେ ଏହାର ଜବାବ ରଖି ଅସାଦୁଦ୍ଦିନ ଓୱେସି ଏହାର ଜବାବ ଦେଇ କହିଛନ୍ତି ମୁଁ କେବଳ ତାଙ୍କର ଏଜେଣ୍ଟ ଯିଏ ଦେଶକୁ ସ୍ୱାଧିନତା ଦେଇଛନ୍ତି ଏବଂ ଭାରତୀୟଙ୍କ ନାଗରିକତ୍ୱକୁ ଧର୍ମ ପାଖରୁ ବାହାରେ ରଖିଛନ୍ତି। ଯଦି ଆପଣ CAA ଏବଂ NRC ପରି ଅସାମ୍ବିଧାନିକ ଆଇନ କାର୍ଯ୍ୟକାରୀ କରନ୍ତି ତେହେଲେ ଆମେ ସାମ୍ବିଧାନିକ ଉପାୟରେ ଏହାକୁ ଦୃଢ ଭାବେ ବିରୋଧ କରିବୁ। କେବଳ ଉତ୍ତରପ୍ରଦେଶ ନୁହେ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ସବୁଠାରେ ବିରୋଧ କରିବୁ। 


ଦଳ ପକ୍ଷରୁ କାନପୁର ଠାରେ ଆୟୋଜିତ ହୋଇଥିବା ବୁଥ୍ ସଭାପତି ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ବୁନ୍ଦେଲଖଣ୍ଡ, କାନପୁର ପ୍ରଭୃତି ଅଞ୍ଚଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ୧୮୫୭ ସ୍ୱାଧିନତା ସଂଗ୍ରାମରେ ଯେତେବେଳେ ଝାନ୍ସି ରାଣୀ ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ସ୍ୱର ଉଠାଇଥିଲେ। ପ୍ରାକୃତିକ ସମ୍ପଦର ପ୍ରଚୁରତା ହେତୁ ଏହି କ୍ଷେତ୍ର ଏକ ବିଶେଷ କ୍ଷେତ୍ର ହୋଇଥାଇପାରିଥାନ୍ତା ହେଲେ ସ୍ୱାଧିନତା ପରେ ସରକାର ଏହାକୁ ଲୁଟ୍ କରି ଏହାକୁ ଫୋପାଡି ଦେଇଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏହି କ୍ଷେତ୍ର ବିକାଶ ଆଡକୁ ଗତି କରୁଛି। କୋରୋନା କାଳରେ ବିଜେପି କର୍ମକର୍ତ୍ତା ଯଥାସମ୍ଭବ ଲୋକଙ୍କୁ ସାହାଯ୍ୟ ସହଯୋଗ କରିଥିଲେ। ହେଲେ ସେତେବେଳେ ଅନ୍ୟ ଦଳର ନେତା ଲୋକଙ୍କୁ ଭ୍ରମିତ କରିବା ଭଳି ବୟାନବାଜି କରୁଥିଲେ। 


Also Read: ଏନକାଉଣ୍ଟର ପରେ ପ୍ରତିଶୋଧ ନେବାକୁ ଧମକ ଦେଲେ ସମାଜବାଦୀ ପାର୍ଟି ବିଧାୟକ ଅସଲମ ଚୌଧୁରୀ


୨୦୧୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଯେଉଁ ପ୍ରତିଶୃତି ଦେଇଥିଲେ ସେହି ସମସ୍ତ କାର୍ଯ୍ୟ ୨୦୧୯ ସୁଦ୍ଧା କରାଯାଇଛି। ୨୦୧୯ ବର୍ଷରେ ଯାହା କୁହାଯାଇଥିଲା ତାହା ଚଳିତ ବର୍ଷ ସୁଦ୍ଧା ପୂରଣ ହେଉଛି। ଆମେ ସବୁବେଳେ କହୁଥିଲୁ ରାମ ଲାଲା ଆମେ ଆସିବୁ, ସେଠାରେ ମନ୍ଦିର ନିର୍ମାଣ କରିବୁ। ପ୍ରଧାନମନ୍ତ୍ରୀ ସେହି ସ୍ୱପ୍ନକୁ ସାକାର କରିଛନ୍ତି। ସେ କହିଛନ୍ତି ଯେ କରୋନା କାଳରେ ମାଗଣା ପରୀକ୍ଷା, ମାଗଣା ଟିକା ଏବଂ ମାଗଣା ରାସନ ଦିଆଯାଇଛି। କେବଳ ପ୍ରଧାନମନ୍ତ୍ରୀଙ୍କ କାରଣରୁ ଏହା ସମ୍ଭବ ହୋଇପାରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଯାନ ବର୍ତ୍ତମାନ ଦ୍ୱାରରୁ ଦ୍ୱାର ପର୍ଯ୍ୟନ୍ତ ଚାଲିବ। 


Also Read: Asaduddin Owaisi ଙ୍କ ଚେତାବନୀ; NPR-NRC ଲାଗୁ କଲେ ହେବ ଶାହୀନବାଗ ଭଳି ଆନ୍ଦୋଳନ


ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଦୀପାବଳି ଠାରୁ ହୋଲି ପର୍ଯ୍ୟନ୍ତ ୧୫ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇବା ପାଇଁ ରାଜ୍ୟ ସରକାର କାର୍ଯ୍ୟ କରିବେ। ଏହି ରାସନ ସାମଗ୍ରୀରେ ଏକ କିଲୋଗ୍ରାମ ଡାଲି, ତେଲ, ଲୁଣ, ଚିନି ମଧ୍ୟ ଯୋଗାଇ ଦିଆଯିବ। ଜନସାଧାରଣଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ସେ କହିଛନ୍ତି ଯେ ସଙ୍କଟ ସମୟର ସାଥୀ କିଏ? ଯେତେବେଳେ ସଙ୍କଟର ସହଭାଗୀ ହେଉଛି ବିଜେପି। ସେତେବେଳେ ଭୋଟ୍ ପାଇବା ଅଧିକାର ମଧ୍ୟ ବିଜେପି ପାଖରେ ରହିଛି। ବୁଥ୍ ସଭାପତି ୨୦୧୯ ନିର୍ବାଚନରେ ଯାହା କରିଛନ୍ତି ତାହା କରିଛନ୍ତି। ସେମାନେ ପୁନର୍ବାର ନିଷ୍ପତ୍ତି ନେବାକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ଏହି ମନ୍ତ୍ର ଦେଇଥିଲେ, ଯଦି ତୁମେ ବୁଥ୍ ଜିତିବ ତାହେଲେ ତୁମେ ନିର୍ବାଚନ ​​ଜିତିବ।