Congress President Poll: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ଅକ୍ଟୋବର ୧୭ ତାରିଖରେ ଶେଷ ହୋଇଯାଇଛି ମତଦାନ। ଏହି ନିର୍ବାଚନ ପାଇଁ ମତଦାନ ଲାଗି ଦେଶର ୪୦ କେନ୍ଦ୍ରରେ ୬୮ବୁଥ୍ ସ୍ଥାପନ କରାଯାଇଛି। ଯେଉଁଠାରେ ଭୋଟିଂ ପ୍ରକ୍ରିୟା ସକାଳ ଦଶଟାରୁ ଆରମ୍ଭ ହୋଇ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଚାଲିଥିଲା। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରାୟ ୯୮୦୦ ପ୍ରଦେଶ କଂଗ୍ରେସ କମିଟି ପ୍ରତିନିଧି ମତଦାନ କରିଛନ୍ତି। ଦଳର ଅଧ୍ୟକ୍ଷ ପଦ ଲାଗି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଶଶୀ ଥରୁରଙ୍କ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହୋଇଛି। ମତଦାନ ଶେଷ ହେବା ପରେ ମତଦାନ ବାକ୍ସ ଦିଲ୍ଲୀ ଅଣାଯିବ। ଯେଉଁଠାରେ ୧୯ ଅକ୍ଟୋବରରେ ଦଳୀୟ ମୁଖ୍ୟାଳୟ ଠାରେ ଭୋଟ୍ ଗଣନା କରାଯିବ। ସେହି ଦିନ ନିର୍ବାଚନ ଫଳାଫଳ ମଧ୍ୟ ଘୋଷଣା କରାଯିବ। 


COMMERCIAL BREAK
SCROLL TO CONTINUE READING

ପ୍ରାୟ ୨୨ ବର୍ଷ ପରେ ଅନୁଷ୍ଠିତ ହୋଇଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ (Congress President Election)। ହେଲେ ଏହି ନିର୍ବାଚନରେ କିଏ ମାରିବ ବାଜି ତାହା ଉତ୍ତର ପ୍ରଦେଶ କଂଗ୍ରେସ (Uttar pradesh Congress) ସ୍ଥିର କରିବ। କାରଣ ଦଳୀୟ ସଭାପତି କିଏ ହେବେ ତାହା ରାଜ୍ୟ କଂଗ୍ରେସ କମିଟିର (Uttar Pradesh Congress Committee) ପ୍ରାୟ ୧୫୦୦ ଦଳୀୟ ପଦାଧିକାରୀ (UP Congress Office Bearers) ସ୍ଥିର କରିବେ। ପୂର୍ବତନ ବିରୋଧୀ ଦଳ ନେତା ରମେଶ୍ୱର ଲାଲ ଡୁଡିଙ୍କୁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଦଳୀୟ ପର୍ଯ୍ୟବେକ୍ଷକ କରାଯାଇଛି। କଂଗ୍ରେସ ରାଷ୍ଟ୍ରୀୟ ସଭାପତି (Congress National President) ପଦ ପାଇଁ ନିର୍ବାଚନରେ ​​ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ନବ ନିର୍ବାଚିତ ୧୨୪୭ ସଦସ୍ୟ ଏବଂ ଦଳର ୧୫୪ ସାଙ୍ଗଠନିକ ଜିଲ୍ଲା ତଥା ନଗର ସଭାପତି ଏହି ନିର୍ବାଚନରେ ମତଦାନ କରିବେ।


ସଂଖ୍ୟାବଳ ଦୃଷ୍ଟିରୁ ଉତ୍ତର ପ୍ରଦେଶ କଂଗ୍ରେସ କମିଟିରେ ସର୍ବାଧିକ ଦଳୀୟ ପଦାଧିକାରୀ ଅଛନ୍ତି। ସେମାନଙ୍କ ଭୋଟ ଦଳର ସଭାପତି ନିର୍ବାଚନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି କାରଣରୁ ନିର୍ବାଚନ ଲଢୁଥିବା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଶଶୀ ଥରୁର ଖାର୍ଗେ ଉତ୍ତର ପ୍ରଦେଶ ଗସ୍ତରେ ଆସି ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିଛନ୍ତି। ଅଧିକରୁ ଅଧିଂକ ସଂଖ୍ୟାରେ ମତଦାନ କରିବା ଲାଗି ରାଜ୍ୟ କଂଗ୍ରେସ କମିଟିର ଦଳୀୟ ପଦାଧିକାରୀଙ୍କୁ ନିବେଦନ କରିଛନ୍ତି ଉଭୟେ। ଏହି ନିର୍ବାଚନରେ ୯୮୦୦ ପ୍ରଦେଶ କଂଗ୍ରେସ କମିଟି ପ୍ରତିନିଧି ମତଦାନ କରିଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ କେବଳ ୧୫୦୦ ଦଳୀୟ ପଦାଧିକାରୀ ଉତ୍ତର ପ୍ରଦେଶ କଂଗ୍ରେସ ସହ ଜଡ଼ିତ।


Also Read: Congress President Election: ଜାରି ରହିଛି ମତଦାନ, ପ୍ରତିକ୍ରିୟା ରଖିଲେ ପ୍ରାର୍ଥୀ ଶଶୀ ଥରୁର


ଦଳର ସଭାପତି ନିର୍ବାଚନ ପୂ୍ର୍ବରୁ ଟ୍ୱିଟ କରି ପ୍ରତିକ୍ରିୟା ରଖିଥିଲା ଉତ୍ତର ପ୍ରଦେଶ କଂଗ୍ରେସ କମିଟି। ଏନେଇ ଦଳ ପକ୍ଷରୁ କୁହାଯାଇଛି, "ଗୁରୁତ୍ୱପୂର୍ଣ୍ଣ ସୂଚନା, କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ମତଦାନ ଆରମ୍ଭ ହୋଇଯାଇଛି। ମତପତ୍ରରେ ୨ ଜଣ ପ୍ରାର୍ଥୀଙ୍କ ନାମ ଲେଖାଯାଇଛି। ଆପଣ ଭୋଟ୍ ଦେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ନାମ ଆଗରେ ଏକ ଟିକ୍ ମାର୍କ ରଖନ୍ତୁ। ଯଦି ଅନ୍ୟ କୌଣସି ମାର୍କ କିମ୍ବା ସଂଖ୍ୟା ଲେଖାଯାଏ, ତାହେଲେ ସେହି ଭୋଟ ଭୁଲ ବୋଲି ଧରାଯିବ।


ଏନେଇ ପ୍ରତିକ୍ରିୟା ରଖି କଂଗ୍ରେସ ପ୍ରବକ୍ତା ଅଂଶୁ ଅୱସ୍ତି କହିଛନ୍ତି ଯେ ଏହି ନିର୍ବାଚନ ଭାରତୀୟ ଗଣତନ୍ତ୍ରକୁ ମଜବୁତ କରିବ। ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ଦଳରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ନିର୍ବାଚନ ସେହି ଦଳକୁ ବାର୍ତ୍ତା ଦେଉଛି। ଯେଉଁମାନେ ନିଜ ଦଳରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଗ୍ରହଣ କରୁନାହାଁନ୍ତି।