Kendujhar crime: ଲୁଟ୍ ପରେ ଦୋକାନ ମାଲିକ ଲୁଟେରାଙ୍କୁ ପିଛା କରିଥିଲେ, ହେଲେ ତାଙ୍କର କୌଣସି ପତ୍ତା ପାଇନଥିଲେ। ପରେ ଚମ୍ପୁଆ ଥାନାରେ ଲୁଟ୍ ନେଇ ଅଭିଯୋଗ କରିଛନ୍ତି। ପରେ ଚମ୍ପୁଆ ଥାନାରେ ଲୁଟ୍ ନେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିବା ଜଣାପଡିଛି। ପ୍ରାୟ ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ୍ ହୋଇଥିବା ସୂଚନା ରହିଛି।
Trending Photos
ଯୋଡ଼ା: ରାତିର ଅନ୍ଧକାରରେ ଅଳଙ୍କାର ବ୍ୟବସାୟୀଙ୍କ ନିକଟରୁ ହେଲା ସଶସ୍ତ୍ର ଡକାୟତି। ଦୋକାନୀ ବାପପୁଅ ୨୫ ଲକ୍ଷ ଟଙ୍କାର ଅଳଙ୍କାର ଧରି ଘରକୁ ଫେରୁଥିବା ବେଳେ ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ୬ ଲୁଟେରା। ଏପରି ଏକ ସଶସ୍ତ୍ର ଡକାୟତି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଉର୍ତ୍ତୀ ଛକ ନିକଟରେ ଘଟିଛି। ଲୁଟ୍ର ଶିକାର ହୋଇଥିବା ବ୍ୟବସାୟୀଜଣକ ହେଲେ ହିରଣ୍ୟମୟୀ ସାହୁ।
ଖବର ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ସମୟରେ ଉର୍ତ୍ତୀ ଛକରେ ଥିବା ଓମ୍ ଜୁଏଲାରୀର ମାଲିକ ହିରଣ୍ୟମୟୀ ସାହୁ ଦୋକାନ ବନ୍ଦ କରି ଯାଉଥିଲେ। ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଏବଂ ନିଜ ସାନ ପୁଅକୁ ନେଇ ଘରକୁ ଯାଉଥିଲେ। ଏହା ସମୟରେ ୬ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ହିରଣ୍ୟମୟୀଙ୍କୁ ବନ୍ଧୁକ ଏବଂ ଭୂଜାଲି ଦେଖାଇ ମାଡ ମାରିବା ସହ ଅଳଙ୍କାର ଭର୍ତ୍ତି ବ୍ୟାଗ୍କୁ ଲୁଟି ନେଇଥିଲେ। ଲୁଟ୍ ପରେ ଦୋକାନ ମାଲିକ ଲୁଟେରାଙ୍କୁ ପିଛା କରିଥିଲେ, ହେଲେ ତାଙ୍କର କୌଣସି ପତ୍ତା ପାଇନଥିଲେ। ପରେ ଚମ୍ପୁଆ ଥାନାରେ ଲୁଟ୍ ନେଇ ଅଭିଯୋଗ କରିଛନ୍ତି। ପରେ ଚମ୍ପୁଆ ଥାନାରେ ଲୁଟ୍ ନେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିବା ଜଣାପଡିଛି। ପ୍ରାୟ ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ୍ ହୋଇଥିବା ସୂଚନା ରହିଛି।