ୟୁପି ବିଧାନସଭା ନିର୍ବାଚନ: ଫାଇନାଲ୍ ହେଲା କଂଗ୍ରେସର ୫୦ ପ୍ରାର୍ଥୀ!
କଂଗ୍ରେସର ସାଧାରଣ ସମ୍ପାଦକ ତଥା ୟୁପି ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ (Priyanka Gandhi Vadra) ଚଳିତ ଜୁନ ମାସର ପ୍ରଥମ ସପ୍ତାହରେ ୟୁପିର ପ୍ରାୟ ୫୦ ଜଣ ନେତାଙ୍କୁ କଲ୍ କରି ୨୦୨୨ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କହିଛନ୍ତି ।
ନୂଆଦିଲ୍ଲୀ: UP Election 2022: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ସମସ୍ତ ରାଜନୈତିକ ଦଳ । ତିନି ଦଶନ୍ଧି ଧରି ରାଜ୍ୟର କ୍ଷମତାରୁ କଂଗ୍ରେସ (Congress) ର ରାଜନୈତିକ ନିର୍ବାସନକୁ ଶେଷ କରିବା ପାଇଁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ଆଗେଇ ଆସିଛନ୍ତି । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ୟୁପିର ପ୍ରାୟ ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀ ସବୁଜ ସଙ୍କେତ ଦେଇଛନ୍ତି । କେବଳ ଏତିକି ନୁହେଁ, ଅଗଷ୍ଟ ସୁଦ୍ଧା କଂଗ୍ରେସ ୨୦୦୦ରୁ ଅଧିକ ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାକୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଯେଉଁଥିରେ ରାଜ୍ୟ ସଭାପତି ଅଜୟ କୁମାର ଲଲ୍ଲୁ (UP Congress President Ajay Kumar Lallu) ଜୋନ୍ ଅନୁଯାୟୀ ବୈଠକ କରି ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ଅଧିକ ପଢ଼ନ୍ତୁ:-RBI ର ଅନୁମୋଦନ ପରେ ଏବେ ବିକ୍ରି ହେବ ଏହି ବ୍ୟାଙ୍କ, ଗ୍ରାହକଙ୍କ ଟଙ୍କା ସହିତ କ’ଣ ହେବ…ଜାଣନ୍ତୁ ଏହା ସହ ଜଡିତ ସମସ୍ତ କଥା
UP ରେ କଂଗ୍ରେସରେ ୫୦ ପ୍ରାର୍ଥୀ ଫାଇନାଲ୍!
କଂଗ୍ରେସର ସାଧାରଣ ସମ୍ପାଦକ ତଥା ୟୁପି ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ (Priyanka Gandhi Vadra) ଚଳିତ ଜୁନ ମାସର ପ୍ରଥମ ସପ୍ତାହରେ ୟୁପିର ପ୍ରାୟ ୫୦ ଜଣ ନେତାଙ୍କୁ କଲ୍ କରି ୨୦୨୨ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କହିଛନ୍ତି । ପ୍ରିୟଙ୍କା ସ୍ପଷ୍ଟ ଭାବେ କହିଛନ୍ତି ଯେ, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅନ୍ତୁ, ଆପଣଙ୍କର ଟିକେଟ୍ ନିଶ୍ଚିତ ହୋଇଛି । ଏହା ସହିତ ୨୦୧୭ରେ ଜିତିଥିବା ୭ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସବୁଜ ସଙ୍କେତ ପାଇଛନ୍ତି । ପ୍ରିୟଙ୍କା ଏହି ସମସ୍ତ ନେତାଙ୍କୁ କହିଛନ୍ତି ଯେ ନିଜ କ୍ଷେତ୍ର ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରଖନ୍ତୁ ଏବଂ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରନ୍ତୁ । ଏହା ବ୍ୟତୀତ ସମସ୍ତଙ୍କ ସୁଖ ଦୁଃଖରେ ସାମିଲ ହୁଅନ୍ତୁ । ସେମାନଙ୍କୁ ସରକାରଙ୍କ ଖରାପ ନୀତି ବିଷୟରେ କୁହନ୍ତୁ ।
ଅଧିକ ପଢ଼ନ୍ତୁ:-ଦେଶରେ ୮୮ ଦିନ ପରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ
ଯଦି ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ୟୁପିର କଂଗ୍ରେସ ନେତାମାନେ ଯାହାକୁ ପ୍ରିୟଙ୍କା ଗାନ୍ଧୀ କଲ୍ କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କହିଛନ୍ତି, ସେମାନଙ୍କ ମଧ୍ୟରେ ଶ୍ୟାମଲିରୁ ପଙ୍କଜ ମଲିକ, ପୁରକାଜୀରୁ ଦୀପକ କୁମାର, ବେହତରୁ ନରେଶ ସୌନି, ସହାରନପୁରର ମସୁଦ ଅଖତର, ଭିଲାସପୁରରୁ ସଞ୍ଜୟ କପୁର, ଚାମ୍ରାଉଆରୁ ୟୁସୁଫ୍ ଅଲି ତୁର୍କ, ଆହ୍ଲାବାଦରୁ ଅନୁଗ୍ରା ନାରାୟଣ, ପିଣ୍ଡରାରୁ ଅଜୟ ରାୟ, ମଡ଼ିହାନରୁ ଲଲିତେଶ ତ୍ରିପାଠୀ, ଜୈଦପୁରରୁ ତନୁଜ ପୁନିଆ, ତମକୁହିରାଜରୁ ଅଜୟ କୁମାର ଲଲ୍ଲୁ, ରାମପୁର ଖାସରୁ ଅରାଧନା ମିଶ୍ରା ମୋନା, ଜୌନପୁରରୁ ନଦୀମ ଜାଭେଦ, ମଥୁରାରୁ ପ୍ରଦୀପ ମାଥୁର, କଲରୁ ବିବେକ ବନସଲ, କାନପୁର କ୍ୟାଣ୍ଟରୁ ସୁହେଲ ଅନସାରୀ ଏବଂ ଫରିନ୍ଦାରୁ ବିରେନ୍ଦ୍ର ଚୌଧୁରୀଙ୍କ ସମେତ ସମସ୍ତ ଭେଟେରାନ ନେତା ଏଥିରେ ସାମିଲ ଅଛନ୍ତି ।
ଅଧିକ ପଢ଼ନ୍ତୁ:-ଭାରତୀୟ ରେଲୱେରେ ୩୩୭୮ ପଦ ପାଇଁ ଆବେଦନର ଶେଷ ତାରିଖ ଜୁନ୍ ୩୦, ଶୀଘ୍ର କରନ୍ତୁ ଅପ୍ଲାଇ
ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ପାଇଁ ପ୍ରିୟଙ୍କାଙ୍କ ସବୁଜ ସଙ୍କେତ
କଂଗ୍ରେସ ୟୁପି ରାଜ୍ୟ ଉପାଧ୍ୟକ୍ଷ ବିରେନ୍ଦ୍ର ଚୌଧୁରୀ ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତ ବେଳେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ତାଙ୍କ ସହ କଥା ହୋଇଛନ୍ତି । ସେ କହିଛନ୍ତି ଯେ ଗତ ନିର୍ବାଚନରେ ପ୍ରସ୍ତୁତି ସମୟ କମ୍ ଥିଲା, ତଥାପି ମୁଁ ୭୦ ହଜାରରୁ ଅଧିକ ଭୋଟ୍ ଆଣିଥିଲି ଏବଂ ନିର୍ବାଚନରେ ମାତ୍ର ୧୨୦୦ ଭୋଟରେ ପରାଜିତ ହୋଇଥିଲି । ଏଥର ପ୍ରିୟଙ୍କା ଗାନ୍ଧୀ ଯେପରି ସାତ ମାସ ପୂର୍ବରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କହିଛନ୍ତି । ଆମକୁ ଜୋନ୍ରେ ରହିବାକୁ ଓ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଅଧିକ ସମୟ ପାଇବୁ ।
ଏଥି ସହିତ ପଶ୍ଚିମ ୟୁପିର ଶାମଲି ଆସନରୁ ପଙ୍କଜ ମଲିକ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ନିର୍ବାଚନ ଲଢିବାକୁ କହିଛନ୍ତି । ପଙ୍କଜ ମଲିକ କହିଛନ୍ତି ଯେ ଏହି ତାଲିକା ଏପର୍ଯ୍ୟନ୍ତ ଆସିନାହିଁ, କିନ୍ତୁ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ୨୦୨୨ ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅନ୍ତୁ ଏବଂ ଟିକେଟ୍ ବିଷୟରେ ଚିନ୍ତା କରନ୍ତୁ ନାହିଁ । ସେ କହିଛନ୍ତି ଯେ ପଶ୍ଚିମ ୟୁପିରେ ଆମେ ଦୃଢ଼ତାର ସହ ନିର୍ବାଚନକୁ ଲଢ଼ିବୁ ଏବଂ ଖୁବ୍ ଶୀଘ୍ର ଆମେ ସମସ୍ତ ଆସନରେ ପ୍ରାର୍ଥୀ ସ୍ଥିର କରିବୁ ।
ଅଧିକ ପଢ଼ନ୍ତୁ:-ଏଠାରେ ଯଦି ଜୁନ ୩୦ ସୁଦ୍ଧା ସରକାରୀ କର୍ମଚାରୀ ନ ଲଗାଇବେ ଟିକା ତ ମିଳିବ ନାହିଁ ବେତନ
ଅଗଷ୍ଟ ସୁଦ୍ଧା ୨୦୦ଟି ଆସନ ପାଇଁ ପ୍ରାର୍ଥୀ ସ୍ଥିର କରିବ କଂଗ୍ରେସ
ଏଠାରେ କହି ରଖୁଛୁ ଯେ, ୟୁପିରେ ଥିବା ୪୦୩ଟି ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି, ସେଥିମଧ୍ୟରୁ ୫୦ ଜଣ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀ ଫୋନ୍ କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କହିଛନ୍ତି । ଏହି ଆସନଗୁଡିକ ଯେଉଁଠାରେ କଂଗ୍ରେସର ଭଲ ଜନସମର୍ଥନ ରହିଛି ଏବଂ ୨୦୧୭ ନିର୍ବାଚନରେ ଦଳ ୫୦ ହଜାରରୁ ଅଧିକ ଭୋଟ୍ ପାଇବାରେ ସଫଳ ହୋଇଥିଲା । ଏହା ବ୍ୟତୀତ ଅବଶିଷ୍ଟ ତିନି ଶହ ପଚାଶଟି ଆସନ ପାଇଁ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ଅଧ୍ୟକ୍ଷ ତଥା ପାର୍ଟି ଜୋନର ଦାୟିତ୍ୱରେ ଥିବା ନେତାଙ୍କୁ ବୈଠକ କରି ନାମ ଫାଇନାଲ କରିବାକୁ କଂଗ୍ରେସ ମହାସଚିବ କହିଛନ୍ତି ।
କଂଗ୍ରେସ ରାଜ୍ୟ ସଭାପତି ଅଜୟ କୁମାର ଲଲ୍ଲୁ ପୁର୍ବାଞ୍ଚଳର ଉଭୟ ଜୋନ୍ ଓ ଅବଧ ଅଞ୍ଚଳରେ ଏକ ବୈଠକ କରିଛନ୍ତି ଏବଂ ବର୍ତ୍ତମାନ ପଶ୍ଚିମ ୟୁପି ଏବଂ ବରେଲି ଅଞ୍ଚଳରେ ଏହି ସଭା ଆରମ୍ଭ କରିବେ । ଏହି ବୈଠକ ମାଧ୍ୟମରେ ପ୍ରଦେଶାଧ୍ୟକ୍ଷ ଓ ଜୋନ୍ ଅଧ୍ୟକ୍ଷ ପ୍ରତ୍ୟେକ ଜିଲ୍ଲାର ରିପୋର୍ଟ ପ୍ରସ୍ତୁତ କରିବା ସହିତ ପ୍ରିୟଙ୍କା ଗାନ୍ଧୀଙ୍କୁ ଦିଆଯିବାକୁ ଥିବା ସମ୍ଭାବ୍ୟ ପ୍ରାର୍ଥୀଙ୍କ ବିବରଣୀ ମଧ୍ୟ ପ୍ରସ୍ତୁତ କରୁଛନ୍ତି । କେଉଁ ଆଧାରରେ କେଉଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ ସେନେଇ କଂଗ୍ରେସ ସାଧାରଣ ସମ୍ପାଦକ ନିଷ୍ପତ୍ତି ନେବେ ବୋଲି ମନେକରାଯାଉଛି । କେବଳ ଏତିକି ନୁହେଁ, ଟିକେଟ୍ ବଣ୍ଟନରେ ଜାତି, ଧର୍ମ ଏବଂ ଅଞ୍ଚଳକୁ ସନ୍ତୁଳିତ କରିବା ପାଇଁ ନିର୍ଦ୍ଦେଶାବଳୀ ଦିଆଯାଇଛି ।