RBI ର ଅନୁମୋଦନ ପରେ ଏବେ ବିକ୍ରି ହେବ ଏହି ବ୍ୟାଙ୍କ, ଗ୍ରାହକଙ୍କ ଟଙ୍କା ସହିତ କ’ଣ ହେବ…ଜାଣନ୍ତୁ ଏହା ସହ ଜଡିତ ସମସ୍ତ କଥା
Advertisement
Article Detail0/zeeodisha/odisha925104

RBI ର ଅନୁମୋଦନ ପରେ ଏବେ ବିକ୍ରି ହେବ ଏହି ବ୍ୟାଙ୍କ, ଗ୍ରାହକଙ୍କ ଟଙ୍କା ସହିତ କ’ଣ ହେବ…ଜାଣନ୍ତୁ ଏହା ସହ ଜଡିତ ସମସ୍ତ କଥା

ଆଗାମୀ ଦିନରେ ଏହି ଜ୍ୱଏଣ୍ଟ ବେଞ୍ଚର ପିଏମସି ବ୍ୟାଙ୍କର ସମସ୍ତ ସମ୍ପତ୍ତିକୁ ନିଜ ହାତରେ ନେବ ଏବଂ ବ୍ୟାଙ୍କର ସଞ୍ଚାଳନ ଆରମ୍ଭ ହୋଇଯିବ । ଏହା ସହିତ ପିଏମସି ବ୍ୟାଙ୍କ (PMC Bank) ଉପରେ ଲାଗିଥିବା ପ୍ରତିବନ୍ଧକ ମଧ୍ୟ ଶେଷ ହେବ । 

RBI ର ଅନୁମୋଦନ ପରେ ଏବେ ବିକ୍ରି ହେବ ଏହି ବ୍ୟାଙ୍କ, ଗ୍ରାହକଙ୍କ ଟଙ୍କା ସହିତ କ’ଣ ହେବ…ଜାଣନ୍ତୁ ଏହା ସହ ଜଡିତ ସମସ୍ତ କଥା

ନୂଆଦିଲ୍ଲୀ: ଶେଷରେ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ (Punjab and Maharashtra Cooperative Bank- PMC Bank) ର ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ଖବର ଆସିଛି । ସେଣ୍ଟ୍ରମ୍ ଗ୍ରୁପ୍ (Centrum Group) ଓ ଭାରତପେ (BharatPe) ମିଶି ଏବେ ପିଏମସି ବ୍ୟାଙ୍କରେ ପ୍ରାୟ ୨,୨୨୪ କୋଟି ଟଙ୍କା ନିବେଶ କରିବାକୁ ଯାଉଛନ୍ତି । ଏହି ବିଷୟରେ ସୂଚନା ଦେଇ ଭରତପେର ସହ-ପ୍ରତିଷ୍ଠାତା ଅଶ୍ନିର୍ ଗ୍ରୋଭର କହିଛନ୍ତି ଯେ ଏହି ପାଣ୍ଠି ଆସନ୍ତା ଦୁଇ ବର୍ଷ ମଧ୍ୟରେ ପିଏମସି ବ୍ୟାଙ୍କରେ ଜମା ହେବ । ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank of India) ମଧ୍ୟ ଶୁକ୍ରବାର ଏହାର ଅନୁମୋଦନ ଦେଇଛି । ବର୍ତ୍ତମାନ ଏହି ବ୍ୟାଙ୍କ ଛୋଟ ଫାଇନାନ୍ସ ବ୍ୟାଙ୍କର ମାନ୍ୟତା ପାଇବ । ପ୍ରାୟ ୩୦୦ ମିଲିୟନ ଡଲାରର ଏହି ପାଣ୍ଠିର ନିବେଶ ପରେ ପିଏମସି ବ୍ୟାଙ୍କ (PMC Bank) ବର୍ତ୍ତମାନ ସେଣ୍ଟ୍ରମ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଓ ଫିଣ୍ଟେକ୍ ଭାରତପେର ମିଳିତ ଉଦ୍ୟୋଗ ହାତକୁ ଯିବ ।

ଅଧିକ ପଢ଼ନ୍ତୁ:-ଦେଶରେ ୮୮ ଦିନ ପରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ଆଗାମୀ ଦିନରେ ଏହି ଜ୍ୱଏଣ୍ଟ ବେଞ୍ଚର ପିଏମସି ବ୍ୟାଙ୍କର ସମସ୍ତ ସମ୍ପତ୍ତିକୁ ନିଜ ହାତରେ ନେବ ଏବଂ ବ୍ୟାଙ୍କର ସଞ୍ଚାଳନ ଆରମ୍ଭ ହୋଇଯିବ । ଏହା ସହିତ ପିଏମସି ବ୍ୟାଙ୍କ (PMC Bank) ଉପରେ ଲାଗିଥିବା ପ୍ରତିବନ୍ଧକ ମଧ୍ୟ ଶେଷ ହେବ । ଯାହା ପରେ ଜମାକାରୀଙ୍କ ଦ୍ୱାରା ସର୍ବାଧିକ ପ୍ରତ୍ୟାହାର ସୀମା ମଧ୍ୟ ହଟାଯିବ । ୨୪ ସେପ୍ଟେମ୍ବର ୨୦୧୯ରେ ପିଏମସି ବ୍ୟାଙ୍କରେ ଅନିୟମିତତା ଥିବା ଜଣାପଡିବା ପରେ ଆରବିଆଇ (RBI) ଅନେକ ପ୍ରତିବନ୍ଧକ ଲଗାଇଥିଲା ।

fallback

ଅଧିକ ପଢ଼ନ୍ତୁ:-ଭାରତୀୟ ରେଲୱେରେ ୩୩୭୮ ପଦ ପାଇଁ ଆବେଦନର ଶେଷ ତାରିଖ ଜୁନ୍ ୩୦, ଶୀଘ୍ର କରନ୍ତୁ ଅପ୍ଲାଇ

ପିଏମସି ବ୍ୟାଙ୍କୁ ନେଇ କ’ଣ ରହିଛି ଭାରତପେର ପ୍ଲାନ?

ଭାରତପେର ଏହି ଟେକଓଭର ପରେ ପ୍ରାୟ ୬୦ ଲକ୍ଷ ଅଫଲାଇନ୍ କାମ କରୁଥିବା ବ୍ୟବସାୟୀଙ୍କୁ ସଂଚୟ ଓ କରେଣ୍ଟ ଆକାଉଣ୍ଟ ମାଧ୍ୟମରେ ଜଡ଼ିବାକୁ ଚାହୁଁଛି । ସେମାନଙ୍କୁ ବ୍ୟାଙ୍କିଂ ଓ କ୍ରେଡିଟ୍ ସେବା ଯୋଗାଇବାକୁ ମଧ୍ୟ ଯୋଜନା ଅଛି । ଗ୍ରୋଭର ଏକ ବ୍ୟବସାୟ ଖବରକାଗଜକୁ କହିଛନ୍ତି ଯେ, ପିଏମସି ବ୍ୟାଙ୍କ ୨୦୨୧ର ଚତୁର୍ଥ ତ୍ରୈମାସିକ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ତେବେ ଆଗାମୀ ଦିନରେ ଜମାକାରୀମାନେ କିପରି ସେମାନଙ୍କ ଜମା ପ୍ରତ୍ୟାହାର କରିପାରିବେ ସେନେଇ  ନିଷ୍ପତ୍ତି ନିଆଯିବ । ବ୍ୟବସାୟୀଙ୍କ ଖାତା ଓ କ୍ରେଡିଟର ସୁବିଧା ଜାନୁଆରୀ ୧,୨୦୨୨ରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ:-ଏଠାରେ ଯଦି ଜୁନ ୩୦ ସୁଦ୍ଧା ସରକାରୀ କର୍ମଚାରୀ ନ ଲଗାଇବେ ଟିକା ତ ମିଳିବ ନାହିଁ ବେତନ

ସେପ୍ଟେମ୍ବର ୨୦୧୯ରେ ପ୍ରଥମ ଥର ସାମ୍ନାକୁ ଆସିଥିଲା ମାମଲା

ପିଏମସି ବ୍ୟାଙ୍କ ସଙ୍କଟ ପ୍ରଥମେ ସେପ୍ଟେମ୍ବର ୨୦୧୯ରେ ସାମ୍ନାକୁ ଆସିଥିଲା । ସେହି ସମୟ ମଧ୍ୟରେ ଆରବିଆଇ ଏହି ବ୍ୟାଙ୍କ ଉପରେ ୬ ମାସର ପ୍ରତିବନ୍ଧକ ଲଗାଇ ତଦନ୍ତ ଆରମ୍ଭ କରିଥିଲା । ସମସ୍ତ ଜମାକାରୀଙ୍କୁ ଏହି ୬ ମାସ ମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କ କେବଳ ୧୦,୦୦୦ ଟଙ୍କା ପ୍ରତ୍ୟାହାର କରିବାକୁ ଅନୁମତି ଦେଇଥିଲା । ପରେ ଏହାକୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ପରେ ଏହି ସୀମା ୫୦,୦୦୦ ଟଙ୍କା ଏବଂ ପରେ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଅର୍ଥ ହେରଫେର ମାମଲା ରୁଜୁ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ତଦନ୍ତ ଆରମ୍ଭ କରିଥିଲା ।

୧୯୮୪ରେ PMC ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା । ଏହି ବ୍ୟାଙ୍କର ୭ଟି ରାଜ୍ୟରେ ମୋଟ ୧୩୭ଟି ଶାଖା ଅଛି । ଏଥିମଧ୍ୟରୁ ୮୧ଟି ଶାଖା ମୁମ୍ବାଇ, ନଭି ମୁମ୍ବାଇ, ଥାନେ, ପାଲଘର ଅଞ୍ଚଳରେ ଅଛି । ଯେତେବେଳେ କି, ୧୦ଟି ଶାଖା ପୁଣେରେ ଏବଂ ଅବଶିଷ୍ଟ ୧୨ଟି ଶାଖା ମହାରାଷ୍ଟ୍ରର ଅନ୍ୟାନ୍ୟ ସ୍ଥାନରେ ଅଛି । ଏହି ବ୍ୟାଙ୍କର ଗ୍ରାହକଙ୍କ ତାଲିକାରେ ଛୋଟ ବ୍ୟବସାୟୀ, ହାଉସିଂ ସୋସାଇଟି ଏବଂ ଅନ୍ୟାନ୍ୟ ପ୍ରକାରର ଅନୁଷ୍ଠାନ ଅନ୍ତର୍ଭୁକ୍ତ ରହିଛି ।

କ’ଣ ପିଏମସି ବ୍ୟାଙ୍କର ମାମଲା?

ଏହି ମାମଲାରେ ରୁଜୁ ହୋଇଥିବା ଏଫଆଇଆରୁ ସୂଚନା ମିଳିଥାଏ ଯେ HDIL ପ୍ରମୋଟର୍ମାନେ ବ୍ୟାଙ୍କ ମ୍ୟାନେଜମେଣ୍ଟ ସହିତ ମିଳିତ ଭାବେ ବ୍ୟାଙ୍କର ଏକ ଶାଖାରୁ ଋଣ ନେଉଥିଲେ । ଏହି ଋଣ ପରିଶୋଧ ନହେବା ପରେ ମଧ୍ୟ ବ୍ୟାଙ୍କ କର୍ମଚାରୀମାନେ ଏହାକୁ ନନ୍ ପରଫୋରମିଂ ଆସେଟ (NPA) ଭାବରେ ଶ୍ରେଣୀଭୁକ୍ତ କରୁନଥିଲେ । ରିପୋର୍ଟରେ ଦର୍ଶାଯାଇଛି ଯେ HDIL ଗ୍ରୁପ୍ ୬,୫୦୦ କୋଟି ଟଙ୍କା ଋଣ ନେଇଥିଲା, ଯାହା ବ୍ୟାଙ୍କର ମୋଟ ଆଡଭାନ୍ସର ୭୩ ପ୍ରତିଶତ ଥିଲା । ଏହି ସମ୍ପୂର୍ଣ୍ଣ ଋଣ ସେବା କରାଯାଇନଥିଲା ।

ବ୍ୟାଙ୍କ କଥିତ ଭାବେ ନକଲି ଆକାଉଣ୍ଟ ଖୋଲି ଛୋଟ ଛୋଟ ପରିମାଣର ଋଣ ଜାରି କରୁଥିଲେ । ନିୟାମକ ରାଡାରରେ ନ ଆସିବା ପାଇଁ ଏହି ଋଣଗୁଡିକର ନକଲି ରିପୋର୍ଟ ମଧ୍ୟ ପ୍ରସ୍ତୁତ କରାଯାଇଥିଲା ।

ନକଲି ଆର୍ଥିକ ରିପୋର୍ଟ

ଆର୍ଥିକ ବର୍ଷରେ ୨୦୧୯-୧୯ ବ୍ୟାଙ୍କ ମୋଟ ୯୯.୬୯ କୋଟି ଟଙ୍କାର ବାର୍ଷିକ ଲାଭ ରିପୋର୍ଟ କରିଥିଲା । ବ୍ୟାଙ୍କ ନିଜର ମୋଟ ଆଡଭାନ୍ସର ୩.୭୬ ପ୍ରତିଶତ ଅର୍ଥାତ୍ ୩୧୫ କୋଟି ଟଙ୍କା NPA ଅର୍ଥାତ୍ ବେଡ୍ ଋଣ ଭାବରେ ଦର୍ଶାଇଛି । ଯେତେବେଳେ କି ବ୍ୟାଙ୍କ ଦ୍ୱାରା ଜାରି ମୋଟ ଋଣ ପରିମାଣ ୮,୩୮୩ କୋଟି ଥିଲା । ଅନେକ ପବ୍ଲିକ ସେକ୍ଟର ତୁଳନାରେ ଋଣ ଓ ଫସି ରହିଥାଏ ଋଣର ଅନୁପାତ ବହୁତ ଭଲ ଥିଲା ।

ତେବେ ଏହା ବର୍ତ୍ତମାନ ସ୍ପଷ୍ଟ ହୋଇସାରିଛି ଯେ ଏଥିପାଇଁ ବ୍ୟାଙ୍କ ଏକ ଭୁଲ ଆର୍ଥିକ ରିପୋର୍ଟ ପ୍ରସ୍ତୁତ କରିଛି ଯେଉଁଥିରେ ବେଡ୍ ଋଣ ବିଷୟରେ ଭୁଲ ସୂଚନା ଦିଆଯାଇଥିଲା । HDI ଏବଂ ଅନ୍ୟାନ୍ୟ କମ୍ପାନୀର ନିର୍ଦ୍ଦେଶରେ ଏହା କରାଯାଇଥିଲା ।