ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବେ ଅଖିଳେଶ, ଜାଣନ୍ତୁ କେଉଁ ଆସନରୁ କରିବେ ପ୍ରତିଦ୍ୱନ୍ଦ୍ୱିତା?
ଏସପି (SP) ମୁଖିଆ ତଥା ଆଜମଗଡ (ୟୁପି) ସାଂସଦ ଅଖିଳେଶ ଯାଦବ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଖବର ସବରାହ ସଂସ୍ଥା ANI ସୂତ୍ରରୁ ସୂଚନା ମିଳିଛି ।
ଲକ୍ଷ୍ନୌ: UP Election 2022: ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିକଟ ଅତୀତରେ ବିଜେପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (CM Yogi Adityanath) ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ (Keshav Prasad Maurya) ଙ୍କ ଆସନ ଘୋଷଣା କରିଥିଲା । ଗୋରଖପୁର ଆସନରୁ ସିଏମ୍ ଯୋଗୀ ନିର୍ବାଚନ ଲଢ଼ିବେ । ଯାହା ପରେ ଲଗାତର ଚର୍ଚ୍ଚା ହେଉଥିଲା ଯେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party President) ଅଖିଳେଶ ଯାଦବ (Akhilesh Yadav) ନିର୍ବାଚନ ଲଢ଼ିବେ । ବର୍ତ୍ତମାନ ଏହା ମଧ୍ୟ ସ୍ପଷ୍ଟ ହୋଇଯାଇଛି ଯେ, ସେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛି । ଏସପି (SP) ମୁଖିଆ ତଥା ଆଜମଗଡ (ୟୁପି) ସାଂସଦ ଅଖିଳେଶ ଯାଦବ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଖବର ସବରାହ ସଂସ୍ଥା ANI ସୂତ୍ରରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଏସପି ମୁଖ୍ୟ ଅଖିଳେଶ ଯାଦବ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । ସେ କେଉଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । କିନ୍ତୁ ଚର୍ଚ୍ଚା ହେଉଛି ଯେ ଅଖିଳେଶ ଯାଦବ ତୃତୀୟ ବା ଚତୁର୍ଥ ପର୍ଯ୍ୟାୟରେ ପୂର୍ବାଞ୍ଚଳ କିମ୍ବା ସେଣ୍ଟ୍ରାଲ ୟୁପିର ଯେକୌଣସି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ।
ଏହା ବି ପଢ଼ନ୍ତୁ:-ସାଙ୍ଘାତିକ ହେଲାଣି ସଂକ୍ରମଣ, ୩ ଲକ୍ଷ ଅଭିମୁଖେ ଦୈନିକ କୋରୋନା ମାମଲା
ଏହା ବି ପଢ଼ନ୍ତୁ:-ରାସନ କାର୍ଡ ତାଲିକାରୁ ଖୁବ୍ ଶୀଘ୍ର କଟାଯିବ ଏହି ୪ ଲକ୍ଷ ଲୋକଙ୍କ ନାମ, ତୁରନ୍ତ ଚେକ୍ କରନ୍ତୁ ଲିଷ୍ଟରେ ଆପଣଙ୍କ ନାଁ
ଏହା ବି ପଢ଼ନ୍ତୁ:-ସିଦ୍ଧୁଙ୍କୁ ବଡ଼ ଝଟକା ଦେଲା କଂଗ୍ରେସ, ସୋନୁ ସୁଦ୍ କହିଲେ କିଏ ହେବେ ପଞ୍ଜାବରେ ମୁଖ୍ୟମନ୍ତ୍ରୀର ଚେହେରା
ଏଠାରେ କହି ରଖୁଛୁ ଯେ ଅଖିଳେଶ ଯାଦବ ବର୍ତ୍ତମାନ ଆଜମଗଡ ଆସନରୁ ସାଂସଦ ଅଛନ୍ତି । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ସେ କନ୍ନୌଜ ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ ଓ ଲୋକସଭାରେ ପହଞ୍ଚିଥିଲେ । ଏହା ପରେ ୨୦୦୪ ଓ ୨୦୦୯ର ସାଧାରଣ ନିର୍ବାଚନରେ ସେ କନ୍ନୌଜରୁ ଜିତି ଲୋକସଭାରେ ପହଞ୍ଚିଥିଲେ । ୨୦୧୨ ମସିହାରେ ଅଖିଳେଶ ଯାଦବ ୟୁପିର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ପରେ ତାଙ୍କୁ କନ୍ନୌଜ ଲୋକସଭା ଆସନରୁ ଇସ୍ତଫା ଦେବାକୁ ପଡିଲା । ଏହା ପରେ ସେ ବିଧାନସଭା ସଦସ୍ୟ ହୋଇଥିଲେ ।
ଏଠାରେ କହି ରଖୁଛୁ ଯେ, ୟୁପି ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିଲା । ୟୁପିରେ ସାତୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟର ମତଦାନ ହେବ, ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ମତଦାନ ହେବ ଏହାସହ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ, ଗୋଆରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହେବ । ଫେବୃଆରୀ ୨୦ରେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ, ଏହି ଦିନ ପଞ୍ଜାବରେ ମଧ୍ୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ଫେବୃଆରୀ ୨୩ରେ ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୭ରେ ଉତ୍ତର ପ୍ରଦେଶର ପଞ୍ଚମ ପର୍ଯ୍ୟାୟ ଓ ମଣିପୁରର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।
ମାର୍ଚ୍ଚ ୩ରେ ଉତ୍ତର ପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ଓ ମଣିପୁରର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମାର୍ଚ୍ଚ ୭ରେ ଉତ୍ତର ପ୍ରଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହେବ । ମାର୍ଚ୍ଚ ୧୦ରେ ଫଳାଫଳ ଆସିବ ।