UP Minister Sanjay Nishad: ଗତ ୨୦୧୫ ବର୍ଷରେ ହୋଇଥିବା ଏକ ଆନ୍ଦୋଳନ ଘଟଣାରେ ଗୋରଖପୁର କୋର୍ଟ ପକ୍ଷରୁ ୱାରେଣ୍ଟ ଜାରି କରାଯିବା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ ମତ୍ସ୍ୟ ପାଳନ ମନ୍ତ୍ରୀ ତଥା ନିଷାଦ ପାର୍ଟି ମୁଖ୍ୟ ସଞ୍ଜୟ ନିଷାଦ। ଏନେଇ ସେ କହିଛନ୍ତି ଯେ ସେ ନିଷାଦ ସମ୍ପ୍ରଦାୟର ଅଧିକାର ପାଇବା ପାଇଁ ଜେଲ ଯିବାକୁ ପ୍ରସ୍ତୁତ ଅଛନ୍ତି।


COMMERCIAL BREAK
SCROLL TO CONTINUE READING

କୋର୍ଟ ପକ୍ଷରୁ ଜାରି ହୋଇଥିବା ୱାରେଣ୍ଟ ଉପରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ମତ୍ସ୍ୟ ପାଳନ ମନ୍ତ୍ରୀ ତଥା ନିଷାଦ ପାର୍ଟି ମୁଖ୍ୟ ସଞ୍ଜୟ ନିଷାଦ କହିଛନ୍ତି ସେ ତାଙ୍କ ଲୋକଙ୍କ ସ୍ୱାର୍ଥ ପାଇଁ ଜେଲ ଯିବାକୁ ଭୟ କରନ୍ତି ନାହିଁ। ହେଲେ ନ୍ୟାୟପାଳିକା ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ରହିଛି। ମୁଁ ମୋ ନିଷାଦ ସମ୍ପ୍ରଦାୟର ଅଧିକାର ପାଇଁ ଜେଲ ଯିବାକୁ ପ୍ରସ୍ତୁତ ଅଛି। ମୁଁ ସର୍ବଦା ମୋର ନିଷାଦ ସମ୍ପ୍ରଦାୟର ଲୋକଙ୍କ ଅଧିକାର ପ୍ରସଙ୍ଗ ଉଠାଇବି। 


ଗୋରଖପୁର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ ରେ ହାଜର ହେବାର ଗୋଟିଏ ଦିନ ପୂର୍ବରୁ ମନ୍ତ୍ରୀ ଅଗଷ୍ଟ ୯ ତାରିଖରେ ଫେରିବେ। ବର୍ତ୍ତମାନ ସେ ଆନ୍ଧ୍ର ପ୍ରଦେଶ ଗସ୍ତରେ ଅଛନ୍ତି। ମୁଁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଅଦାଲତରେ ହାଜର ହେବି ବୋଲି କହିଛନ୍ତି ଉତ୍ତର ପ୍ରଦେଶ ମତ୍ସ୍ୟ ପାଳନ ମନ୍ତ୍ରୀ ସଞ୍ଜୟ ନିଷାଦ।


ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ବିରୋଧରେ ଗୋରଖପୁର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ ଜାରି କରିଥିବା ୱାରେଣ୍ଟ ଜାମିନଯୋଗ୍ୟ କିମ୍ବା ଜାମିନଯୋଗ୍ୟ ନୁହେଁ। ଯଦିଓ ମନ୍ତ୍ରୀ ଏବଂ ତାଙ୍କ ଓକିଲ ଏହାକୁ ଜାମିନଯୋଗ୍ୟ ୱାରେଣ୍ଟ ବୋଲି ଦାବି କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ବିରୋଧି ଗୁଜବ ପ୍ରଚାର କରୁଛନ୍ତି ଯେ ମୋତେ ଗିରଫ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


ଗୋରଖପୁର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ ଜାରି କରିଥିବା ୱାରେଣ୍ଟ  ଜାମିନଯୋଗ୍ୟ ବୋଲି  ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ଓକିଲ ସୁରେନ୍ଦ୍ର ନିଷାଦ ନିଶ୍ଚିତ କରିଥିବାବେଳେ ଗୋରଖପୁର ଓକିଲ ତଥା ନିଷାଦ ଯୁବ ବାହିନୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଶୀଲ ସାହିନୀ କହିଛନ୍ତି ଯେ ଏହି ୱାରେଣ୍ଟ ଜାମିନଯୋଗ୍ୟ ନୁହେଁ। ମନ୍ତ୍ରୀ କହିଛନ୍ତି ଯେ ମୋର ନ୍ୟାୟପାଳିକା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଏବଂ ମୁଁ ନିଶ୍ଚିତ ଯେ ଗତ ୨୦୧୫ ବର୍ଷର ଏହି ମାମଲାରେ କୋର୍ଟ ନ୍ୟାୟ ପ୍ରଦାନ କରିବେ। ଏହି ଘଟଣାରେ ଉତ୍ତର ପ୍ରଦେଶରେ କ୍ଷମତାସୀନ ତତ୍କାଳୀନ ସମାଜବାଦୀ ପାର୍ଟି ସରକାର ନିଷାଦ ସମ୍ପ୍ରଦାୟ ସହ ଅତି ନିର୍ମମ ଭାବରେ ବ୍ୟବହାର କରିବା ସହ ମିଥ୍ୟା ମାମଲା ଦାଏର କରିଥିଲେ।


Also Read: Uttar Pradesh Politics: ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା


ଯେଉଁ ମାମଲାରେ ଉତ୍ତର ପ୍ରଦେଶ ସରକାରଙ୍କ ମତ୍ସ୍ୟ ପାଳନ ବିଭାଗ ମନ୍ତ୍ରୀ (Uttar Pradesh Fisheries  Department) ସଞ୍ଜୟ ନିଷାଦଙ୍କ (Sanjay Nishad) ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି ତାହା ପ୍ରାୟ ୭ ବର୍ଷ ପୂର୍ବର ମାମଲା। ଗତ ୨୦୧୫ ଜୁନ ୭ ତାରିଖରେ ସାହାଜନୱା ଥାନାର କସରୱାଲ ଠାରେ ସରକାରୀ ଚାକିରିରେ ନିଷାଦ ସମ୍ପ୍ରଦାୟ (Nishad Community) ପାଇଁ ୫ ପ୍ରତିଶତ ସଂରକ୍ଷଣ ଦାବିରେ ଏକ ଆନ୍ଦୋଳନ ହୋଇଥିଲା। ଆନ୍ଦୋଳନ କରିବା ବେଳେ ଆନ୍ଦୋଳନକାରୀ ରେଳ ଧାରଣା ଉପରେ ବସିଥିଲେ। ଆନ୍ଦୋଳନ ସମୟରେ ବିବାଦ ବଢିଯିବା ସହ ପୋଲିସ ଲାଠି ଚାର୍ଜ କରିଥିଲା। ଏହି ସମୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।


ପରେ ପୋଲିସ ଗୁଳି ଚଳାଇବା କାରଣରୁ ଏହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଥିଲା। ଏହି କାରଣରୁ ଆନ୍ଦୋଳନ ଉଗ୍ର ହୋଇଉଠିବା ସହ ପୋଲିସ ସହିତ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ। ସେମାନେ ଅନେକ ପୋଲିସ ଗାଡିରେ ନିଆଁ ଲଗାଇ ଦେଇଥିଲେ। ଏନେଇ ହୋଇଥିବା ହିଂସାକାଣ୍ଡରେ ୨୪ ଜଣପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାରେ ସାହାଜନୱା ଥାନା ଅଧ୍ୟକ୍ଷ ଶ୍ୟାମଲାଲ ନିଷାଦ ପାର୍ଟି ମୁଖ୍ୟ (Nishad Party Chief) ସଞ୍ଜୟ ନିଷାଦଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ଦଙ୍ଗା, ଅଗ୍ନିକାଣ୍ଡ ଏବଂ ଅନ୍ୟାନ୍ୟ ବିଭାଗ ବିରୋଧରେ ମାମଲା ଦାଏର କରିଥିଲେ।