ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ପରେ ୨୦୨୨ ବିଧାନ ପରିଷଦ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଛି ସମାଜବାଦୀ ପାର୍ଟି। ଏହି ନିର୍ବାଚନରେ ଦଳ ପୁନର୍ବାର ଏହାର ମୂଳ ଭୋଟ ବ୍ୟାଙ୍କ ଯାଦବ ସମ୍ପ୍ରଦାୟରେ ସମର୍ଥନ ହାସଲ କରିବାକୁ ପ୍ରୟାସ କରିଛି। ଆସନ୍ତା ଅପ୍ରେଲ ମାସରେ ଏହି ନିର୍ବାଚନ ଅନୁଷ୍ଠିଚ ହେବା ସହ ଏହାର ଫଳାଫଳ ଘୋଷଣା କରାଯିବ।    


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ ଲାଗି ୧୬ ଆସନରେ ୧୨ ଜଣ ଯାଦବ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରିଛି ସମାଜବାଦୀ ପାର୍ଟି। ଅନ୍ୟପଟେ ଦଳ ଟିକେଟ ବଣ୍ଟନ ବେଳେ ଯୁବ ବର୍ଗ ଉପରେ ନଜର ରଖିଛି। ବୁଧବାର ଦଳର ଅନେକ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି। ଏହି ନିର୍ବାଚନ ଲାଗି ଦେୱରିୟା-କୁଶୀନଗର ଆସନରୁ କାଫିଲ ଖାନ ଏବଂ  ବର୍ତ୍ତମାନର ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂହ ସାଜନଙ୍କୁ ପୁନର୍ବାର ଲକ୍ଷ୍ନୌ-ଉନ୍ନାଁଓ ଆସନରୁ ପ୍ରାର୍ଥୀ କରିଛି ଦଳ।  


Also Read: UP MLC Election 2022: ୩୬ ଆସନରେ ମୁହାଁମୁହିଁ ହେବେ BJP-Samajwadi Party


ମୋଟ ୧୦୦ ସଦସ୍ୟ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନ ପରିଷଦରେ ସ୍ଥାନୀୟ ସ୍ୱାୟତ୍ତ ଶାସିତ ସଂସ୍ଥା ଲାଗି ୩୫ ଆସନ ସଂରକ୍ଷିତ ରହିଛି। ମାତ୍ର ଏଟା-ମଥୁରା-ମୈନପୁରୀ କ୍ଷେତ୍ର ଲାଗି ୨ ଜଣ ବିଧାନ ପରିଷଦ ସଦସ୍ୟ ନିର୍ବାଚିତ ହୋଇଥାନ୍ତି। ଏପରି ଭାବେ ମୋଟ ୩୫ ଆସନ ଲାଗି ୩୬ ଜଣ ସଦସ୍ୟ ବିଧାନ ପରିଷଦକୁ ନିର୍ବାଚିତ ହୋଇଥାନ୍ତି। ଆସନ୍ତା ମାସରେ ୩୫ ସିଟ୍ ଲାଗି ନିର୍ବାଚନ ଅନୁଷ୍ଠିତ ହେବ।


Also Read: ବିଧାନସଭା ପରେ ବିଧାନ ପରିଷଦ ନିର୍ବାଚନରେ ମୁହାଁମୁହିଁ ହେବେ BJP-Samajwadi Party


ବିଧାନ ପରିଷଦ ନିର୍ବାଚନ ଲାଗି ମୋଟ ୨ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୩୦ ଆସନ ଲାଗି ୧୫ ମାର୍ଚ୍ଚରୁ ୧୯ ମାର୍ଚ୍ଚ ମଧ୍ୟରେ ନାମାଙ୍କନ ଦାଖଲ କରାଯିବ। ଏହି ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଯାଞ୍ଚ ୨୧ ମାର୍ଚ୍ଚରେ ଅନୁଷ୍ଠିତ ହେବ ଏବଂ ୨୩ ମାର୍ଚ୍ଚ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରିବାକୁ ଅନୁମତି ଦିଆଯିବ। ୯ ଅପ୍ରେଲରେ ମତଦାନ ଅନୁଷ୍ଠିତ ହେବ। 


ଦ୍ୱିତୀୟ ପର୍ଯ୍ୟାୟରେ ୬ ଆସନ ଲାଗି ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ଦାଖଲ। ଏହି ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଯାଞ୍ଚ ୨୩ ମାର୍ଚ୍ଚରେ ଅନୁଷ୍ଠିତ ହେବ ଏବଂ ୨୫ ମାର୍ଚ୍ଚ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରିବାକୁ ଅନୁମତି ଦିଆଯିବ। ୧୨ ଅପ୍ରେଲରେ ମତଦାନ ଅନୁଷ୍ଠିତ ହେବ। ଅପ୍ରେଲ ୧୨ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। ଏହି ନିର୍ବାଚନରେ ​​ସମସ୍ତ ଜନପ୍ରତିନିଧି ସେମାନଙ୍କ ନିଜ ନିଜ ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ଦେବେ। 


Also Read: UP MLC ନିର୍ବାଚନକୁ ନେଇ ବଡ଼ ଘୋଷଣା କଲା ବିଜେପି


କେଉଁ ଆସନରୁ କିଏ ହେଲେ ସମାଜବାଦୀ ପାର୍ଟି ବିଧାନ ପରିଷଦ ପ୍ରାର୍ଥୀ


  • ଅନୁରାଗ ବର୍ମା: ଖେରୀ 

  • ମନୋଜ କୁମାର: ଜୌନପୁର 

  • ଉମେଶ କୁମାର:ବାରାଣସୀ 

  • ଅମର ଯାଦବ: ବହରାଇଚ 

  • ବିଜୟ ବାହାଦୂର ଯାଦବ: ପ୍ରତାପଗଡ 

  • ଦିଲୀପ ସିଂହ ଯାଦବ:ଆଗ୍ରା-ଫିରୋଜାବାଦ 

  • କାଫିଲ ଖାନ: ଦେୱରିୟା-କୁଶୀନଗର 

  • ସୁନୀଲ ସିଂହ ସାଜନ: ଲକ୍ଷ୍ନୌ-ଉନ୍ନାଁଓ 

  • ରାଜେଶ ଯାଦବ: ବାରବାଙ୍କା 

  • ଅମିତ ଯାଦବ: ପୀଲୀଭୀତ-ଶାହାଜହାଁପୁର 

  • ରଜନୀଶ ଯାଦବ: ଗୋରଖପୁର-ମହାରାଜଗଞ୍ଜ

  • ଶ୍ୟାମ ସୁନ୍ଦର ସିଂହ: ଝାନ୍ସି-ଜାଲୌନ୍-ଲଲିତପୁର 

  • ସନ୍ତୋଷ ଯାଦବ:ବସ୍ତି-ସିଦ୍ଧାର୍ଥନଗର 

  • ବୀରେନ୍ଦ୍ର ଶଙ୍କର: ରାୟବରେଲି

  • ହୀରାଲାଲ୍ ଯାଦବ:ଅଯୋଧ୍ୟା (ଫୈଜାବାଦ)

  • ରାଜେଶ କୁମାର ଯାଦବ: ଆଜାମଗଡ-ମଉ

  • ମକସୁର ଅହମ୍ମଦ: ରାମପୁର-ବରେଲି 


ବିଧାନ ପରିଷଦ ନିର୍ବାଚନ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳୀୟ ପ୍ରାର୍ଥୀଙ୍କୁ ସିଧାସଳଖ ନାମାଙ୍କନ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି ସମାଜବାଦୀ ପାର୍ଟି।