Shivpal Yadav: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ନେଇ  ଏକ ବଡ଼ ବୟାନ ଦେଇଛନ୍ତି ପ୍ରଗତିଶୀଳ ସମାଜବାଦୀ ପାର୍ଟି ମୁଖ୍ୟ ଶିବପାଲ ଯାଦବ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ସହ ତାଙ୍କ ଦଳର ହେବାକୁ ଥିବା ମେଣ୍ଟ ଗଠନ କରିବା ପ୍ରସଙ୍ଗରେ ସ୍ପଷ୍ଟ ଜବାବ ରଖିଛନ୍ତି।  ଏନେଇ ସେ କହିଛନ୍ତି ଯେ ଦଳ ୨୦୨୪ ନିର୍ବାଚନରେ କ୍ଷମତା ଦଖଲ କରିବ। ତାଙ୍କର ଏହି ବୟାନକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି।


COMMERCIAL BREAK
SCROLL TO CONTINUE READING

ଏନେଇ ମିଳିଥିବା ଖବର ଅନୁସାରେ ପ୍ରଗତିଶୀଳ ସମାଜବାଦୀ ପାର୍ଟି (Pragatisheel Samajwadi Party) ପିଏସପି ସଭାପତି (PSP President) ଶିବପାଲ ଯାଦବ (Shivpal Yadav) ସଙ୍ଗମ ନଗରୀ ପ୍ରୟାଗରାଜ (Sangam Nagri Prayagraj) ଠାରେ ଉପରୋକ୍ତ ବୟାନ ଦେଇଛନ୍ତି। ଏହି ଅବସରରେ ସେ,  ଆସନ୍ତା ଲୋକସଭା ନିର୍ବାଚନରେ (Lok Sabha Election 2024) ବିଜେପି (BJP) ସହ ତାଙ୍କ ଦଳର ହେବାକୁ ଥିବା ମେଣ୍ଟ ଗଠନ (BJP PSP Alliance) ସମ୍ପର୍କରେ ସୂଚାଇ ଦେଇଛନ୍ତି। ଏନେଇ ପିଏସପି ସଭାପତି ତାଙ୍କ ଦଳ ରାଜ୍ୟରେ ହେବାକୁ ଯାଉଥିବା ପୌରସଂସ୍ଥା ନିର୍ବାଚନରେ (Uttar Pradesh Local Body Election) ନିଜ ଦମ ବଳରେ ପ୍ରିତିଦ୍ୱନ୍ଦ୍ୱିତା କରିବ। 


ପ୍ରୟାଗରାଜ ଗସ୍ତ ଅବସରରେ ପିଏସପି ସଭାପତି ଶିବପାଲ ଯାଦବ ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party Chief) ପୁତୁରା ଅଖିଲେଶ ଯାଦବଙ୍କୁ (Akhilesh Yadav) ମଧ୍ୟ ଟାର୍ଗେଟ କରିବାକୁ ପଛେଇ ନାହାଁନ୍ତି। ପୁତୁରା ଅଖିଲେଶଙ୍କ ଉଦ୍ଦେଶ୍ୟରେ ଚାଚା ଶିବପାଲ କହିଛନ୍ତି ଯେ, ଯଦି ସେ ତାଙ୍କର ଦୋଷ ଦୁର୍ବଳତାକୁ ଦେଖି ପାରିଥାନ୍ତେ ଏବଂ ସଠିକ ଉପାୟରେ ଦଳୀୟ ଟିକେଟ ବଣ୍ଟନ କରିଥାନ୍ତେ ତାହେଲେ ବର୍ତ୍ତମାନ ସମୟରେ ରାଜ୍ୟରେ ସମାଜବାଦୀ ସରକାର (Samajwadi Government in Uttar Pradesh) କ୍ଷମତାସୀନ ହୋଇଥାନ୍ତା। 


Also Read: UP Politics: 'ପ୍ରଚାର ଲାଗି ଗୋଟିଏ ହେଲିକ୍ୟାପ୍ଟର ଦେଇଥିଲେ ଆମର ସରକାର ଗଠିତ ହୋଇ ଯାଇଥାନ୍ତା'


 


ଅନ୍ୟପକ୍ଷରେ ବିଏସପି ସୁପ୍ରିମୋ ମାୟାବତୀ (BSP Supremo Mayawati), ବିଜେପି ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ମଧ୍ୟରେ ଚାଲିଥିବା ବୟାନବାଜି ଉପରେ ପ୍ରତିକ୍ରିୟା ରଖି ଶିବପାଲ ଯାଦବ କହିଛନ୍ତି ଯେ ଗଣମାଧ୍ୟମ ଏହି ଘଟଣା ବାବଦରେ ସବୁ କିଛି ଜାଣିଛି। ରାଜ୍ୟରେ ବିଜେପି ସରକାର (BJP Government in Utatr Pradesh) ଗଠିତ ହେବା ପର ଠାରୁ ଅମଲାତନ୍ତ୍ର ନିରଙ୍କୁଶ ହୋଇଯାଇଥିବା ଏବଂ ଦୁର୍ନୀତି ହେଉଥିବାର ଅଭିଯୋଗ କରିଛନ୍ତି ପିଏସପି ସଭାପତି। 


ବିଜେପି ବିରୋଧରେ ଅଭିଯୋଗ ଆଣି ଶିବପାଲ ଯାଦବ କହିଛନ୍ତି ଯେ ରାଜ୍ୟରେ ଶାସକ ଦଳର ଜଣେ ବିଧାନ ପରିଷଦ ସଦସ୍ୟ ସୁରେନ୍ଦ୍ର ଚୌଧୁରୀ (BJP MLC Surendra Choudhary), ତାଙ୍କ ଦଳର ମଣ୍ଡଳ ଦାୟିତ୍ୱରେ ରହିଥିବା ଶ୍ରୀ ପ୍ରକାଶ ରାୟ ଓରଫ୍ ଲଲନ ରାୟଙ୍କ ଘରକୁ ବେଆଇନ ଭାବେ ଦଖଲ କରିଥିବା ନେଇ ଅଭିଯୋଗ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ (UP CM Yogi Adityanath) ଲିଖିତ ଭାବେ ନିଜର ଅଭିଯୋଗ ଜଣାଇବେ।