କଂଗ୍ରେସ, ଏନସିପିର ସାଥ୍ ଛାଡିବାକୁ ଚାହୁଁନାହାଁନ୍ତି ଉଦ୍ଧବ ଠାକରେ! ନେଲେ ଏହି ବଡ଼ ପଦକ୍ଷେପ
Vice Presidential Election 2022: ଏଠାରେ କହି ରଖୁଛୁ ଯେ, ଭାରତୀୟ ଜନତା ପାର୍ଟି (BJP) ସହାୟତାରେ ଏକନାଥ ସିନ୍ଦେ (Eknath Shinde) ମହାରାଷ୍ଟ୍ରରେ ସରକାର ଗଠନ କରି ଉଦ୍ଧବ ଠାକରେଙ୍କୁ କ୍ଷମତାରୁ ବେଦଖଲ କରିଥିଲେ ।
ମୁମ୍ୱାଇ: Vice Presidential Election 2022: ବର୍ତ୍ତମାନ ସମୟରେ ଦେଶରେ ରାଷ୍ଟ୍ରପତି (Presidential Election 2022) ଓ ଉପରାଷ୍ଟ୍ରପତି ନିର୍ବାଚନ (Vice Presidential Election 2022) କୁ ନେଇ ରାଜନୈତିକ ପାରା ବଢ଼ିବାରେ ଲାଗିଛି । ଆଜି ସକାଳ ୧୦ଟାରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଯାଉଛି । ଅନ୍ୟପଟେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମଧ୍ୟ ଜାତୀୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଉଦ୍ଧବ ଠାକରେ (Uddhav Thackeray) ଙ୍କ ନେତୃତ୍ୱାଧୀନ ଶିବସେନା (Shiv Sena) ଗୋଷ୍ଠୀ ହୁଏତ ନିଷ୍ପତ୍ତି ନେଇଥାଇ ପାରନ୍ତି, କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନରେ ଏହି ଗୋଷ୍ଠୀ ବିରୋଧୀ ଦଳର ପ୍ରାର୍ଥୀ ମାର୍ଗରେଟ୍ ଅଲଭା (Margaret Alva) ଙ୍କୁ ସମର୍ଥନ କରିବ । ଏନସିପି ସୁପ୍ରିମୋ ଶରଦ ପାୱାର (Sharad Pawar) ଙ୍କ ବାସଭବନରେ ବୈଠକରେ ଯୋଗଦେବା ପରେ ଶିବସେନା ସାଂସଦ ସଞ୍ଜୟ ରାଉତ (Sanjay Raut) କହିଛନ୍ତି ଯେ, ସେମାନେ ଅଲଭାଙ୍କୁ ସମର୍ଥନ କରିବେ ।
ଏଠାରେ କହି ରଖୁଛୁ ଯେ, ଭାରତୀୟ ଜନତା ପାର୍ଟି (BJP) ସହାୟତାରେ ଏକନାଥ ସିନ୍ଦେ (Eknath Shinde) ମହାରାଷ୍ଟ୍ରରେ ସରକାର ଗଠନ କରି ଉଦ୍ଧବ ଠାକରେଙ୍କୁ କ୍ଷମତାରୁ ବେଦଖଲ କରିଥିଲେ । ଏହା ସତ୍ତ୍ୱେ ଉଦ୍ଧବ ଠାକରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିବା ପରେ କଂଗ୍ରେସ (Congress) ଓ ଏନସିପି (NCP) ଅସନ୍ତୋଷ ପ୍ରକାଶ କରିଥିଲେ ।
ସଞ୍ଜୟ ରାଉତ କହିଛନ୍ତି ଯେ, ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଏକତା ରହିଛି । ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା ଓ ଦେଶର ଆଦିବାସୀମାନଙ୍କ ପ୍ରତି ଲୋକଙ୍କ ସହାନୁଭୂତି ରହିଛି । ଆମର ଅନେକ ବିଧାୟକ ଓ ସାଂସଦ ମଧ୍ୟ ଆଦିବାସୀ ସମ୍ପ୍ରଦାୟରୁ ଆସନ୍ତି । ସେଥିପାଇଁ ଆମେ ତାଙ୍କୁ ସମର୍ଥନ ଘୋଷଣା କରିଛୁ । କିନ୍ତୁ ଏଠାରେ ଆମେ ମାର୍ଗରେଟ୍ ଅଲଭାଙ୍କୁ ସମର୍ଥନ କରିବୁ ।
ଏହା ବି ପଢ଼ନ୍ତୁ:-ମାଗଣା ରାସନ ନେଉଥିବା ଲୋକଙ୍କୁ ଲାଗିଲା ଲଟେରୀ! ସରକାରଙ୍କ ନିଷ୍ପତ୍ତି ଯୋଗୁଁ ମିଳିଲା ବଡ଼ ଆଶ୍ୱସ୍ତି
ଏହା ବି ପଢ଼ନ୍ତୁ:-SBI, HDFC ଏବଂ ICICI ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଖୁସି ଖବର! ଅର୍ଥମନ୍ତ୍ରୀ କଲେ ଏହି ବଡ଼ ଘୋଷଣା
ଏହା ବି ପଢ଼ନ୍ତୁ:-ରାଜଧାନୀରେ ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍
ରାଜ୍ୟସଭାରୁ ଶିବସେନା ସାଂସଦ ରାଉତ ଏହା ପୂର୍ବରୁ ମଧ୍ୟ କହିଥିଲେ ଯେ, ମୁର୍ମୁଙ୍କୁ ସମର୍ଥନ କରିବା ଅର୍ଥ ନୁହେଁ ଯେ ସେ ବିଜେପିକୁ ସମର୍ଥନ କରୁଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ବିଜେପି ସହ ଦଶନ୍ଧିର ମେଣ୍ଟ ଭାଙ୍ଗିବା ପରେ ଶିବସେନା ଏନସିପି ଓ କଂଗ୍ରେସ ସହିତ ମିଶି ମହାବିକାଶ ଅଘାଡ଼ି ସରକାର ଗଠନ କରିଥିଲେ । ଗତ ମାସରେ ବିଧାୟକଙ୍କ ବିଦ୍ରୋହ ପରେ ଏହି ସରକାରଙ୍କ ପତନ ପରେ ଉଦ୍ଧବ ଠାକରେଙ୍କୁ ଏକ ବଡ଼ ଝଟକା ଲାଗିଥିଲା । ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ । ବର୍ତ୍ତମାନ ଉଦ୍ଧବ ଠାକରେ କୌଣସି ପ୍ରକାରେ ନିଜ ଦଳ ଶିବସେନାକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।
ଏନଡିଏ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ନିଜର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଛି । ଅନ୍ୟପଟେ ଅଲଭାଙ୍କୁ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ବୈଠକ ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶରଦ ପାୱାର କହିଛନ୍ତି ଯେ, ଏହି ନିଷ୍ପତ୍ତିରେ ୧୭ଟି ଦଳ ସହମତ ଅଛନ୍ତି । ଏହା ବ୍ୟତୀତ ଆମ୍ ଆଦମୀ ପାର୍ଟି ଓ ଟିଏମସି ମଧ୍ୟ ଅଲଭାଙ୍କୁ ସମର୍ଥନ କରିବେ । ସୂଚନାଯୋଗ୍ୟ, ୮୦ ବର୍ଷୀୟ ଅଲଭା ଉତ୍ତରାଖଣ୍ଡ, ରାଜସ୍ଥାନ, ଗୋଆ ଏବଂ ଗୁଜରାଟର ରାଜ୍ୟପାଳ ରହିସାରିଛନ୍ତି । କଂଗ୍ରେସ ସାଂସଦ ଥିବାବେଳେ ସେ କେନ୍ଦ୍ର ସରକାରରେ ଚାରିଥର ରାଜ୍ୟ ମନ୍ତ୍ରୀ ଥିଲେ ।