ମାଗଣା ରାସନ ନେଉଥିବା ଲୋକଙ୍କୁ ଲାଗିଲା ଲଟେରୀ! ସରକାରଙ୍କ ନିଷ୍ପତ୍ତି ଯୋଗୁଁ ମିଳିଲା ବଡ଼ ଆଶ୍ୱସ୍ତି
Advertisement
Article Detail0/zeeodisha/odisha1262552

ମାଗଣା ରାସନ ନେଉଥିବା ଲୋକଙ୍କୁ ଲାଗିଲା ଲଟେରୀ! ସରକାରଙ୍କ ନିଷ୍ପତ୍ତି ଯୋଗୁଁ ମିଳିଲା ବଡ଼ ଆଶ୍ୱସ୍ତି

Free Ration Scheme: ଏହି ଖବର ହିତାଧିକାରୀଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିଥିଲା । ଫଳରେ ଅନେକ ଜିଲ୍ଲାରେ ରାସନ କାର୍ଡ ସରେଣ୍ଡର କରିବାକୁ ଲୋକଙ୍କ ଧାଡ଼ି ଲାଗିଥିଲା । ଏହା ପରେ ଉତ୍ତର ପ୍ରଦେଶ ସରକାର ସ୍ପଷ୍ଟ କରିଛନ୍ତି ଯେ, ରାସନ କାର୍ଡ ସରେଣ୍ଡର କିମ୍ବା ବାତିଲ କରିବାକୁ କୌଣସି ଆଦେଶ ଜାରି କରାଯାଇ ନାହିଁ ।

ମାଗଣା ରାସନ ନେଉଥିବା ଲୋକଙ୍କୁ ଲାଗିଲା ଲଟେରୀ! ସରକାରଙ୍କ ନିଷ୍ପତ୍ତି ଯୋଗୁଁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ: Free Ration Scheme: ଯଦି ଆପଣ ମଧ୍ୟ ରାସନ କାର୍ଡ (Ration Card) ରେ ମାଗଣା ରାସନର ସୁବିଧା ନେଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ମେ ମାସରେ ଅନେକ ମିଡିଆ ରିପୋର୍ଟ୍ସରେ କୁହାଯାଇଥିଲା ଯେ, ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ ତରଫରୁ ଅଯୋଗ୍ୟ ରାସନ କାର୍ଡଧାରକଙ୍କୁ କାର୍ଡ ସରେଣ୍ଡର କରିବାକୁ କୁହାଯାଇଛି । ଦାବି କରାଯାଇଥିଲା ଯେ, ଯେଉଁମାନେ ରାସନ କାର୍ଡ ସରେଣ୍ଡର (Ration Card Surrender) କରିନାହାଁନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସରକାର ସେମାନଙ୍କ ଠାରୁ ରାସନର ମୂଲ୍ୟ ଆଦାୟ କରିବେ ।

ଏହି ଖବର ହିତାଧିକାରୀଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିଥିଲା । ଫଳରେ ଅନେକ ଜିଲ୍ଲାରେ ରାସନ କାର୍ଡ ସରେଣ୍ଡର କରିବାକୁ ଲୋକଙ୍କ ଧାଡ଼ି ଲାଗିଥିଲା । ଏହା ପରେ ଉତ୍ତର ପ୍ରଦେଶ ସରକାର ସ୍ପଷ୍ଟ କରିଛନ୍ତି ଯେ, ରାସନ କାର୍ଡ ସରେଣ୍ଡର କିମ୍ବା ବାତିଲ କରିବାକୁ କୌଣସି ଆଦେଶ ଜାରି କରାଯାଇ ନାହିଁ ।

ରାଜ୍ୟର ଖାଦ୍ୟ କମିଶନର ଗଣମାଧ୍ୟମରେ ଚାଲିଥିବା ଖବରକୁ ଖଣ୍ଡନ କରିଛନ୍ତି । ଏହା ସହିତ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ କିଏ ଏପରି ଆଦେଶ ଦେଇଛନ୍ତି, ସେ ବିଷୟରେ ଅନୁସନ୍ଧାନ କରିବା ଆବଶ୍ୟକ ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସରକାରଙ୍କ ଏହି ସର୍ବଶେଷ ଆଦେଶ ପରେ ଯେଉଁମାନେ ରାସନ କାର୍ଡରେ ମାଗଣା ରାସନର ଲାଭ ଉଠାଉଥିଲେ, ସେମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି ।

ରାଜ୍ୟର ଖାଦ୍ୟ କମିଶନର ବିଭିନ୍ନ ଗଣମାଧ୍ୟମ ଉପରେ ଚାଲିଥିବା ଖବରକୁ ବିଭ୍ରାନ୍ତିକର ଓ ମିଥ୍ୟା ବୋଲି କହିଛନ୍ତି । ସେ କହିଛନ୍ତି ଯେ, ରାସନ କାର୍ଡ ଯାଞ୍ଚ ଏକ ସାଧାରଣ ପ୍ରକ୍ରିୟା । ଏହା ସମୟ ସମୟରେ ସରକାର ଦ୍ୱାରା କରାଯାଉଥିବା ଏକ ସାଧାରଣ ପ୍ରକ୍ରିୟା । ରାସନ କାର୍ଡ ସରେଣ୍ଡର ଓ ନୂତନ ଯୋଗ୍ୟତା ସର୍ତ୍ତ ସମ୍ବନ୍ଧୀୟ ବିଭ୍ରାନ୍ତିକର ରିପୋର୍ଟ ଗଣମାଧ୍ୟମରେ ପ୍ରସାରିତ ହେଉଛି ।

ଏହା ବି ପଢ଼ନ୍ତୁ:-SBI, HDFC ଏବଂ ICICI ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଖୁସି ଖବର! ଅର୍ଥମନ୍ତ୍ରୀ କଲେ ଏହି ବଡ଼ ଘୋଷଣା

ଏହା ବି ପଢ଼ନ୍ତୁ:-ରାଜଧାନୀରେ ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍

ଏହା ବି ପଢ଼ନ୍ତୁ:-ଜଗଦୀପ ଧନଖରଙ୍କୁ କାହିଁକି ଉପରାଷ୍ଟ୍ରପତି ପ୍ରାର୍ଥୀ କଲା ବିଜେପି? ଜାଣନ୍ତୁ ପରଦା ପଛର ପୁରା କାହାଣୀ

 

ସରକାରଙ୍କ ତରଫରୁ କୁହାଯାଇଛି ଯେ ରାସନ କାର୍ଡର ଯୋଗ୍ୟତା / ଅଯୋଗ୍ୟତା ମାନଦଣ୍ଡ ୨୦୧୪ରେ ସ୍ଥିର କରାଯାଇଥିଲା । ଏହା ପରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହା ମଧ୍ୟ କୁହାଯାଇଛି ଯେ, ପକ୍କା ଘର, ବିଦ୍ୟୁତ ସଂଯୋଗ କିମ୍ବା ଏକମାତ୍ର ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଧାରକ କିମ୍ବା ମୋଟର ସାଇକେଲ ମାଲିକ ଏବଂ କୁକୁଡ଼ା / ଗୋ-ପାଳନରେ ନିୟୋଜିତ ଥିବା କାରଣରୁ ରାସନ କାର୍ଡଧାରକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇପାରିବ ନାହିଁ । ଏହା ମଧ୍ୟ କୁହାଯାଇଛି ଯେ (ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ-୨୦୧୩ ଅନୁଯାୟୀ) ଅଯୋଗ୍ୟ କାର୍ଡଧାରକଙ୍କଠାରୁ ଆଦାୟ ପାଇଁ କୌଣସି ବ୍ୟବସ୍ଥା ନାହିଁ ।

ଏଠାରେ କହି ରଖୁଛୁ ଯେ, ମାର୍ଚ୍ଚ ୨୦୨୦ରେ କେନ୍ଦ୍ର ସରକାରଙ୍କ ତରଫରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅନ୍ତର୍ଗତ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PM-GKAY) ଆରମ୍ଭ କରାଯାଇଥିଲା । ଏହା ଅନ୍ତର୍ଗତ ମାସକୁ ୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ୮୦ କୋଟିରୁ ଅଧିକ ହିତାଧିକାରୀଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି । । ଏହି ଯୋଜନା ଯୋଗୁଁ COVID ମହାମାରୀ ସମୟରେ ଲୋକଙ୍କ ଅସୁବିଧା ମଧ୍ୟ ବହୁତ କମ୍ ହୋଇଛି ।