ନୂଆଦିଲ୍ଲୀ: West Bengal ABP CVoter Opinion Poll 2021:  ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, ପୁଡୁଚେରୀ ଏବଂ କେରଳ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ପାଞ୍ଚଟି ରାଜ୍ୟ ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚା ପଶ୍ଚିମବଙ୍ଗକୁ ନେଇ ହେଉଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ (Mamata Banerjee) ପୁଣି ଥରେ କ୍ଷମତାକୁ ଫେରିବାକୁ ଦାବି କରୁଥିବାବେଳେ ଗତ ଲୋକସଭା ନିର୍ବାଚନର ଫଳାଫଳକୁ ନେଇ ବିଜେପି (BJP) ଉତ୍ସାହିତ ରହିଛି । ବିଜେପି ଏହା ମଧ୍ୟ ଦାବି କରୁଛି ଯେ ସେ ଟିଏମସିକୁ କ୍ଷମତାରୁ ହଟାଇବ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ଆପଣଙ୍କ ଦରମା ପାଇଁ ଲାଗୁ ହେବ ନୂଆ ନିୟମ! ଜାଣନ୍ତୁ କ'ଣ ପଡ଼ିବ ପ୍ରଭାବ


ରାଜ୍ୟରେ ବାମପନ୍ଥୀ (Left Parties) ଙ୍କ ସହ ମେଣ୍ଟ କରିଥିବା କଂଗ୍ରେସ (Congress) ମଧ୍ୟ ଚ୍ୟାଲେଞ୍ଜ ଦେଉଛି । ଏଭଳି ପରିସ୍ଥିତିରେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରହିଛି ଯେ ଏଥର ବଙ୍ଗଳା ଶାସନ ଗାଦିରେ କିଏ ବିରାଜମାନ ହେବେ । ପଶ୍ଚିମ ବଙ୍ଗ ନିର୍ବାଚନ ସମ୍ପର୍କରେ ଏବିପି ନ୍ୟୁଜ୍ ପାଇଁ ସି-ଭୋଟର ଏକ ଓପିନିୟନ ପୋଲ କରିଛି । ଜାଣନ୍ତୁ ଏଥର ରାଜ୍ୟରେ କାହାକୁ କେତେ ଆସନ ମିଳିବାକୁ ଯାଉଛି ।


ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରେ ପ୍ରତି ମାସରେ ୨୫୦୦ ଟଙ୍କା ନିବେଶ କରି ପ୍ରତି ବର୍ଷ ପାଇପାରିବେ ୨୨,୫୦୦ ଟଙ୍କା, ଶେଷରେ ମିଳିବ ୫ ଲକ୍ଷ ଟଙ୍କା


ଓପିନିୟନ ପୋଲ୍ ଅନୁଯାୟୀ-


ତୃଣମୂଳ କଂଗ୍ରେସକୁ ୧୫୦ରୁ ୧୬୬ଟି ଆସନ 


ବିଜେପି ୯୮ରୁ ୧୧୪ଟି ଆସନ 


କଂଗ୍ରେସ-ବାମପନ୍ଥୀ ୨୩ରୁ ୩୧ଟି ଆସନ


ଏବଂ ଅନ୍ୟମାନେ ତିନିରୁ ପାଞ୍ଚଟି ଆସନ ପାଇପାରେ 


ଏହାର ଅର୍ଥ ହେଉଛି ପଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ ମମତା ବାନାର୍ଜୀଙ୍କ ସରକାର ଗଠନ ହୋଇପାରେ । ଏଥି ସହିତ ବିଜେପିକୁ ଅଧିକ ଅପେକ୍ଷା କରିବାକୁ ପଡିପାରେ । ତେବେ ଗତ ବିଧାନସଭା ନିର୍ବାଚନ ତୁଳନାରେ ବିଜେପିର ପ୍ରଦର୍ଶନ ଯଥେଷ୍ଟ ଭଲ ଥିବାର ଜଣାପଡିଛି । ଗତ ବିଧାନସଭା ନିର୍ବାଚନରେ ​​ବିଜେପି କେବଳ ତିନୋଟି ଆସନ ଜିତିବାରେ ସକ୍ଷମ ହୋଇଥିଲା ।


ଅଧିକ ପଢ଼ନ୍ତୁ:-'୫ରୁ ଏହି ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହାରିଯିବ ବିଜେପି'


କାହାକୁ ମିଳିବ କେତେ ଭୋଟ୍ ପ୍ରତିଶତ


ଗତ ଥର ଅର୍ଥାତ ୨୦୧୬ରେ ପଶ୍ଚିମବଙ୍ଗରେ ଟିଏମସି ୪୪.୯ ପ୍ରତିଶତ ଭୋଟ୍ ପାଇଥିଲା । ଅନୁମାନ କରାଯାଉଛି ଯେ ଏଥର ଏହି ଭୋଟ୍ ଦେଢ଼ ପ୍ରତିଶତ ହ୍ରାସ ହୋଇ ୪୩.୪ ପ୍ରତିଶତ ହୋଇପାରେ । ବିଜେପିକୁ ବହୁତ ଭଲ ଲାଭ ହେଉଥିବାର ଦେଖିବାକୁ ମିଳୁଛି । ଗତ ଥର ବିଜେପିକୁ ୧୦.୨ ପ୍ରତିଶତ ଭୋଟ୍ ମିଳିଥିଲା, ଯାହା ଏଥର ୩୮.୪ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଏହାର ଅର୍ଥ ହେଉଛି ୨୮.୨ ପ୍ରତିଶତର ଲାଭ ମିଳିବ ବୋଲି ମନେ ହେଉଛି ।


କଂଗ୍ରେସ ଓ ବାମପନ୍ଥୀ ମିଳିତ ମେଣ୍ଟ ସର୍ବାଧିକ କ୍ଷତି ସହିବ ବୋଲି ଅନୁମାନ କରାଯାଉଛି । ଗତ ଥର ସେମାନେ ୩୭.୯ ପ୍ରତିଶତ ଭୋଟ୍ ପାଇଥିଲେ, ଏଥର ଏହା ମାତ୍ର ୧୨.୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି, ଯାହାର ଅର୍ଥ ହେଉଛି ମାଇନସ୍ ୨୫.୨ ପ୍ରତିଶତର କ୍ଷତି । ଗତଥର ଅନ୍ୟମାନେ ୭ ପ୍ରତିଶତ ଭୋଟ୍ ପାଇଥିବାବେଳେ ଏଥର ସାଢ଼େ ୫ ପ୍ରତିଶତ ଭୋଟ୍ ମିଳିବ ବୋଲି ଆକଳନ କରାଯାଇଛି ।