ଏହି ସର୍ଭେ ଅନୁସାରେ ପଶ୍ଚିମବଙ୍ଗରେ ସରକାର ଗଢ଼ିପାରେ ବିଜେପି
ସି-ଭୋଟର (C-Voter) ସର୍ଭେ ଅନୁଯାୟୀ ରାଜ୍ୟରେ ବିଜେପି ସରକାର ଗଠନ କରୁଥିବାର ଦେଖାଯାଉଛି ।
ନୂଆଦିଲ୍ଲୀ: West Bengal Assembly Polls 2021: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଅଧିକ ସମୟ ବାକି ନାହିଁ । ସରକାରଙ୍କୁ ବଞ୍ଚାଇବା ପାଇଁ ଶାସକ ଦଳ ତୃଣମୂଳ କଂଗ୍ରେସ (TMC) ଜୋରଦାର ଉଦ୍ୟମ କରୁଥିବାବେଳେ ଲୋକସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନକୁ ନେଇ ଉତ୍ସାହିତ ଥିବା ବିରୋଧୀ ଭାରତୀୟ ଜନତା ପାର୍ଟି (BJP) ମଧ୍ୟ ନିର୍ବାଚନ ଜିତିବା ପାଇଁ ସମସ୍ତ ବଳ ପ୍ରୟୋଗ କରୁଛି । ସେପଟେ ନିର୍ବାଚନ ପୂର୍ବରୁ ବିଭିନ୍ନ ସଂସ୍ଥା ଦ୍ୱାରା ସର୍ଭେ କରାଯାଉଛି । ଏହି ସର୍ଭେ ମାଧ୍ୟମରେ ଆଗାମୀ ନିର୍ବାଚନରେ କେଉଁ ଦଳ କେମିତି ପ୍ରଦର୍ଶନ କରିବେ, ତାହାକୁ ନେଇ ଅନୁମାନ ଲଗାଯାଉଛି । ଏହି କ୍ରମରେ ବର୍ତ୍ତମାନ ଏବିପି-ସି ଭୋଟର ସର୍ଭେ (ABP-C Voter Survey) ଅନୁଯାୟୀ ଭାରତୀୟ ଜନତା ପାର୍ଟି (BJP) ଏଥର ବିଧାନସଭା ନିର୍ବାଚନରେ ଜିତିପାରେ ।
ଅଧିକ ପଢ଼ନ୍ତୁ:-ଇଣ୍ଡିଆନ୍ ଅଏଲରେ ବିଭିନ୍ନ ପଦ ପାଇଁ ବମ୍ପର ଭର୍ତ୍ତି, ଆବେଦନ କରିବାକୁ କିଛି ଦିନ ଅଛି ବାକି, ଶୀଘ୍ର କରନ୍ତୁ ଅପ୍ଲାଇ
ସି-ଭୋଟର (C-Voter) ସର୍ଭେ ଅନୁଯାୟୀ ରାଜ୍ୟରେ ବିଜେପି ସରକାର ଗଠନ କରୁଥିବାର ଦେଖାଯାଉଛି । ଏହି ସର୍ଭେରେ ୪୩ ପ୍ରତିଶତ ଲୋକ ମନେ କରନ୍ତି ଯେ ରାଜ୍ୟରେ ବିଜେପି ସରକାର ଗଠନ କରିପାରେ । ସେପଟେ ୩୫ ପ୍ରତିଶତ ଲୋକ ମନେ କରନ୍ତି ଯେ ମମତା (Mamata Banerjee) ଙ୍କ ନାମରେ ଟିଏମସି ନିର୍ବାଚନରେ ଜିତିପାରେ । ୧୨ ପ୍ରତିଶତ ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ କହିଛନ୍ତି ଯେ ନିର୍ବାଚନରେ ଯାହା ଘଟିବ ତାହା ବର୍ତ୍ତମାନ କୁହାଯାଇପାରିବ ନାହିଁ । ବେଙ୍ଗଲରେ ନିର୍ବାଚନର ସବୁଠାରୁ ବଡ ପ୍ରସଙ୍ଗ ହେଉଛି ବେକାରୀ । ୩୫ ପ୍ରତିଶତ ଲୋକ ମନେ କରନ୍ତି ଯେ ଏହି ନିର୍ବାଚନ ବେରୋଜଗାରୀ ପ୍ରସଙ୍ଗରେ ଲଢ଼ାଯିବ । ୧୭ ପ୍ରତିଶତ ଲୋକ କହିଛନ୍ତି ଯେ ବିଦ୍ୟୁତ୍, ଜଳ ଏବଂ ରାସ୍ତା ଏକ ବଡ ପ୍ରସଙ୍ଗ । ରାଜ୍ୟର ୧୧ ପ୍ରତିଶତ ଲୋକ ସରକାରୀ ଦୁର୍ନୀତିକୁ ଏକ ବଡ ପ୍ରସଙ୍ଗ ବୋଲି ମାନନ୍ତି ।
ଅଧିକ ପଢ଼ନ୍ତୁ:-ପେଟ୍ରୋଲ-ଡିଜେଲକୁ ଶସ୍ତା କରିବା ପାଇଁ ଟିକସ କାହିଁକି ହ୍ରାସ କରୁନାହାଁନ୍ତି ମୋଦି ସରକାର?
ସର୍ଭେ ଅନୁଯାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି । ରାଜ୍ୟର ୫୪ ପ୍ରତିଶତ ଲୋକ ଚାହୁଁଛନ୍ତି ଯେ ମମତା ବାନାର୍ଜୀ ପୁଣି ଥରେ ସିଏମ୍ ହୁଅନ୍ତୁ । ଏଥି ସହିତ ୨୫ ପ୍ରତିଶତ ଲୋକଙ୍କ ପସନ୍ଦ ସହିତ ବିଜେପିର ଦିଲୀପ ଘୋଷ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସିଏମ ପଦ ପାଇଁ କଂଗ୍ରେସର ଅଧୀର ରଂଜନ ଚୌଧୁରୀଙ୍କୁ ୨ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ସର୍ଭେରେ ବେଙ୍ଗଳ ଟାଇଗର ସୌରଭ ଗାଙ୍ଗୁଲି ଜଣେ ଭଲ ସିଏମ ପ୍ରାର୍ଥୀ ଭାବରେ ୪ ପ୍ରତିଶତ ଲୋକଙ୍କ ପସନ୍ଦ ହୋଇପାରିଛନ୍ତି ।