ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ଟିଏମସିରେ ସାମିଲ ହେଲେ ଦଳର ଏହି ବରିଷ୍ଠ ନେତାଗଣ
ବିଜେପି ଏସସି ମୋର୍ଚ୍ଚାର ରାଜ୍ୟ ଉପାଧ୍ୟକ୍ଷ ଦୀପକ ରୟ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ଏସସି ମୋର୍ଚ୍ଚା ସଦସ୍ୟ ସୁବ୍ରତ ରୟ ଦଳ ଛାଡିଛନ୍ତି । ଏହା ସହ ନଦିଆ ଓ ଡାୟମଣ୍ଡ ହାରବର୍ ଜିଲ୍ଲାର ଶତାଧିକ କର୍ମୀ ବିଜେପି (BJP) ଛାଡି ତୃଣମୂଳ କଂଗ୍ରେସ (TMC) ରେ ଯୋଗ ଦେଇଛନ୍ତି ।
କୋଲକାତା: West Bengal Assembly Polls 2021: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି (BJP) କୁ ବଡ଼ ଝଟକା ଲାଗିଛି । ଦଳର ଅନେକ ବରିଷ୍ଠ ନେତା ତୃଣମୂଳ କଂଗ୍ରେସ (TMC) ର ସଦସ୍ୟତା ଗ୍ରହଣ କରିଛନ୍ତି । ମନେ କରାଯାଉଛି ଏହି ନେତାମାନେ ଦଳ ଛାଡିବା କାରଣରୁ ବିଜେପି (BJP) କୁ ଅନେକ ଅଞ୍ଚଳରେ କ୍ଷତି ସହିବାକୁ ପଡ଼ିପାରେ । ସେପଟେ ବଙ୍ଗଳାରେ ବିଧାନସଭା ନିର୍ବାଚନ (Bengal Polls) ଯେକୌଣସି ସମୟରେ ଘୋଷଣା କରାଯାଇପାରେ । ଏନେଇ ନିର୍ବାଚନ ଆୟୋଗ ଦ୍ୱାରା ପ୍ରସ୍ତୁତି ଜୋରସୋରରେ ଚାଲିଛି ।
ଅଧିକ ପଢ଼ନ୍ତୁ:-ଭୁଶୁଡ଼ି ପଡ଼ିବ କି ଦିଦିଙ୍କ ଗଡ, ନା ବିଜେପିର ସ୍ୱପ୍ନକୁ ଧୂଳିସାତ କରିଦେବ ଲୋକପ୍ରିୟତା?
ସୂଚନାନୁସାରେ, ବିଜେପି ଏସସି ମୋର୍ଚ୍ଚାର ରାଜ୍ୟ ଉପାଧ୍ୟକ୍ଷ ଦୀପକ ରୟ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ଏସସି ମୋର୍ଚ୍ଚା ସଦସ୍ୟ ସୁବ୍ରତ ରୟ ଦଳ ଛାଡିଛନ୍ତି । ଏହା ସହ ନଦିଆ ଓ ଡାୟମଣ୍ଡ ହାରବର୍ ଜିଲ୍ଲାର ଶତାଧିକ କର୍ମୀ ବିଜେପି (BJP) ଛାଡି ତୃଣମୂଳ କଂଗ୍ରେସ (TMC) ରେ ଯୋଗ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-ଦିଶା ରବିଙ୍କ ସମର୍ଥନରେ ବାହାରିଲେ ପ୍ରିୟଙ୍କା, ରାହୁଲ ଓ ଇମ୍ରାନ ସମେତ ଦେଶ-ବିଦେଶର ଏହି ସମସ୍ତ ନେତା
ଶନିବାର ନଦିଆ ଜିଲ୍ଲାର ରାଣାଗାଟ-୨ ବ୍ଲକର ମେଜରଗ୍ରାମରେ ବିଜେପି ଓ ସିପିଆଇ (ଏମ୍) ର ୨୫୦ କର୍ମୀ ତୃଣମୂଳ କଂଗ୍ରେସରେ ସାମିଲ ଦେଇଛନ୍ତି । ଯୋଗ ଦେଉଥିବା ନେତାଙ୍କ ମଧ୍ୟରେ ବିଜେପିର ମାଣିକଗ୍ରାମ ଗ୍ରାମ ପଞ୍ଚାୟତର ସଦସ୍ୟ ମୋନିକା ରୟ ଓ ସିପିଆଇ (ଏମ୍) ନେତା ସୁଶାନ୍ତ ମଣ୍ଡଳ ସାମିଲ ଅଛନ୍ତି । ମେଜରଗ୍ରାମ ହାଇସ୍କୁଲ ନିକଟବର୍ତ୍ତୀ ଅଞ୍ଚଳରେ ଶାସକ ଦଳ ଦ୍ୱାରା ବୈଠକ ଆୟୋଜିତ ହୋଇଥିଲା ।
ଅଧିକ ପଢ଼ନ୍ତୁ:-ଯେଉଁମାନେ ସାରା ଜୀବନ ଖୁଆଇଛନ୍ତି, ଆମେ ସେମାନଙ୍କ ସହ ଅଛୁ; କୃଷକ ଆନ୍ଦୋଳନକୁ ସମର୍ଥନ କଲେ ମହାତ୍ମା ଗାନ୍ଧୀଙ୍କ ନାତୁଣୀ
ଏହି ଅବସରରେ ବିଜେପି ଓ ସିପିଆଇ(ଏମ) କାର୍ଯ୍ୟକର୍ତ୍ତାଙ୍କୁ ନଦିଆ ଜିଲ୍ଲା ପରିଷଦ ଓ ରାଣାଘାଟ-୨ ବ୍ଲକ ମହିଳା ଟିଏମସି ଅଧ୍ୟକ୍ଷା ବର୍ନାଲି ଦେ ତୃଣମୂଳ ଝଣ୍ଡା ଧରାଇ ଥିଲେ । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିକାଶ କାର୍ଯ୍ୟରୁ ଅନୁପ୍ରାଣିତ ହୋଇ ଲୋକଙ୍କ ପାଇଁ କାମ କରିବାର ଭାବନା ସହିତ ବିଜେପି ଓ ସିପିଆଇ(ଏମ)ର ପ୍ରାୟ ୨୫୦ ଟିଏମସିରେ ଯୋଗ ଦେଇଛନ୍ତି ।