ନୂଆଦିଲ୍ଲୀ: West Bengal Governor Jagdeep Dhankhar vs CM Mamata Banerjee: ପୁଣିଥରେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖର (Jagdeep Dhankhar) ଙ୍କ ଟାର୍ଗେଟରେ ମମତା ସରକାର । ଜଗଦୀପ ଧନଖରଙ୍କୁ ରାଜ୍ୟ ସ୍ତରୀୟ ବିଶ୍ୱବିଦ୍ୟାଳୟର କୁଳପତିର ଉପାଧି ପଦରୁ ହଟାଇବାକୁ ପରାମର୍ଶ ଦିଆଯିବାର କିଛି ଦିନ ପରେ ଧନଖର ରବିବାର ଦାବି କରିଛନ୍ତି ଯେ ମମତା ସରକାର (Mamata Government) ତାଙ୍କୁ ସୂଚନା ନ ଦେଇ ଅନେକ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନିଯୁକ୍ତ କରିଛନ୍ତି । କେବଳ ଏତିକି ନୁହେଁ ତାଙ୍କୁ ସୂଚନା ନ ଦେଇ ଏପରି କରିଥିବାରୁ ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କୁ ରାଜ୍ୟପାଳ ଧନଖର ତାଗିଦ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଦାର୍ଜିଲିଂ ଅଭିମୁଖେ ଯିବାବେଳେ ଧନଖର (Jagdeep Dhankhar) ବାଗଡୋଗ୍ରା ବିମାନ ବନ୍ଦରରେ କହିଛନ୍ତି ଯେ, "ମୋର ବିନା ଅନୁମତିରେ ରାଜ୍ୟ ସରକାର ଅନେକ ବିଶ୍ୱବିଦ୍ୟାଳୟରେ କୁଳପତିଙ୍କୁ ନିଯୁକ୍ତ କରିଛନ୍ତି । ଯଦି ଆବଶ୍ୟକ ହୁଏ ତେବେ ଏହି ନିଯୁକ୍ତିର ସମୀକ୍ଷା କରିବା ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"


ରାଜ୍ୟ ଶିକ୍ଷା ମନ୍ତ୍ରୀ ବ୍ରାତ୍ୟା ବସୁ (State Education Minister Bratya Basu) ଶୁକ୍ରବାର ଟ୍ୱିଟ୍ କରି କହିଛନ୍ତି ଯେ, " ଏହା ଉପରେ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ଅଛି ଯେ କ'ଣ ରାଜ୍ୟକୁ ରାଜ୍ୟପାଳ ସମ୍ୱନ୍ଧିତ ସେହି ଔପନିବେଶିକ ଉତ୍ତରାଧିକାରୀ ଜାରି ରଖିବା ଆବଶ୍ୟକତା ଅଛି କି ନାହିଁ? ଯେଉଁଥିରେ ସେ ରାଜ୍ୟ ସଞ୍ଚାଳିତ ବିଶ୍ୱବିଦ୍ୟାଳୟଗୁଡ଼ିକର ପଦ କୁଳପତି ଅଟନ୍ତି ଏବଂ ଏହା ବଦଳରେ ବିଶିଷ୍ଟ ବିଦ୍ୱାନମାନଙ୍କୁ ଏହି ପଦରେ ନିଯୁକ୍ତ କରାଯିବା ଉଚିତ୍ ।" ପରେ, ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ସମୟରେ ବାସୁ ପରାମର୍ଶ ଦେଇଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ କୁଳପତି କରାଯିବା ଉଚିତ୍ ।


ଉତ୍ତର ବଙ୍ଗଳାର ସପ୍ତାହ ଯାତ୍ରା ପାଇଁ ବାଗଡୋଗ୍ରା ବିମାନ ବନ୍ଦରରେ ପହଞ୍ଚିଥିବା ଧନଖର କହିଛନ୍ତି ଯେ, "ମୁଁ ଆଶ୍ଚର୍ଯ୍ୟ ହୋଇଥିଲି ଯେ ଶିକ୍ଷା ମନ୍ତ୍ରୀ ମୋ ସହ କଥା ହେବା ପରିବର୍ତ୍ତେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ କୁଳପତି କରାଯାଉ ।" ବାସୁଙ୍କ ମନ୍ତବ୍ୟକୁ ଅନୁପଯୁକ୍ତ କହି ରାଜ୍ୟପାଳ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କୁ କୁଳପତି କରିବା ବ୍ୟତୀତ ଆପଣ ତାଙ୍କୁ ରାଜ୍ୟପାଳ ମଧ୍ୟ କରିଦିଅନ୍ତୁ ।"


ଉଲ୍ଲେଖନୀୟ ବିଷୟ ହେଉଛି, ଡିସେମ୍ବର ୧୮ରେ ରାଜ୍ୟପାଳ ଜଗଦୀପ ଧନଖର ଡିସେମ୍ବର ୨୦ରେ ହେବାକୁ ଥିବା ଏକ ବୈଠକ ପାଇଁ ରାଜ୍ୟର ବେସରକାରୀ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା କୁଳପତିମାନଙ୍କୁ ଆମନ୍ତ୍ରଣ କରିଥିଲେ । ପରେ ତାରିଖ ବଦଳାଯାଇଥିଲା ଓ ଗୁରୁବାର ସ୍ଥିର କରାଯାଇଥିଲା କାରଣ COVID-19 ପରିସ୍ଥିତି ଯୋଗୁଁ ବେସରକାରୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ସଭାରେ ଯୋଗ ଦେବାକୁ ଅସମର୍ଥତା ପ୍ରକାଶ କରିଥିଲେ । ପରେ ଏହି ବୈଠକ ମଧ୍ୟ ହୋଇପାରିଲା ନାହିଁ ।


ଏହା ବି ପଢ଼ନ୍ତୁ:-ଏପର୍ଯ୍ୟନ୍ତ ତିଆରି ହୋଇନାହିଁ ରାସନ କାର୍ଡ? ଚିନ୍ତା କରିବାର ଆବଶ୍ୟକତା ନାହିଁ, ଘରେ ବସି ଏପରି କରନ୍ତୁ ଆପ୍ଲାଇ, ଯିବାକୁ ପଡ଼ିବନି ଅଫିସ୍