କୋଲକାତା: Jagdeep Dhankhar: ପଶ୍ଚିମ ବଙ୍ଗ ରାଜ୍ୟପାଳ (West Bengal Governor) ଜଗଦୀପ ଧନଖର (Jagdeep Dhankhar) ନିଜ ସ୍ଥାନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କୁ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ (State Govt Universities) ର କୁଳପତି (Chancellor) କରିବା ପାଇଁ ବିଧାନସଭା  (Bengal State Assembly) ରେ ପାରିତ ହୋଇଥିବା ବିଧେୟକକୁ ଅନୁମୋଦନ ନ କରି ଫେରାଇ ଦେଇଛନ୍ତି । ରାଜ୍ୟପାଳ ବିଧେୟକ ଫେରାଇବାର କାରଣ 'ନିୟମ ପାଳନ କରିବାରେ ଅସମ୍ପୂର୍ଣ୍ଣତା' ଦର୍ଶାଯାଇଛନ୍ତି । ରାଜ ଭବନ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ଯେ ବିଧେୟକ ସମ୍ବନ୍ଧରେ ସମ୍ପୂର୍ଣ୍ଣ ସୂଚନା ପଠାଯାଇ ନାହିଁ ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ବିଧେୟକ ପାସ୍ ହେବା ପରେ ରାଜ୍ୟପାଳ କହିଥିଲେ ଯେ ସମ୍ବିଧାନ ଓ ନିୟମ ଅନୁଯାୟୀ ଏହାକୁ ଅନୁମୋଦନ କରାଯିବ କି ନାହିଁ ସେ ନେଇ ସେ ନିଷ୍ପତ୍ତି ନେବେ । ନିକଟ ଅତୀତରେ ବିଧାନସଭାର ଶେଷ ହୋଇଥିବା ମୌସୁମୀ ଅଧିବେଶନରେ ଏହି ବିଲ୍ ପାରିତ ହୋଇଛି । ଏହି ସମୟରେ ରାଜ୍ୟପାଳ ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରେ ଜଣେ ନୂତନ କୁଳପତି ନିଯୁକ୍ତ କରିଛନ୍ତି । ଯାହାକୁ ନେଇ ଶିକ୍ଷା ବିଭାଗ ଓ ଶାସକ ଦଳ ତୃମମୂଳ କଂଗ୍ରେସ (TMC) ଆପତ୍ତି ଉଠାଇଛନ୍ତି । ଏହାର ଉତ୍ତରରେ ରାଜ୍ୟପାଳ କହିଛନ୍ତି ଯେ, ଜୁନ ୨୪ରେ ଶିକ୍ଷା ମନ୍ତ୍ରୀ ବ୍ରାତ୍ୟ ବସୁ କୁଳପତିଙ୍କ ନିଯୁକ୍ତି ପାଇଁ ସେ ନିଜେ ତାଙ୍କୁ ଚିଠି ପଠାଇଥିଲେ । ସେ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ଏହି ନିଯୁକ୍ତି ଦେଇଛନ୍ତି ।


ଏହା ବି ପଢ଼ନ୍ତୁ:-ସିନ୍ଦେ ସରକାରଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣକୁ ନେଇ ଉଦ୍ଧବ ଠାକରେଙ୍କ ଆସିଲା ପ୍ରଥମ ପ୍ରତିକ୍ରୟା, ବିଦ୍ରୋହୀ ବିଧାୟକ ଓ ବିଜେପିକୁ କଲେ ଏହି ଚ୍ୟାଲେଞ୍ଜ


ଏହା ବି ପଢ଼ନ୍ତୁ:-'ଦ୍ରୌପଦୀ ମୁର୍ମୁ ପ୍ରତିଶୃତି ଦିଅନ୍ତୁ ଯେ ସେ ରାଷ୍ଟ୍ରପତି ହେଲେ ହେବେନି ସରକାରଙ୍କର ରବର ଷ୍ଟାମ୍ପ'


ଏହା ବି ପଢ଼ନ୍ତୁ:-ଯେଉଁ ବିଧାୟକ ଜନତାଙ୍କ ଆଗରେ କାନ୍ଦି କାନ୍ଦି ଉଦ୍ଧବଙ୍କ ପାଇଁ ମାଗିଥିଲେ ସମର୍ଥନ, ସେ ମଧ୍ୟ ସିନ୍ଦେ ଗୋଷ୍ଠୀରେ ହେଲେ ସାମିଲ


ସେପଟେ ସମ୍ବିଧାନ ବିଶେଷଜ୍ଞମାନେ କହିଛନ୍ତି ଯେ, ରାଜ୍ୟପାଳଙ୍କୁ ହଟାଇବା ପାଇଁ ବିଧେୟକ ରାଜ୍ୟରେ ପାରିତ ହୋଇଥାଇପାରେ, କିନ୍ତୁ ରାଜ୍ୟପାଳ ଏପର୍ଯ୍ୟନ୍ତ ଏଥିରେ ଦସ୍ତଖତ କରିନାହାଁନ୍ତି କିମ୍ବା ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିନାହିଁ । ତେଣୁ ନିୟମ ଅନୁଯାୟୀ ରାଜ୍ୟପାଳ ସମସ୍ତ ସରକାରୀ ବିଶ୍ୱ ବିଦ୍ୟାଳୟର କୁଳାଧିପତି ଅଟନ୍ତି । ତେଣୁ କୁଳପତି ନିଯୁକ୍ତ କରିବାର ତାଙ୍କର ସମସ୍ତ ଅଧିକାର ଅଛି । ଶିକ୍ଷା ମନ୍ତ୍ରୀ ବ୍ରାତ୍ୟ ବସୁ କହିଛନ୍ତି ଯେ, ଯଦି ରାଜ୍ୟପାଳ ଏହି ବିଲରେ ଦସ୍ତଖତ ନକରନ୍ତି, ତେବେ ଏ ବାବଦରେ ଏକ ଅଧ୍ୟାଦେଶ ଅଣାଯିବ । ଏବେ ଦେଖିବାକୁ ବାକି ରହିଲା ରାଜ୍ୟ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ? ରାଜ୍ୟପାଳଙ୍କୁ ସରକାରୀ ବ୍ୟତୀତ ବେସରକାରୀ ବିଶ୍ୱବିଦ୍ୟାଳୟର ପରିଦର୍ଶକ ପଦରୁ ହଟାଇ ତାଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରୀକୁ ଆଣିବା ବିଧେୟକ ବିଧାନସଭାରେ ମଧ୍ୟ ପାରିତ ହୋଇଛି । ରାଜ୍ୟପାଳ ଏପର୍ଯ୍ୟନ୍ତ ସେହି ବିଲରେ ଦସ୍ତଖତ କରିନାହାଁନ୍ତି ।