ସିନ୍ଦେ ସରକାରଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣକୁ ନେଇ ଉଦ୍ଧବ ଠାକରେଙ୍କ ଆସିଲା ପ୍ରଥମ ପ୍ରତିକ୍ରୟା, ବିଦ୍ରୋହୀ ବିଧାୟକ ଓ ବିଜେପିକୁ କଲେ ଏହି ଚ୍ୟାଲେଞ୍ଜ
Advertisement

ସିନ୍ଦେ ସରକାରଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣକୁ ନେଇ ଉଦ୍ଧବ ଠାକରେଙ୍କ ଆସିଲା ପ୍ରଥମ ପ୍ରତିକ୍ରୟା, ବିଦ୍ରୋହୀ ବିଧାୟକ ଓ ବିଜେପିକୁ କଲେ ଏହି ଚ୍ୟାଲେଞ୍ଜ

Maharashtra Politics: ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ (Eknath Shinde) ମହାରାଷ୍ଟ୍ର ବିଧାନସଭାରେ ତାଙ୍କ ସରକାରର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି । ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖିଆ ଉଦ୍ଧବ ଠାକରେ (Uddhav Thackeray) ବିଦ୍ରୋହୀ ବିଧାୟକ ଓ ବିଜେପି (BJP) କୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଓହ୍ଲାଇବା

ସିନ୍ଦେ ସରକାରଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣକୁ ନେଇ ଉଦ୍ଧବ ଠାକରେଙ୍କ ଆସିଲା ପ୍ରଥମ ପ୍ରତିକ୍ରୟା, ବିଦ୍ରୋହୀ ବିଧାୟକ ଓ ବିଜେପିକୁ କଲେ ଏହି ଚ୍ୟାଲେଞ୍ଜ

ମୁମ୍ୱାଇ: Maharashtra Politics: ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ (Eknath Shinde) ମହାରାଷ୍ଟ୍ର ବିଧାନସଭାରେ ତାଙ୍କ ସରକାରର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି । ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖିଆ ଉଦ୍ଧବ ଠାକରେ (Uddhav Thackeray) ବିଦ୍ରୋହୀ ବିଧାୟକ ଓ ବିଜେପି (BJP) କୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଓହ୍ଲାଇବାକୁ ଚ୍ୟାଲେଞ୍ଜ କରିଛନ୍ତି । ସୋମବାର ଦଳର ନେତାଙ୍କ ସହ ଏକ ବୈଠକରେ ଉଦ୍ଧବ ଠାକରେ ଏହା କହିଛନ୍ତି । ସେ କହିଛନ୍ତି ଯେ, ଶିବସେନା (Shiv Sena) କୁ ହଟାଇବା ପାଇଁ ବିଜେପି ଏକ ଷଡଯନ୍ତ୍ର କରିଛି । ମୋର ଚ୍ୟାଲେଞ୍ଜ ହେଉଛି ଯଦି ଏହି ଲୋକମାନଙ୍କର ସାହସ ଥାଏ, ତେବେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ଓହ୍ଲାନ୍ତୁ । ଦଳର ଜିଲ୍ଲାଧ୍ୟକ୍ଷଙ୍କ ବୈଠକରେ ସେ କହିଛନ୍ତି ଯେ ଯେଉଁଭଳି ଭାବେ ବିଧାନସଭା ଚାଲିଛି ତାହା ସମ୍ବିଧାନର ଉଲ୍ଲଂଘନ ।

ଶିବସେନା ତରଫରୁ ଜାରି ବୟାନ ଅନୁଯାୟୀ ଉଦ୍ଧବ ଠାକରେ ଜିଲ୍ଲା ଶାଖା ଅଧ୍ୟକ୍ଷଙ୍କୁ କହିଛନ୍ତି ଯେ ଯଦି ସେମାନେ ଲଢ଼େଇ ଜାରି ରଖିବାକୁ ଚାହାଁନ୍ତି, ତେବେ ଆମ ସହିତ ରୁହନ୍ତୁ । ବିଜେପି ଆମ ଦଳକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛି । ଶିବସେନାକୁ ହଟାଇବା ଏହା ବିଜେପିର ଷଡଯନ୍ତ୍ର । ମଧ୍ୟାବଧି କାଳୀନ ନିର୍ବାଚନକୁ ସାମ୍ନା କରିବାକୁ ମୁଁ ଆପଣଙ୍କୁ ଆହ୍ୱାନ କରୁଛି । ଏହି ସମସ୍ତ ଖେଳ ଛାଡି ଆମେ ଲୋକଙ୍କ ଅଦାଳତକୁ ଯିବା । ଯଦି ଆମେ ଭୁଲ୍ ତେବେ ଲୋକମାନେ ଆମକୁ ଘରକୁ ପଠାଇବେ । ଯଦି ବିଜେପି ଓ ସିନ୍ଦେ ଗୋଷ୍ଠୀର ଲୋକ ଭୁଲ୍ ତେବେ ସେମାନଙ୍କୁ ଘରକୁ ଫେରିବାକୁ ପଡିବ ।

ସେ କହିଛନ୍ତି ଯେ, ସମ୍ବିଧାନ ବିଶେଷଜ୍ଞମାନେ କୁହନ୍ତୁ କି ବିଧାନସଭା ଯେଭଳି ଚାଲୁଛି, ତାହା ସମ୍ବିଧାନ ଅନୁଯାୟୀ କି? ଯେଉଁ ଘଟଣାକ୍ରମ ଘଟୁଛି, ତାହା କ୍ଷମତା ହାସଲ କରିବା ପାଇଁ ଧୋକା । 

ଏଠାରେ କହି ରଖୁଛୁ ଯେ, ଏକନାଥ ସିନ୍ଦେ ଗତ ମାସରେ ପ୍ରାୟ ୪୦ ଶିବସେନା ବିଧାୟକଙ୍କ ସହ ସୁରଟକୁ ଯାଇଥିଲେ । ଏହା ପରେ ସେ ସେହି ବିଧାୟକଙ୍କ ସହ ଗୁଆହାଟୀରେ ଯାଇ ରହିଥିଲେ ଏବଂ ପରେ ଫ୍ଲୋର ଟେଷ୍ଟ ପାଇଁ ଅନୁମୋଦନ ପାଇବା ପରେ ସେ ମୁମ୍ବାଇ ଫେରି ସିଏମ ଭାବରେ ଶପଥ ଗ୍ରହଣ କଲେ । କେବଳ ଏତିକି ନୁହେଁ ରବିବାର ବିଧାନସଭାରେ ବାଚସ୍ପତି ନିର୍ବାଚନ ଓ ସୋମବାର ଆସ୍ଥା ଭୋଟ ପୂର୍ବରୁ ସେ ଏହି ସମସ୍ତ ବିଧାୟକଙ୍କୁ ଡାକିଥିଲେ ।

ଉଲ୍ଲେଖନୀୟ କଥା ହେଉଛି, ଉଦ୍ଧବ ଠାକରେଙ୍କୁ ବର୍ତ୍ତମାନ କେବଳ ୧୫ ଶିବସେନା ବିଧାୟକଙ୍କ ସମର୍ଥନ ରହିଛି । କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଗାଦି ହରାଇଥିବା ଶିବସେନାଙ୍କ ପାଖରେ ଆଉ ବିରୋଧୀ ଦଳର ନେତା ପଦବୀ ନାହିଁ । ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର ସୋମବାର ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି । ଏହାପୂର୍ବରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନର ଶେଷ ଦିନ ସୋମବାର ଗୃହରେ ଗୁରୁତ୍ୱପୂର୍ଣ୍ଣ ଫ୍ଲୋର ଟେଷ୍ଟରେ ଜିତିଥିଲେ ।

ଏହା ବି ପଢ଼ନ୍ତୁ:-'ଦ୍ରୌପଦୀ ମୁର୍ମୁ ପ୍ରତିଶୃତି ଦିଅନ୍ତୁ ଯେ ସେ ରାଷ୍ଟ୍ରପତି ହେଲେ ହେବେନି ସରକାରଙ୍କର ରବର ଷ୍ଟାମ୍ପ'

ଏହା ବି ପଢ଼ନ୍ତୁ:-ଯେଉଁ ବିଧାୟକ ଜନତାଙ୍କ ଆଗରେ କାନ୍ଦି କାନ୍ଦି ଉଦ୍ଧବଙ୍କ ପାଇଁ ମାଗିଥିଲେ ସମର୍ଥନ, ସେ ମଧ୍ୟ ସିନ୍ଦେ ଗୋଷ୍ଠୀରେ ହେଲେ ସାମିଲ

ଏହା ବି ପଢ଼ନ୍ତୁ:-ଆଦିତ୍ୟ ଠାକରେଙ୍କ ଯିବ ବିଧାୟକ ପଦ!