First Election Of India: ୧୯୪୭ ଅଗଷ୍ଟ ୧୫ ରେ ଦେଶ ସ୍ୱାଧୀନ ପରେ ୨୬ ଜାନୁଆରୀ ୧୯୫୦ ରେ ଭାରତ ଗଣତନ୍ତ୍ର ଭାବେ ବିବେଚିତ ହୋଇଥିଲା। ଏହାପରେ ୧୯୫୧ ରେ ପ୍ରଥମ ଭୋଟ ଦେଇଥିଲା ଭାରତ । ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଥୀରେ ଆରମ୍ଭ ହୋଇଥିଲା। ସେତେବେଳେ ହିମାଚଳ ପ୍ରଦେଶର ଜଣେ ବୃଦ୍ଧ ବ୍ୟକ୍ତି ଯାହାଙ୍କ ନାଁ ଥିଲା ଶ୍ୟାମଶରଣ ନେଗି ହିମାଚଳରେ ପ୍ରଥମ ଭୋଟ ଦେଇଥିଲେ। ଏହି ନିର୍ବାଚନରେ ସବୁଠାରୁ ବଡ଼ ପ୍ରଚାରକ ଭାବେ ମୈଦାନକୁ ଓହ୍ଲାଇଥିଲେ ଜବାହାର ଲାଲ ନେହେରୁ । ଅନ୍ୟପଟେ ମୌଲାନା ଅବଦ୍ଦୁଲ କଲାମ ଆଜାଦ ଉତ୍ତର ପ୍ରଦେଶର ରାମପୁର ସିଟ୍ ରୁ ବିଜୟ ହାସଲ କରିଥିଲେ। ଶ୍ୟାମା ପ୍ରସାଦ ମୂଖାର୍ଜୀ ସେତେବେଳେର କଲିକତାର ଦକ୍ଷିଣ-ପୂର୍ବରୁ ଜିତି ଲୋକସଭାରେ ସ୍ଥାନ ପାଇଥିଲେ। ଡ. ଭୀମରାଓ ଆମ୍ବେଦକର ଓ କ୍ରିପାଲନୀ  ଙ୍କ ପରି ବରିଷ୍ଠ ମୈଦାନରେ ହିଁ ଫେଲ୍ ମାରିଥିଲେ। ନିର୍ବାଚନ ଫଳାଫଳକୁ ନେଇ ବହୁତ ଦିନ ଧରି ଅପେକ୍ଷା କରିବାକୁ ପଡ଼ିଥିଲା କାରଣ ନିର୍ବାଚନ ପ୍ରକ୍ରିୟା ବହୁ ସମୟ ଧରି ଚାଲିଥିଲା। ଏହି ନିର୍ବାଚନ ସମୟରେ ରେଡିଓ ମାଧ୍ୟମରେ ମଧ୍ୟ ପ୍ରଚାର କରାଯାଇଥିଲା। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନିଜର ପ୍ରଚାର ରେଡିଓ ମସ୍କୋ ସାହାଯ୍ୟରେ ପ୍ରଚାର କରିଥିଲା। ଏହି ଦଳ କେବଳ ଏକୁଟିଆ ହିଁ ଏହି ଟପ୍ ଫର୍ମୁଲା କୁ ଆପଣେଇ ଥିଲା। ଯଦି ଦେଖିବା ଏବେର ନିର୍ବାଚନ ଓ ସେବେର ନିର୍ବାଚନ ମଧ୍ୟରେ ଆକାଶ ପାତାଳ ଫରକ । ନା ସେତେବେଳେ ଟେକ୍ନୋଲୋଜି ଥିଲା ନା ସାଧନ ନା ସୋସିଆଲ ମିଡିଆ । କିନ୍ତୁ ଏହା କୁହାଯାଇପାରେ ସେତେବେଳେ ଲୋକ ଓ ନେତାଙ୍କ ମଧ୍ୟରେ ଏକ ଇଚ୍ଛା ଶକ୍ତି ବା ହ୍ୱିଲ ପାୱାର ଥିଲା। ଏହି ନିର୍ବାଚନ ପରେ ନେହେରୁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସତ୍ତା ସମ୍ଭାଳିଥିଲେ।