Padampur Byelction2022: ପଦମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ। ପଦମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ମତଦାନ। ଏହି ନିର୍ବାଚନ ପାଇଁ ନଭେମ୍ବର ୫ ତାରିଖ ଶନିବାର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ଆସନ୍ତା ନଭେମ୍ବର ୧୦ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି। ଏହା ପର ଠାରୁ ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ନଭେମ୍ବର ୧୮ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ସେହିପରି ନଭେମ୍ବର ୨୧ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ। ଆସନ୍ତା ୫ ଡିସେମ୍ବରରେ ଭୋଟ ଗ୍ରହଣ କରାଯିବ। ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। ଆସନ୍ତା ଡିସେମ୍ବର ୧୦ ତାରିଖ ସୁଦ୍ଧା ଶେଷ ହେବ ନିର୍ବାଚନ ପ୍ରକ୍ରିୟା। ପଦମପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଏବେ ସରଗରମ ହୋଇଉଠିଛି ରାଜନୀତି। ଏହି ନିର୍ବାଚନରେ କିଏ ହେବ ପ୍ରାର୍ଥୀ ସେ ନେଇ ୩ ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ଅନ୍ୟ ଦଳ ପକ୍ଷରୁ ଆରମ୍ଭ ହୋଇଛି କସରତ।


COMMERCIAL BREAK
SCROLL TO CONTINUE READING

ଗତ ଅକ୍ଟୋବର ୩ ତାରିଖରେ ପଦମପୁର ଆସନର ତତ୍କାଳୀନ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ହୋଇଥିଲା ପରଲୋକ। ତାଙ୍କ ମୃତ୍ୟୁ ପରେ ଖାଲି ହୋଇ ଯାଇଥିଲା ଏହି ନିର୍ବାଚନମଣ୍ଡଳୀର ବିଧାୟକ ପଦ। ବିଧାୟକଙ୍କ ପରଲୋକ ହେବାର ଏକ ମାସ ପରେ ପଦମପୁର ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଆସନ୍ତା ୫ ଡିସେମ୍ବରରେ ଏହି ନିର୍ବାଚନ ପାଇଁ ଅନୁଷ୍ଠିତ ହେବ ମତଦାନ। ଏନେଇ ୧୦ ନଭେମ୍ବରରେ ବିଧିବଦ୍ଧ ଭାବେ ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି। ହା ପର ଠାରୁ ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ନଭେମ୍ବର ୧୮ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ସେହିପରି ନଭେମ୍ବର ୨୧ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ। ଆସନ୍ତା ୮ ଡିସେମ୍ବରରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। 


ପଦ୍ମପୁର ଉପନିର୍ବାଚନ ପାଇଁ ଘୋଷଣା ହୋଇସାରିଛି ତାରିଖ। ଏହା ପରେ ଏବେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା। ଟିକେଟ ପାଇବା ପାଇଁ ବିଜେପି, ବିଜେଡି, କଂଗ୍ରେସ ସହିତ ଅନ୍ୟ ଦଳରେ ଆରମ୍ଭ ହୋଇଯାଇଛି ଛକାପଞ୍ଝା। ଗତ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂହ ବରିହା ୮୩ ହଜାର ୨୯୯ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ଅନ୍ୟପଟେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ମିଳିଥିଲା ୭୭ ହଜାର ୬୫୪ ଖଣ୍ଡ ଭୋଟ। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ମିଳିଥିଲା ୩୨ ହଜାର ୭୮୭ ଭୋଟ୍। 


ଏହି ଉପନିର୍ବାଚନରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ସେ ନେଇ ଜାରି ରହିଛି ଛକାପଞ୍ଝା। ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପତ୍ନୀ ତିଲୋତ୍ତମା ସିଂହ ବରିହା ଏବଂ ପୁତୁରା ବୋହୁ ମାଧବୀ ସିଂହ ବରିହା ଦୌଡ଼ରେ ରହିଛନ୍ତି। ସେହିପରି ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ,ଆଦିବାସୀ ନେତା ଗୋବର୍ଦ୍ଧନ ଭୁଏ, ଯୁବ ବିଜେପି ନେତା ପ୍ରିତେଶ ବହିଦାର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଟିକେଟ ପାଇଁ ଆଶାୟୀ ଅଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ସୁନୀଲ ଅଗ୍ରୱାଲ ପ୍ରମୁଖ ଟିକେଟ ପାଇଁ ଦାବିଦାର ଅଛନ୍ତି। 


ଏହି ଉପନିର୍ବାଚନରେ ପଦମପୁର ନିର୍ବାଚନମଣ୍ଡଳୀର ପାଇକମାଳ, ଝାରବନ୍ଧ, ପଦମପୁର ବ୍ଲକ ସମେତ ପଦମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ମୋଟ ୨ ଲକ୍ଷ ୫୫ ହଜାର ୨୮୪ ମତଦାତା ମତଦାନ କରିବେ। ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ଏବଂ କିଏ ଏଥର ରାଜମୁକୁଟ ପିନ୍ଧିବ ତାହାକୁ ନେଇ ଭୋଟର ତଥା ରାଜନେତାଙ୍କ ମଧ୍ୟରେ ଚାଲିଛି ଅଙ୍କାକଷା।