Khaki Half Pant T Shirt: ଏବେ ରାଜ୍ୟନୀତିରେ ଖାଦ୍ୟ, ବସ୍ତ୍ର ଏବଂ ଘର ଆଉ ପ୍ରସଙ୍ଗ ହୋଇ ରହିନାହିଁ। ବର୍ତ୍ତମାନର ରାଜନୀତିରେ ସବୁଠାରୁ ବଡ ପ୍ରସଙ୍ଗ ହେଉଛି ବିରୋଧୀଙ୍କ ପୋଷାକ ପତ୍ର ଏବଂ ଜୋତା। ଏବେ ଦରଦାମ ବୃଦ୍ଧି, ଦାରିଦ୍ର୍ୟ ଏବଂ ବେକାରୀ ଭଳି ପ୍ରସଙ୍ଗ ନାମରେ ଆରମ୍ଭ ହୋଇଥିବା ରାଜନୀତି ବର୍ତ୍ତମାନ ପୋଷାକ ପରିଚ୍ଛଦ ପାଖରେ ପହଞ୍ଚିଛି।


COMMERCIAL BREAK
SCROLL TO CONTINUE READING

ନିକଟରେ କଂଗ୍ରେସ (Congress) ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ଏକ ଖାକି ପ୍ୟାଣ୍ଟ (Khaki Pant) ଫଟୋ ପୋଷ୍ଟ କରିଥିଲା। ଯେଉଁଥିରେ ହାଫ ଖାକି ପ୍ୟାଣ୍ଟ ଗୋଟିଏ ପାର୍ଶ୍ୱରୁ ଜଳୁଥିବାର ଦେଖିବାକୁ ମିଳିଛି। ଏହି ଫଟୋ ତଳେ ଲେଖା ହୋଇଛି ଯେ ଆହୁରି ୧୪୫ ଦିନ ବାକି ରହିଛି। କଂଗ୍ରେସ ମଧ୍ୟ ଏହି ଫଟୋ ସହିତ ଏକ କ୍ୟାପସନ୍ ମଧ୍ୟ ଲେଖିଛି। ଯେଉଁଥିରେ କୁହାଯାଇଛି ଆମେ ଧୀରେ ଧୀରେ ଦେଶକୁ ଘୃଣା କବଳରୁ ମୁକ୍ତ କରିବା ଏବଂ ବିଜେପି-ଆରଏସଏସ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଭରଣା କରିବା। 


ବର୍ତ୍ତମାନ ଯେଉଁ ଜଳୁଥିବା ଖାକି ପ୍ୟାଣ୍ଟ କଥା କୁହାଯାଉଛି ଯେ, ରାଷ୍ଟ୍ରିୟ ସ୍ୱୟଂସେବକ ସଙ୍ଗଠନର (Rashtriya Swayamsevak Sangh) ପରିଚୟ। ସଂଘ ସ୍ୱେଚ୍ଛାସେବୀ ଏଭଳି ହାଫ୍ ପ୍ୟାଣ୍ଟ (RSS Volunteers Half Khaki Pant) ପିନ୍ଧିଥାନ୍ତି। କଂଗ୍ରେସ ପକ୍ଷରୁ କରାଯାଇଥିବା ଏହି ଟ୍ୱିଟ ଏବେ ବିବାଦାର କାରଣ ପାଲଟିଛି। ଏହି ଫୋଟ ସହିତ ଆରଏସଏସ କଂଗ୍ରେସ ବିରୋଧରେ ବର୍ଷିଛି। ସଙ୍ଗଠନର ସହ ସର କାର୍ଯ୍ୟବାହ ଡ.ମନମୋହନ ବୈଦ୍ୟ କହିଛନ୍ତି ଯେ କଂଗ୍ରେସ ଲୋକଙ୍କୁ ଘୃଣା ସହିତ ଯୋଡିବାକୁ ଚାହୁଁଛି। ସେମାନେ ଦୀର୍ଘ ଦିନ ଧରି ଆମ ପ୍ରତି ଘୃଣା ମନୋଭାବ ରଖିଛନ୍ତି. ତଥାପି ଆମଙ୍କୁ ଲୋକଙ୍କ ଭଲ ପାଇବା ମିଳିଛି। ରାହୁଲ ଗାନ୍ଧୀଙ୍କ (Congress Leader Rahul Gandhi) ବାପା ଏବଂ ଜେଜେ ବାପା ମଧ୍ୟ ସଂଘକୁ ଘୃଣା କରିଥିଲେ। ସେମାନେ ସେମାନଙ୍କର ସମସ୍ତ ଶକ୍ତି ସହିତ ସଂଘକୁ ରୋକିବାକୁ ଚେଷ୍ଟା କରିଥଲେ। ସଂଘ ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ହେଲେ ସଂଘ ବନ୍ଦ ହୋଇନଥିଲା। ଏହା ଆଗକୁ ଜାରି ରହିଲା। ଜୀବନବ୍ୟାପୀ ସଂଘ ନୀତି ଅନୁସରଣ କରୁଥିବା କାର୍ଯ୍ୟକର୍ତ୍ତା ଅଛନ୍ତି। ସଂଘରେ ତ୍ୟାଗ ଏବଂ ପରିଶ୍ରମୀ କରିବା ଭଳି ଲୋକ ଅଛନ୍ତି। ଆମେ ସମାଜର ଲୋକଙ୍କ ଠାରୁ ନିରନ୍ତର ସମର୍ଥନ ପାଇ ଆସୁଛୁ।


Also Read: Congress: ଭାରତ ଯୋଡ଼ ଯାତ୍ରାକୁ କାହିଁକି ଚିନ୍ତିତ ହୋଇଉଠିଛି ବିଜେପି? ସେମାନଙ୍କ ପାଖରେ କୌଣସି କାମ ନାହିଁ?


ଏହି ପ୍ରସଙ୍ଗରେ ବିଜେପି (BJP), କଂଗ୍ରେସ ବିରୋଧରେ ବର୍ଷିଛି। ଏନେଇ ବିଜେପି ପକ୍ଷରୁ କୁହାଯାଇଛି ଯେ, କଂଗ୍ରେସ ଭାରତ ଯୋଡ ଯାତ୍ରା (Bharat Jodo Yatra) କରୁ ନାହିଁ, ବରଂ ନିଆଁ ଲଗାଇବା ଯାତ୍ରା କରୁଛି। ବିଜେପି ନେତା ସମ୍ବିତ ପାତ୍ରା (BJP Spokesperson Sambit Patra) କହିଛନ୍ତି ଯେ ଗୋଟିଏ ପରିବାରର ଆଦେଶରେ ସଂଘକୁ ଅପମାନିତ କରାଯାଇଛି। ଏହା ଭାରତ ଯୋଡ଼ ଯାତ୍ରା ନୁହେଁ। ବରଂ ଭାରତ ଭାଙ୍ଗ ଯାତ୍ରା ଏବଂ ନିଆଁ ଲଗାଇବା ଯାତ୍ରା। ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ କଂଗ୍ରେସ ଏପରି କାମ କରିଛି। ମୁଁ ରାହୁଲ ଗାନ୍ଧୀଙ୍କୁ ପଚାରିବାକୁ ଚାହେଁ ଆପଣ ଦେଶରେ ହିଂସା ଚାହୁଁଛନ୍ତି? କଂଗ୍ରେସ ଏହି ଫଟୋ ତୁରନ୍ତ ହଟାଇବା ଆବଶ୍ୟକ। 


ଅନ୍ୟପଟେ ବିଜେପି ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ତେଜସ୍ୱୀ ସୂର୍ଯ୍ୟା (BJYM President Tejasvi Surya) ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା (Assam CM Himanta Biswa Sarma) ମଧ୍ୟ ଦେଶକୁ ଜାଳିଦେବା ପାଇଁ କଂଗ୍ରେସ ଷଡଯନ୍ତ୍ର କରିଥିବାର ଅଭିଯୋଗ କରିଛନ୍ତି। ତେଜସ୍ୱୀ ସୂର୍ଯ୍ୟା ୧୯୮୪ ଶିଖ ବିରୋଧୀ ଦଙ୍ଗା (Anti Sikh Riot 1984 ) ଏବଂ ୨୦୦୨ ଗୋଧ୍ରା ଦଙ୍ଗା (Godhra Riot 2022) ବାବଦରେ ଉଲ୍ଲେଖ କରିଥିଲେ।


ଭାରତ ଯୋଡ଼ ଯାତ୍ରା ରାହୁଲ ଗାନ୍ଧୀ ପିନ୍ଧିଥିବା ଟି ସାର୍ଟ ଏବଂ ଜୋତା (Rahul Gandhi T Shirt and Shoes) ବାବଦରେ ପ୍ରଶ୍ନ ଉଠାଇଥିଲା ବିଜେପି ଉଦ୍ଦେଶ୍ୟରେ ପାଲଟା ଜବାବ ଦେଇଛି କଂଗ୍ରେସ। ଶୁକ୍ରବାର ବିଜେପି ରାହୁଲ ଗାନ୍ଧୀଙ୍କ ଟି-ସାର୍ଟ ପ୍ରସଙ୍ଗ ଉଠାଇଥିଲା। ବିଜେପି ରାହୁଲ ଗାନ୍ଧୀଙ୍କ ଫଟୋ ପୋଷ୍ଟ କରି କହିଥିଲା ଯେ, ସେ ପ୍ରାୟ ୪୧ ହଜାର ଟଙ୍କା ମୂଲ୍ୟର ଟି-ସାର୍ଟ ପିନ୍ଧିଛନ୍ତି। ଟି-ସାର୍ଟ ମୂଲ୍ୟ ମାଧ୍ୟମରେ ଦର ଦାମ ବୃଦ୍ଧି ବିରୋଧ  କଂଗ୍ରେସ ପକ୍ଷରୁ କରାଯାଉ ଥିବା ଭାରତ ଯୋଡ଼ ଯାତ୍ରାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି।


ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ୭ ସେପ୍ଟେମ୍ବରରୁ ଭାରତ ଯୋଡା ଯାତ୍ରା ଆରମ୍ଭ କରିଛି। ଏହି ଯାତ୍ରା ୧୫୦ ଦିନ ପର୍ଯ୍ୟନ୍ତ ଚାଲିବ। କନ୍ୟା କୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଯିବ ଏହି ଯାତ୍ରା। ବର୍ତ୍ତମାନ ଏହି ଯାତ୍ରା ୬ ଦିନରେ ପହଞ୍ଚିଛି. ହେଲେ ପ୍ରତିଦିନ ଏହି ଯାତ୍ରା କୌଣସି ନା କୌଣସି କାରଣକୁ ନେଇ ବିବାଦୀୟ ହୋଇପଡୁଛି।