Congress: ଭାରତ ଯୋଡ଼ ଯାତ୍ରାକୁ କାହିଁକି ଚିନ୍ତିତ ହୋଇଉଠିଛି ବିଜେପି? ସେମାନଙ୍କ ପାଖରେ କୌଣସି କାମ ନାହିଁ?
Advertisement
Article Detail0/zeeodisha/odisha1349161

Congress: ଭାରତ ଯୋଡ଼ ଯାତ୍ରାକୁ କାହିଁକି ଚିନ୍ତିତ ହୋଇଉଠିଛି ବିଜେପି? ସେମାନଙ୍କ ପାଖରେ କୌଣସି କାମ ନାହିଁ?

Congress Bharat Jodo Yatra: ଭାରତ ଯୋଡ଼ ଯାତ୍ରାରେ କଂଗ୍ରେସକୁ ମିଳୁଥିବା ଜନ ସମର୍ଥନକୁ ନେଇ ବିଜେପି ଭୟଭୀତ ହୋଇଉଠିଛି। ମୁଁ ଏହା ପୂର୍ବରୁ କହିଥିଲି ଯେ ଏହି ଭାରତ ଯୋଡା ଯାତ୍ରା, ମନ କି ବାତ ହେବ ନାହିଁ। 

 

Congress: ଭାରତ ଯୋଡ଼ ଯାତ୍ରାକୁ କାହିଁକି ଚିନ୍ତିତ ହୋଇଉଠିଛି ବିଜେପି? ସେମାନଙ୍କ ପାଖରେ କୌଣସି କାମ ନାହିଁ?

Rajasthan CM Ashok Gehlot: କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡ ଯାତ୍ରାକୁ ନେଇ ବିରୋଧି ବିଜେପି ଉଦ୍ଦେଶ୍ୟରେ ବର୍ଷିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ। ସୋମବାର ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ତାଙ୍କ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡ ଯାତ୍ରାକୁ ନେଇ ପାଇଁ ବିଜେପି କାହିଁକି ଚିନ୍ତିତ ହୋଇଠିଛି? କ'ଣ ସେମାନଙ୍କ ପାଖରେ କୌଣସି କାମ ନାହିଁ? 

ବିଜେପି (BJP) ଉଦ୍ଦେଶ୍ୟରେ ବର୍ଷିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ (Rajasthan CM Ashok Gehlot) କହିଛନ୍ତି ସେମାନେ ଏବେ ପୋଷାକ ପତ୍ର ଉପରେ ବୟାନ ବାଜି କରିବାରେ ଲାଗିଛନ୍ତି। ବିଜେପି ନେତା ଅଢେଇ ଲକ୍ଷ ଟଙ୍କା ମୂଲ୍ୟର ଚଷମା ପିନ୍ଧୁଛନ୍ତି। ଗୃହମନ୍ତ୍ରୀ ନିଜେ ୮୦ ହଜାର ଟଙ୍କା ମୂଲ୍ୟର ମଫଲର ପିନ୍ଧୁଛନ୍ତି। ହେଲେ ବର୍ତ୍ତମାନ ସେମାନେ ଟି-ସାର୍ଟ ଭଳି ପୋଷାକକୁ ରାଜନୀତି କରୁଛନ୍ତି।   

ଭାରତ ଯୋଡ଼ ଯାତ୍ରା (Bharat Jodo Yatra) ବେଳେ ରାହୁଲ ଗାନ୍ଧୀ (Rahul Gandhi) ପିନ୍ଧିଥିବା ଟି-ସାର୍ଟ ମୂଲ୍ୟକୁ ନେଇ ବିଜେପି କଂଗ୍ରେସକୁ (Congress) ଟାର୍ଗେଟ କରିଥିଲା। କଂଗ୍ରେସ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ବିଜେପିକୁ ଦିଆଯାଇଥିଲା। ସୋମବାର  ବିଜେପି ପକ୍ଷରୁ ଭାରତ ଯୋଡା ଯାତ୍ରାକୁ ସମାଲୋଚନା କରିବା ପରେ କଂଗ୍ରେସ ପୁଣି ଥରେ କହିଛି ଯେ ଏହି ଯାତ୍ରା ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଯଦି ବିଜେପି ସେମାନଙ୍କ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରେ, ତାହେଲେ କଂଗ୍ରେସ ବିଜେପି ବିରୋଧରେ ଦୁଇ ଗୁଣା ଆକ୍ରମଣାତ୍ମକ ହେବ।

Also Read: Rahul Gandhi: କାହିଁକି ଭାରତ ଯୋଡ଼ ଯାତ୍ରା ଆରମ୍ଭ କଲା କଂଗ୍ରେସ?

ଅନ୍ୟପଟେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ (Congress General Secretary Jairam Ramesh) ଦାବି କରିଛନ୍ତି ଯେ, ଏହି ଯାତ୍ରାରେ ଦଳକୁ ମିଳୁଥିବା ଜନ ସମର୍ଥନକୁ ନେଇ ବିଜେପି ଭୟଭୀତ ହୋଇଉଠିଛି। ମୁଁ ଏହା ପୂର୍ବରୁ କହିଥିଲି ଯେ ଏହି ଭାରତ ଯୋଡା ଯାତ୍ରା, ମନ କି ବାତ ହେବ ନାହିଁ। ଏହି ଯାତ୍ରାରେ ଜନ ସାଧାରଣଙ୍କ ପାଇଁ ଚିନ୍ତା କରାଯିବ। ହେଲେ ଜନତା କି ଚିନ୍ତା ସହିତ ଏହା ବିଜେପି ପାଇଁ ଚିନ୍ତାର ବିଷୟ ହୋଇଯିବ ବୋଲି ମୁଁ କେବେ ଭାବି ନ ଥିଲି। ଯେଭଳି ଭାବେ ବିଜେପି ନେତାଙ୍କ ବିବୃତ୍ତି ଆସୁଛି ତାହା ମିଥ୍ୟା ଏବଂ ଭିତ୍ତିହୀନ ବୋଲି ଜଣାପଡୁଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଏହା ଦ୍ୱାରା ବିଜେପି ଅସୁବିଧାରେ ପଡୁଛି। ଏହା ଦର୍ଶାଯାଇଛି ଯେ ଭରତ ଯୋଡ ଯାତ୍ରା ବାବଦରେ ଜନସାଧାରଣଙ୍କ ପାଖରୁ ସକରାତ୍ମକ  ଭଲ ପ୍ରତିକ୍ରିୟା ମିଳୁଛି।

Also Read: Political Trip: ରାଜନେତାଙ୍କ ଭାଗ୍ୟ ବଦଳାଇ ଦେଇଛି ରାଜନୈତିକ ଯାତ୍ରା, ରାହୁଲ ଗାନ୍ଧୀଙ୍କୁ ମିଳିବ ଲାଭ?

କଂଗ୍ରେସ ନେତା ଜୟରାମ ରମେଶ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ସମାଲୋଚନା ଜାରି ରହିବ। ବିଜେପି କେତେବେଳେ କଣ୍ଟେନର, କେତେବେଳେ ଟି-ସାର୍ଟ, କେବେ ଜୋତା ପ୍ରସଙ୍ଗ ଉଠାଇବାକୁ ଚାହୁଁଛି। ଯାହା ସ୍ପଷ୍ଟ କରୁଛି ବିଜେପି ଡରିଯାଇଛି। କଂଗ୍ରେସ ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ଖାକି ପ୍ୟାଣ୍ଟ ସେୟାର କରାଯିବା ପ୍ରସଙ୍ଗରେ ଜବାବ ରଖି ସେ କହିଛନ୍ତି ଯେ, ବିଜେପି ଘୃଣା ଏବଂ କୁସଂସ୍କାରପୂର୍ଣ୍ଣ ରାଜନୀତି କରୁଛି। ଜାତି, ଧର୍ମ, ଭାଷା ଏବଂ ଆଧାରରେ ଲୋକଙ୍କୁ ବିଭାଜିତ କରିବାକୁ କାର୍ଯ୍ୟ କରୁଛି। ବିଜେପି ନେତା ଏକଥା ବୁଝନ୍ତୁ ଯେ, ଯଦି ସେମାନେ ଆକ୍ରମଣାତ୍ମକ  ଆଭିମୁଖ୍ୟ ଗ୍ରହଣ କରିବେ ତାହେଲେ ଆମେ ସେମାନଙ୍କ ବିରୋଧରେ ଦୁଇ ଗୁଣା ଆକ୍ରମଣାତ୍ମକ ହେବୁ।