Bisweswar Ticket: ଭୁବନେଶ୍ୱର: କେନ୍ଦ୍ରରେ ଓଡ଼ିଶା ସହ ସମ୍ପର୍କ ରଖିଥିବା ତଥା କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ ଥିବା ତିନିଜଣଙ୍କ ଭିତରୁ ଦୁଇଜଣ ପୁଣିଥରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ଆସ୍ଥା ଜିତିଥିବାବେଳେ ଭରସା ହରାଇଛନ୍ତି ଏକମାତ୍ର ଲୋକସଭାରୁ ନିର୍ବାଚିତ ହୋଇ ମନ୍ତ୍ରୀ ଆସନ ଲାଭ କରିଥିବା ବିଶ୍ୱେଶ୍ୱର ଟୁଡୁ। ସାନ୍ତାଳ ସମ୍ପ୍ରଦାୟର ଏହି ନେତାଙ୍କୁ ଏଥର ପ୍ରାର୍ଥୀ ତାଲିକାରୁ ବାଦ୍‍ ଦେବା ପଛରେ କି କାରଣ ରହିଛି? କାହିଁକି ଜଣେ କ୍ଷମତାସୀନ ମନ୍ତ୍ରୀ ପ୍ରାର୍ଥୀ ହେବାକୁ ଯୋଗ୍ୟ ହୋଇ ନାହାନ୍ତି?


COMMERCIAL BREAK
SCROLL TO CONTINUE READING

ଅବଶ୍ୟ ରାଜ୍ୟରେ ଚାରିଜଣ ବିଜେପି ସାଂସଦଙ୍କୁ ପୁଣିଥରେ ଟିକେଟ୍‍ ଦେଇ ନାହିଁ ବିଜେପି। ସେମାନେ ହେଲେ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ସାଂସଦ ନିତିଶ ଗଙ୍ଗଦେବ ଏବଂ ମୟୁରଭଞ୍ଜ ସାଂସଦ ଶ୍ରୀ ଟୁଡୁ। ହେଲେ ଏମାନଙ୍କ ଭିତରୁ କେହି କେନ୍ଦ୍ରମନ୍ତ୍ରୀ ନୁହନ୍ତି କି ଆଦିବାସୀ ସମ୍ପ୍ରଦାୟରୁ ନିର୍ବାଚିତ ହୋଇ ନାହାନ୍ତି। ଏଣୁ ଶ୍ରୀ ଟୁଡୁଙ୍କୁ ଭରସା ବଳୟରୁ ବାହାରେ ରଖିବା ତଥା ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ଟିକଟ ଦେବା ପଛରେ କାରଣ ଜଡ଼ିତ ହୋଇ ରହିଛି ।


ବିଶ୍ୱେଶ୍ୱର ହେଉଛନ୍ତି ସାନ୍ତାଳ ସମ୍ପ୍ରଦାୟର ନେତା। ମୟୁରଭଞ୍ଜ ଆସନ ପାଇଁ ଏହି ସମ୍ପ୍ରଦାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। କିନ୍ତୁ ବିଶ୍ୱେଶ୍ୱର ନିକଟ ଅତୀତରେ ଅନ୍ର ସମ୍ପ୍ରଦାୟ ବିରୁଦ୍ଧରେ ଆକ୍ଷେପ କରିବା ବିବାଦୀୟ ବୟାନ ରଖିବା ଆଦି ତାଙ୍କ ବିପକ୍ଷରେ ଜନମତ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି।  ସେଥିଲାଗି  ଆଉ କୌଣସି ସମ୍ପ୍ରଦାୟଙ୍କ ଭିତରୁ ପ୍ରାର୍ଥୀ ଖୋଜିବା ବଦଳରେ ଜଣେ ସାନ୍ତାଳ ନେତାଙ୍କ ଉପରେ ଭରସା କରିଛି ବିଜେପି।  
ନବଚରଣ ହେଉଛନ୍ତି ବର୍ତ୍ତମାନର ବିଧାୟକ। ରାଷ୍ଟ୍ରପତିଙ୍କ ଘନିଷ୍ଠ ରାଜନୀତିକ ସହଯୋଗୀ ଭାବେ ଜଣାଶୁଣା। ବିଜେପି ତାଙ୍କୁ ପ୍ରାର୍ଥୀ କରିବା ପଛରେ କାରଣ ହେଉଛି  ବିଶ୍ୱେଶ୍ୱରଙ୍କ ଆସ୍ଥା ବିରୋଧୀ  ଭୋଟକୁ ପ୍ରଶମିତ କରି ଅଧିକ ଭୋଟ ଯୋଡ଼ିବା। ଏ ପଛରେ ଦୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପୂର୍ବରୁ ଯେଉଁ ସଂଗଠନ କାର୍ଯ୍ୟ କରୁଥିଲା ତାହା ସହାୟକ ହୋଇପାରେ। 


କିନ୍ତୁ ତାଙ୍କ ପାଇଁ ସାନ୍ତାଳ ଭୋଟ୍‍ ଏକ ଆହ୍ୱାନ ହୋଇ ରହିବ। କାରଣ ଏହି ସମ୍ପ୍ରଦାୟଙ୍କ ଭୋଟ ସବୁଠାରୁ ଅଧିକ ଥିଲେ ବି ଏଠାରେ ଏହା ବିଭାଜିତ। ବିଶେଷ କରି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ବିଜେଡି ଓ ବିଜେପି ଭିତରେ ଏହାଙ୍କ ଭୋଟ୍‍ ଭାଙ୍ଗିଥାଏ। ଏଣୁ ଏଠାରେ ଥିବା ଅନ୍ର ଆଦିବାସୀ ସମ୍ପ୍ରଦାୟଙ୍କୁ ନିଜ ପକ୍ଷକୁ ଆଣିବା ଲାଗି ନବ ଏବେ ଉଦ୍ୟମ କରିବା ଆବଶ୍ୟକ। ବିଶେଷକରି ହୋ-ମୁଣ୍ଡା ସମ୍ପ୍ରଦାୟ ନିର୍ଣ୍ଣୟକ ହୋଇ ପାରନ୍ତି। ଏଣୁ ବିଧାୟକ ପ୍ରାର୍ଥୀ ଭାବେ ବିଭିନ୍ନ ସମ୍ପ୍ରଦାୟର ନେତାଙ୍କୁ ଟିକଟ ଦେଲେ ସେମାନଙ୍କ ଭୋଟ ବିଜେପିକୁ ମିଳିବା ସହଜ ହୋଇପାରେ।