ତମାଲ ବାକଚି, ନୂଆଦିଲ୍ଲୀ: କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର(Congress national spokesperson) ରାଜୀବ ତ୍ୟାଗୀ(Rajiv Tyagi) ବୁଧବାର ସନ୍ଧ୍ୟାରେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଛି ସମୟ ପୂର୍ବରୁ ସେ ଏକ ଟିଭି ଚ୍ୟାନେଲରେ ଏକ ବିତର୍କ(TV Debate)ରେ ଭାଗ ନେଉଥିଲେ । କୁହାଯାଉଛି ଯେ, ବିତର୍କ ଶେଷ ହେବାର କିଛି ମିନିଟ୍ ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା । ଆଉ ସେ ଅଚେତ ହୋଇଯାଇଥିଲେ । ତାଙ୍କୁ ଗାଜିଆବାଦର ଯଶୋଦା ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ତ୍ୟାଗୀଙ୍କ ନିଧନ ପରେ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଏଥି ସହ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର(BJP National Spokesperson) ସମ୍ବିତ ପାତ୍ର(Sambit Patra)ଙ୍କ ବିରୋଧରେ ଟ୍ୱିଟରରେ ଟ୍ରେଣ୍ଡ ହେବାର ଲାଗିଛି । ଅନେକ ୟୁଜର୍ସ ତ୍ୟାଗୀଙ୍କ ଶେଷ ଟିଭି ବିତର୍କର ଭିଡିଓ ସେୟାର କରି ପାତ୍ରଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି । ସେମାନେ ଅଭିଯୋଗ କରୁଛନ୍ତି ଯେ, ପାତ୍ରା ଅତ୍ୟନ୍ତ ଆପତ୍ତିଜନକ ଭାଷା ବ୍ୟବହାର କରିଥିଲେ । ଯାହା ଦ୍ୱାରା ତ୍ୟାଗୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ସଚିନ ପାଇଲଟ କଂଗ୍ରେସକୁ ଫେରିବା ପଛରେ ବିଜେପିର ଏହି ବଡ଼ ନେତାଙ୍କ ହାତ !


ରାଜୀବ ତ୍ୟାଗୀ ପାଇଁ କ’ଣ କହିଥିଲେ ପାତ୍ର ?


ଏକ ଘରୋଇ ଚ୍ୟାନେଲରେ ବେଙ୍ଗାଲୁରୁ ହିଂସାକୁ ନେଇ ଚାଲୁଥିବା ଡିବେଟ ବା ବିତର୍କରେ ତ୍ୟାଗୀ ସାମିଲ ହୋଇଥିଲେ । ଭାଇରାଲ ହୋଇଥିବା ଭିଡିଓରେ ବିଜେପି ମୁଖପାତ୍ର ସମ୍ୱିତ ପାତ୍ର କହୁଛନ୍ତି ଯେ, "ଆମ ଘରର ଜୟଚାନ୍ଦ ଆମ ଘରକୁ ହିଁ ଲୁଟିଛନ୍ତି । ନାଁ ନେବାକୁ ଲଜ୍ଜା ଲାଗୁଛି । ସେମାନେ ଘର ଜାଳି ଦେଉଛନ୍ତି ଏବଂ ଆମେ ଏଠାରେ ଜୟଚାନ୍ଦଙ୍କ ନାଁ ମଧ୍ୟ ନେଇ ପାଇପାରୁ ନାହୁଁ । ଆରେ ଟିକା ଲଗାଇ କେହି ପ୍ରକୃତ ହିନ୍ଦୁ ହୋଇଯାଆନ୍ତି ନାହିଁ । ଯଦି ଟିକା ଲଗାଇବାକୁ ଅଛି ତେବେ ହୃଦୟରେ ଲଗାଅ । ଆଉ କୁହ କିଏ ଘରରେ ନିଆଁ ଲଗାଇଛି ।" 'ମୁଁ ଉତ୍ତର ଦେବାକୁ ଚାହୁଁଛି' ତ୍ୟାଗୀ ମଝିରେ କହୁଛନ୍ତି । ଅନ୍ୟ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଡାକ୍ତର କହୁଛନ୍ତି ଯେ ଟିଭି ବିତର୍କ ସମୟରେ ତ୍ୟାଗୀଙ୍କୁ ହୃଦଘାତ(Heart Attack) ଆସିଥିଲା ।


ଅଧିକ ପଢ଼ନ୍ତୁ:-ପୁଣି କଂଗ୍ରେସକୁ କାହିଁକି ଫେରିଲେ ସଚିନ, ଜାଣନ୍ତୁ ରାହୁଲ-ପାଇଲଟଙ୍କ ମଧ୍ୟରେ କ'ଣ ହୋଇଛି ଡିଲ୍ ?


ଲୋକମାନେ କ’ଣ କହୁଛନ୍ତି ?


ସୋସିଆଲ ମିଡିଆରେ କଂଗ୍ରେସ ନେତା(Congress Leader)ଙ୍କ ବ୍ୟତୀତ ବହୁ ସଂଖ୍ୟକ ୟୁଜର୍ସ ପାତ୍ରଙ୍କ ସ୍ୱର ଏବଂ ଭାଷାକୁ କଡ଼ା ସମାଲୋଚନା କରିଛନ୍ତି । କଂଗ୍ରେସ ନେତା ଗୌରବ ପନ୍ଧୀ ଲେଖିଛନ୍ତି ଯେ ପାତ୍ର ରାଜୀବ ତ୍ୟାଙ୍କୁ ଦେଶଦ୍ରୋହୀ ବୋଲି କହିଛନ୍ତି । କଂଗ୍ରେସର ଅନ୍ୟ ଜଣେ ନେତା କିଛି ସାମ୍ବାଦିକଙ୍କ ସହ ପାତ୍ରଙ୍କ ନାଁ ନେଇ କହିଛନ୍ତି ଯେ ଏହି ଲୋକମାନେ ଗଣମାଧ୍ୟମକୁ ଅତ୍ୟଧିକ ବିଷାକ୍ତ କରିଛନ୍ତି । ଅନେକ ୟୁଜର୍ସ ସିଧାସଳଖ ପାତ୍ରଙ୍କୁ ତ୍ୟାଗୀଙ୍କ ମୃତ୍ୟୁ ପାଇଁ ଦାୟୀ କରୁଛନ୍ତି । ଆଉ ତାଙ୍କ ବିରୋଧରେ ମାମଲା ରୁଜୁ କରିବାର ଦାବି କରାଯାଉଛି । 


ଅଧିକ ପଢ଼ନ୍ତୁ:-ରାଜସ୍ଥାନ ରାଜନୈତିକ ସଙ୍କଟ: ନିଜ ଜାଲରେ ଫସିଲା ବିଜେପି ?


୧୪ ବର୍ଷ ଧରି କଂଗ୍ରେସ(Congress)ରେ ଥିଲେ ତ୍ୟାଗୀ


ଲୋକଦଳରୁ ନିଜର ରାଜନୈତିକ ଇନିଂସ ଆରମ୍ଭ କରିଥିବା ୫୦ ବର୍ଷୀୟ ତ୍ୟାଗୀ ୨୦୦୬ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦଙ୍କ ନେତୃତ୍ୱରେ କଂଗ୍ରେସରେ ସାମିଲ ହୋଇଥିଲେ । ସେବେଠାରୁ ସେ ଦଳର ବିଭିନ୍ନ ଭୂମିକାରେ ଦାୟିତ୍ୱ ନିର୍ବାହ କରି ଆସୁଥିଲେ । କିଛି ବର୍ଷ ପୂର୍ବେ ଦଳ ତାଙ୍କୁ ଜାତୀୟ ମୁଖପାତ୍ରଙ୍କ ଦାୟିତ୍ୱ ପ୍ରଦାନ କରିଥିଲା । ଏହି ସମୟରେ ସେ ୟୁପି କଂଗ୍ରେସରେ ସାଧାରଣ ସମ୍ପାଦକ ତଥା ରାଜ୍ୟ କଂଗ୍ରେସର ମିଡିଆ ପ୍ରଭାରୀର ଦାୟିତ୍ୱ ମଧ୍ୟ ଦେଖୁଥିଲେ ।