Supriya Sule to Eknath Shinde: ବେଦାନ୍ତ ଗ୍ରୁପ୍-ଫକ୍ସକନ୍ ପ୍ରକଳ୍ପ ମହାରାଷ୍ଟ୍ରରୁ ଗୁଜୁରାଟକୁ ସ୍ଥାନାନ୍ତରିତ ହେବା ପରେ ଏନସିପି ସାଂସଦ ସୁପ୍ରିୟା ସୁଲେ ଏହି ଘଟଣାରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ନ୍ୟାୟିକ ତଦନ୍ତ କରିବାକୁ ଦାବି କରିଛନ୍ତି। ଏହି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବୟାନକୁ ସମାଲୋଚନା କରିଛନ୍ତି ସେ। ଏହି ଘଟଣାର କ୍ରମରେ ଗୁରୁବାର ପୁଣେ ଠାରେ ବିଭିନ୍ନ ଦଳ ଦ୍ୱାରା ଆନ୍ଦୋଳନ କରା ଯାଇଥିଲା। ପୁଣେ ଠାରେ ଏକ ବିରୋଧରେ ଅଂଶଗ୍ରହଣ କରି ଏନସିପି ସାଂସଦ   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନା ନେବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଥଲେ। ପ୍ରଧାମମନ୍ତ୍ରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କଥିତ ରୂପରେ ଆଶ୍ୱସନା ଦିଆଯାଇଛି ଯେ ଭବିଷ୍ୟତରେ ମହାରାଷ୍ଟ୍ରକୁ ଆହୁରି ବଡ ପ୍ରକଳ୍ପ ଯୋଗାଇ ଦିଆଯିବ। 


COMMERCIAL BREAK
SCROLL TO CONTINUE READING

ଏନସିପି ସାଂସଦ ସୁପ୍ରିୟା ସୁଲେ (NCP MP Supriya Sule) ଦାବି କରିଛନ୍ତି ଛୋଟ ପିଲାଙ୍କ ଭଳି ଆଚରଣ ବନ୍ଦ କରନ୍ତୁ କରନ୍ତୁ। ବର୍ତ୍ତମାନ ଗମ୍ଭୀର ହୋଇ ଯାନ୍ତୁ। ଏହାକୁ ନେଇ ରାଜନୀତି କରିବା ବନ୍ଦ କରନ୍ତୁ। ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଏବଂ ରାଜ୍ୟବାସୀଙ୍କ ହିତ ଲାଗି ଏକ ଦଳୀୟ ବୈଠକ ଡକାଯାଉ। ଯଦି ଆବଶ୍ୟକ ହୁଏ ଏକ ସର୍ବଦଳୀୟ ପ୍ରତିନିଧୀ ମଣ୍ଡଳ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଯାନ୍ତୁ। ଏହା ନିଶ୍ଚିତ କରନ୍ତୁ ଯେ ଏହି ପ୍ରକଳ୍ପ ଯାହା ମହାରାଷ୍ଟ୍ର ଏହାର ଗୁଣ ଆଧାରରେ ଜିତିଛି ତାହାର ପୁନଃ ସ୍ଥାପନା କରାଯାଉ।


ମୁମ୍ବାଇ-ପୁଣେ ଠାରେ ଏକ କୋଳାହଳପୂର୍ଣ୍ଣ ପ୍ରଦର୍ଶନରେ ବହୁ ଏନସିପି କର୍ମୀଙ୍କୁ ଅଟକ ରଖାଯାଇଥିଲା। ବେଦାନ୍ତ ଗ୍ରୁପ୍-ଫକ୍ସକନ୍ ପ୍ରକଳ୍ପ ମହାରାଷ୍ଟ୍ରରୁ ଗୁଜୁରାଟକୁ ସ୍ଥାନାନ୍ତରିତ ହେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Maharashtra CM Eknath Shinde) ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ (Maharashtra Deputy CM Devendra Fadnavis) ବିରୋଧରେ ନାରାବାଜି କରିଥିଲେ। 


ପ୍ରକଳ୍ପ ସ୍ଥାନାନ୍ତର ହୋଇଯିବା ପ୍ରସଙ୍ଗରେ ମହା ବିକାଶ ଅଘାଡ଼ି ମେଣ୍ଟରେ ସାମିଲ ରହିଥିବା ଶିବସେନା-ଏନସିପି-କଂଗ୍ରେସ ବିରୋଧରେ ବର୍ଷିଛି ମୁମ୍ବାଇ ବିଜେପି ୟୁନିଟ। ଏନେଇ ଦଳ ପକ୍ଷରୁ ଦାବି କରାଯାଇଛି ଯେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନ କମିଟି କରାଯାଉ। ଯାହା ଦ୍ୱାରା ସତ୍ୟ କ'ଣ ତାହା ଲୋକଙ୍କ ସାମ୍ନାକୁ ଆସିପାରିବ। 


ମହାରାଷ୍ଟ୍ର ସହିତ ୯୦ ପ୍ରତିଶତ ଚୁକ୍ତି ଶେଷ ହେବା ପରେ ଗୁଜୁରାଟ ପାଇଁ ୨.୬ ଲକ୍ଷ କୋଟି ଟଙ୍କାର ବେଦାନ୍ତ-ଫକ୍ସକନ୍ ମେଗା ପ୍ରକଳ୍ପ ସ୍ଥାନାନ୍ତର ହେବା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି ଶିବସେନା ଯୁବ ଶାଖା ଏବଂ ଅନ୍ୟ ଗୋଷ୍ଠୀ ପକ୍ଷରୁ ଏକ ଦସ୍ତଖତ ଅଭିଯାନ ଆୟୋଜନ କରାଯାଇଥିଲା।


Also Read: Maharashtra Politics: 'ପ୍ରଧାମମନ୍ତ୍ରୀ ମୋଦି ଏବଂ ଅମିତ ଶାହଙ୍କ ଏଜେଣ୍ଟ ହେବା ଭଲ'


 


କଂଗ୍ରେସ ମହାସଚିବ ସଚିନ ସାୱନ୍ତ ଚେତାବନୀ ଦେଇଛନ୍ତି ଯେ ଯଦି ବେଦାନ୍ତ-ଫକ୍ସକନ୍ ପଡୋଶୀ ରାଜ୍ୟକୁ ଚାଲିଯାଏ ତାହେଲେ ଏହା କେବଳ ମହାରାଷ୍ଟ୍ର ନୁହେଁ ଭାରତ ପାଇଁ ମଧ୍ୟ କ୍ଷତିକାରକ ହେବ। କାରଣ ଧୋଲେରା ଅର୍ଥାତ ଗୁଜୁରାଟରେ ପ୍ରକଳ୍ପ ଚାଲିୁନାହିଁ। ସେଠାରୁ  ଅନେକ ଲୋକ ଚାଲି ଯାଉଥନ୍ତି।


ବେଦାନ୍ତ-ଫକ୍ସକନ୍ ପ୍ରକଳ୍ପ ସ୍ଥାନାନ୍ତର ହେବା ପରେ ବର୍ତ୍ତମାନ ମହାରାଷ୍ଟ୍ର ପଛରେ ପଡ଼ିଯାଇଛି। ଏଥିପାଇଁ ବିଜେପି ଏବଂ ଶିବସେନା ସିନ୍ଦ ଗୋଷ୍ଠୀ, ଉଦ୍ଧବ ଠାକେରଙ୍କ ନେତୃତ୍ୱାଧିନ ମହା ବିକାଶ ଅଘାଡ଼ି ସରକାରଙ୍କୁ ଦାୟୀ କରୁଛନ୍ତି। ତାଇୱାନ ଭିତ୍ତିକ ଫାକ୍ସକନ୍ ସହିତ ବେଦାନ୍ତ ଗୁଜୁରାଟ ଠାରେ ସେମିକଣ୍ଡକ୍ଟର କାରଖାନା ସ୍ଥାପନ କରିବା ପାଇଁ ହୋଇଥିବା ଚୁକ୍ତିକୁ ମୋଦି ସରକାର ମଞ୍ଜୁରୀ ଦେଇଛନ୍ତି। ଏହି ସେମିକଣ୍ଡକ୍ଟର କାରଖାନା ମହାରାଷ୍ଟ୍ର ଠାରେ ପ୍ରତିଷ୍ଠା ହେବ ପାଇଁ ଚୂଡାନ୍ତ ହୋଇଥିବା ବେଳେ ଶେଷରେ ଗୁଜୁରାଟ ସ୍ଥାନାନ୍ତର ହୋଇଯାଇଛି। ଏନେଇ ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ବାଲାସାହେବ ଥୋରାଟ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବର୍ଷିବା ସହ ଏହା ମହାରାଷ୍ଟ୍ର ପ୍ରତି ଧୋକ୍କା ବୋଲି କହିଛନ୍ତି।