President Election in India: ଦେଶର ୧୫ ତମ ରାଷ୍ଟ୍ରପତି ନିର୍ବାଚନ ଲାଗି ୨୦୨୨ ଜୁଲାଇ ୧୮ ତାରିଖ ସୋମବାର ଶେଷ ହୋଇଛି ଭୋଟ ଗ୍ରହଣ। ଜୁଲାଇ ୨୧ ତାରିଖ ଗୁରୁବାର ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ। ଦେଶରେ ପ୍ରତି ୫ ବର୍ଷରେ ଅନୁଷ୍ଠିତ ହୋଇଥାଏ ରାଷ୍ଟ୍ରପତି ନିର୍ବାଚିତ। ଏହି ନିର୍ବାଚନର ସ୍ୱତନ୍ତ୍ରତା ହେଉଛି ଏହି ନିର୍ବାଚନରେ ଦେଶର ଜନସାଧାରଣ ​​ଅଂଶଗ୍ରହଣ କରନ୍ତି ନାହିଁ। ଲୋକଙ୍କ ଦ୍ୱାରା ନିର୍ବାଚିତ ଜନପ୍ରତିନିଧି ରାଷ୍ଟ୍ରପତି ନିର୍ବାଚନରେ ​​ଅଂଶଗ୍ରହଣ କରି ମତ କରିଥାନ୍ତି। ସାଂସଦ ଏବଂ ବିଧାୟକ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ଅନ୍ତର୍ଭୂକ୍ତ।


COMMERCIAL BREAK
SCROLL TO CONTINUE READING

ଦେଶରେ ପ୍ରତି ୫ ବର୍ଷରେ ରାଷ୍ଟ୍ରପତି ନିର୍ବାଚନ କରିବା କାହିଁକି ଆବଶ୍ୟକ? ଏହାସହ ଯଦି ସାଂସଦ ଏବଂ ବିଧାୟକ ଏହି ନିର୍ବାଚନରେ ମତଦାନ କରିବେ ନାହିଁ ତାହେଲେ ଏହାର ପ୍ରଭାବ କ'ଣ ହେବ? ଭାରତୀୟ ସମ୍ବିଧାନର ଧାରା ୫୨-୭୮ ରାଷ୍ଟ୍ରପତିଙ୍କ ସହ ଜଡିତ। ଏହି ନିର୍ବାଚନରେ ​​ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ମଧ୍ୟ କୁହାଯାଇଛି। ଏହା ମଧ୍ୟରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ମଧ୍ୟ କୁହାଯାଇଛି। ସମ୍ବିଧାନ ଅନୁଯାୟୀ ରାଷ୍ଟ୍ରପତି ତାଙ୍କ କାର୍ଯ୍ୟଭାର ଗ୍ରହଣ ଦିନ ଠାରୁ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବାର ଅଧିକାର ପାଇବେ।


ଦେଶର କୌଣସି ରାଷ୍ଟ୍ରପତି (President of India) ଦ୍ୱିତୀୟ ଥର ଲାଗି ଏହି ପଦ ପାଇଁ ନିର୍ବାଚନ ଲଢିପାରିବେ। ମାତ୍ର ସାମ୍ବିଧାନିକ ପ୍ରକ୍ରିୟା (Indian Constitutional System) ପାଳନ କରିବାକୁ ଯାୟୀ  ଦେଶରେ ପ୍ରତି ୫ ବର୍ଷରେ ରାଷ୍ଟ୍ରପତି ନିର୍ବାଚନ କରିବାକୁ ହୋଇଥାଏ। ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହେବାର ୬ ମାସ ପୂର୍ବରୁ ଭାରତୀୟ ନିର୍ବାଚନ ଆୟୋଗ (Indian Election Commission) ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥାନ୍ତି। 


ଯଦି ରାଷ୍ଟ୍ରପତି ନିର୍ବାଚନରେ ଦେଶର କୌଣସି ରାଜ୍ୟର ନିର୍ବାଚିତ ବିଧାୟକ କିମ୍ବା ସାଂସଦ (Elected MLA or MP) ମତଦାନ କରନ୍ତି ନାହିଁ ତାହେଲେ ଭୋଟ ମୂଲ୍ୟ ହ୍ରାସ ପାଇଥାଏ। ମାତ୍ର ଏହା ଦ୍ୱାରା ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ପ୍ରଭାବିତ ହୋଇନଥାଏ। ଦେଶର ୧୫ ତମ ରାଷ୍ଟ୍ରପତି ନିର୍ବାଚନ ଲାଗି ୨୦୨୨ ଜୁଲାଇ ୧୮ ତାରିଖ ସୋମବାର ସଂସଦ ଗୃହ ଏବଂ ରାଜ୍ୟ ବିଧାନସଭାର ୩୦ କେନ୍ଦ୍ର ସମେତ ୩୧ ସ୍ଥାନରେ ହୋଇଥିଲା ଭୋଟ ଗ୍ରହଣ। ଜୁଲାଇ ୨୧ ତାରିଖ ଗୁରୁବାର ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ। ପରବର୍ତ୍ତୀ ରାଷ୍ଟ୍ରପତି ୨୫ ଜୁଲାଇରେ ନେବେ ଶପଥ। ଏଥରର ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ମୁକାବିଲା ହୋଇଛି। 


ଦେଶର ନିର୍ବାଚିତ ୭୭୬ ସାଂସଦ ଏବଂ ୪୦୩୩ ବିଧାୟକଙ୍କ ସମେତ ମୋଟ ୪୮୦୯ ଭୋଟର ରାଷ୍ଟ୍ରପତି ନିର୍ବାଚନରେ ​ମତଦାନ କରିବାକୁ ଯୋଗ୍ୟ ବିବେଚିଚ ହୋଇଥିଲେ। ମନୋନୀତ ସାଂସଦ କିମ୍ବା ବିଧାୟକଙ୍କ ବ୍ୟତୀତ ବିଧାନ ପରିଷଦ ସଦସ୍ୟ ରାଷ୍ଟ୍ରପି ନିର୍ବାଚନରେ ମତଦାନ କରିବାର ଅଧିକାର ନାହିଁ। ଏଥର ରାଷ୍ଟ୍ରପତି ନିର୍ବାଚନରେ ୯୯ ପ୍ରତିଶତ ଭୋଟ ଗ୍ରହଣ ହୋଇଛି।