ସୋନୁ ସୁଦଙ୍କ ଭଉଣୀ ଆସିବା ପରେ ପଞ୍ଜାବରେ କଂଗ୍ରେସକୁ ହେବ କି ଲାଭ? ଜନତା ଦେଲେ ଏହି ଜବାବ
ଏଠାରେ କହି ରଖୁଛୁ ଯେ, ଅଭିନେତା ସୋନୁ ସୁଦ ଗତ ବର୍ଷ ନଭେମ୍ବରରେ କହିଥିଲେ ଯେ ତାଙ୍କ ଭଉଣୀ ରାଜନୀତିରେ ଯୋଗଦେବେ । ସୋନୁ ସୁଦ୍ କୋରୋନା କାଳରେ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି ଓ ଏହି କାରଣରୁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି ।
ନୂଆଦିଲ୍ଲୀ: Punjab Assembly Election 2022: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ସମସ୍ତ ରାଜନୈତିକ ଦଳ ନିଜ ନିଜର ବିଜୟକୁ ସୁନିଶ୍ଚିତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ଏହି କ୍ରମରେ ପଞ୍ଜାବ ବିଧାନସଭା ନିର୍ବାଚନ ୨୦୨୨ (Punjab Election 2022) ର ଠିକ ପୂର୍ବରୁ ବଲିଉଡ ଅଭିନେତା ସୋନୁ ସୁଦ (Sonu Sood) ଙ୍କ ଭଉଣୀ ମଲଭିକା ସୁଦ (Malvika Sood) କଂଗ୍ରେସ (Congress) ରେ ଯୋଗ ଦେଇଥିଲେ । ଦଳ ତାଙ୍କୁ ମୋଗା ଆସନ (Moga Seat) ରୁ ପ୍ରାର୍ଥୀ କରିଛି । ଏବେ ପ୍ରଶ୍ନ ଉଙ୍କି ମାରୁଛି ଯେ ମାଲାଭିକା ଶାସକ ଦଳ କଂଗ୍ରେସରେ ଯୋଗଦେବାରୁ ଦଳକୁ ଚଳିତ ବିଧାନସଭା ନିର୍ବାଚନରେ କେତେ ଲାଭ ହେବ?
ଲୋକଙ୍କ ମତ ଜାଣିବା ପାଇଁ ସି ଭୋଟର (C Voter Survey) ଏକ ସର୍ଭେ କରିଛି । ଏହି ସର୍ଭେରେ ୫୬ ପ୍ରତିଶତ ଲୋକ କହିଛନ୍ତି ଯେ ସୋନୁ ସୁଦଙ୍କ ଭଉଣୀ (Sonu Sood Sister) କଂଗ୍ରେସ (Congress) ରେ ଯୋଗଦେବାରୁ ଦଳକୁ ଲାଭ ହେବ ନାହିଁ । ଏଥିସହ ୨୯ ପ୍ରତିଶତ ଲୋକ ଲାଭବାନ ହେବେ ବୋଲି କହିଛନ୍ତି । ୧୫ ପ୍ରତିଶତ ଲୋକ ଜାଣନ୍ତି ନାହିଁ ବୋଲି କହିଛନ୍ତି ।
ସୋନୁ ସୁଦଙ୍କ ଭଉଣୀଙ୍କ କଂଗ୍ରେସରେ ଆସିବାରୁ ଦଳକୁ ଲାଭ ହେବ କି?
ସି-ଭୋଟର ସର୍ଭେ
ହଁ-୨୯ ପ୍ରତିଶତ
ନା -୫୬ ପ୍ରତିଶତ
ଜାଣନ୍ତି ନାହିଁ -୧୫ ପ୍ରତିଶତ
ଏହା ବି ପଢ଼ନ୍ତୁ:-ପଞ୍ଜାବରେ ମୁଖ୍ୟମନ୍ତ୍ରୀଙ୍କ ଘରେ ହିଁ ବିଦ୍ରୋହ, କଂଗ୍ରେସ ବିରୋଧରେ ନିର୍ବାଚନ ଲଢ଼ିବେ ଚନ୍ନିଙ୍କ ଭାଇ
ଏହା ବି ପଢ଼ନ୍ତୁ:-ଜେଡିୟୁକୁ ଧମକ ଦେଲା ବିଜେପି, ଜାଣନ୍ତୁ ପୂରା ମାମଲା
ଏହା ବି ପଢ଼ନ୍ତୁ:-ଭଲ ଖବର: ଗତକାଲି ତୁଳନାରେ ଆଜି ୨୦ ହଜାର ମାମଲା ହ୍ରାସ, ଆଖି ବୁଜିଲେ ୩୧୦ ସଂକ୍ରମିତ
ଏଠାରେ କହି ରଖୁଛୁ ଯେ, ଅଭିନେତା ସୋନୁ ସୁଦ ଗତ ବର୍ଷ ନଭେମ୍ବରରେ କହିଥିଲେ ଯେ ତାଙ୍କ ଭଉଣୀ ରାଜନୀତିରେ ଯୋଗଦେବେ । ସୋନୁ ସୁଦ୍ କୋରୋନା କାଳରେ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି ଓ ଏହି କାରଣରୁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି ।
ସୂଚନାଯୋଗ୍ୟ, ମୋଗା ଆସନରୁ ମଲଭିକା ସୁଦଙ୍କ ପ୍ରାର୍ଥୀ ଉପରେ କ୍ରୋଧିତ ହୋଇ ବିଧାୟକ ହରଜୋତ କମଲ ଶନିବାର ବିଜେପିରେ ଯୋଗ ଦେଇଛନ୍ତି । ଫେବୃଆରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ୮୬ ପ୍ରାର୍ଥୀଙ୍କ ପ୍ରଥମ ତାଲିକା କଂଗ୍ରେସ ଶନିବାର ଜାରି କରିଥିଲା । ଏଥିରେ କମଲଙ୍କ ସମେତ ଚାରି ଜଣ ବର୍ତ୍ତମାନର ବିଧାୟକଙ୍କୁ ଟିକେଟ ଦିଆଯାଇନଥିଲା ।
ଫେବୃଆରୀ ୧୪ରେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ଶାସକ କଂଗ୍ରେସ (Congress) ର ମୁକାବିଲା ଆମ୍ ଆଦମୀ ପାର୍ଟି (AAP), ଅକାଲୀ ଦଳ (Akali Dal) ଏବଂ ବିଜେପି-ପଞ୍ଜାବ ଲୋକ କଂଗ୍ରେସ ମେଣ୍ଟ (BJP-Punjab Lok Congress Alliance) ମଧ୍ୟରେ ହେବ ।