ପଞ୍ଜାବରେ ମୁଖ୍ୟମନ୍ତ୍ରୀଙ୍କ ଘରେ ହିଁ ବିଦ୍ରୋହ, କଂଗ୍ରେସ ବିରୋଧରେ ନିର୍ବାଚନ ଲଢ଼ିବେ ଚନ୍ନିଙ୍କ ଭାଇ
Advertisement

ପଞ୍ଜାବରେ ମୁଖ୍ୟମନ୍ତ୍ରୀଙ୍କ ଘରେ ହିଁ ବିଦ୍ରୋହ, କଂଗ୍ରେସ ବିରୋଧରେ ନିର୍ବାଚନ ଲଢ଼ିବେ ଚନ୍ନିଙ୍କ ଭାଇ

ମନେ କରାଯାଉଛି ଯେ, ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ଙ୍କ ଚାପ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଭାଇ ମନୋହରଙ୍କୁ ଟିକେଟ୍ ଦିଆଯାଇ ନାହିଁ । ଅନ୍ୟପଟେ ମନୋହର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସିନିୟର ମେଡିକାଲ୍ ଅଫିସର ପଦରୁ ଅବସର ନେଇଥିଲେ ।

ପଞ୍ଜାବରେ ମୁଖ୍ୟମନ୍ତ୍ରୀଙ୍କ ଘରେ ହିଁ ବିଦ୍ରୋହ, କଂଗ୍ରେସ ବିରୋଧରେ ନିର୍ବାଚନ ଲଢ଼ିବେ ଚନ୍ନିଙ୍କ ଭାଇ

ନୂଆଦିଲ୍ଲୀ: Punjab Assembly Election 2022: ପଞ୍ଜାବ କଂଗ୍ରେସ (PUnjab Congress) ରେ ଏକ ବଡ଼ ବିଦ୍ରୋହ ହୋଇଛି । ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି (Punjab CM Charanjit Singh Channi) ଙ୍କ ଭାଇ ଡକ୍ଚର ମନୋହର ସିଂ (Dr. Manohar Singh) ଙ୍କୁ କଂଗ୍ରେସ ଟିକେଟ୍ ନ ଦେବାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛି । ସେ ବସ୍ସି ପଠାନା ବିଧାନସଭା ଆସନ (Bassi Pathana Assembly) ରୁ ଟିକେଟ ମାଗୁଥିଲେ । ତାଙ୍କ ସ୍ଥାନରେ ବର୍ତ୍ତମାନର ବିଧାୟକ ଗୁରୁପ୍ରୀତ ସିଂ ଜିପି (Congress MLA Gurpreet Singh GP) ଉପରେ ହିଁ କଂଗ୍ରେସ ବିଶ୍ୱାସ ବ୍ୟକ୍ତ କରିଛି । 

ମନେ କରାଯାଉଛି ଯେ, ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ଙ୍କ ଚାପ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଭାଇ ମନୋହରଙ୍କୁ ଟିକେଟ୍ ଦିଆଯାଇ ନାହିଁ । ଅନ୍ୟପଟେ ମନୋହର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସିନିୟର ମେଡିକାଲ୍ ଅଫିସର ପଦରୁ ଅବସର ନେଇଥିଲେ ।

ଗତ ସପ୍ତାହର ଶନିବାର କଂଗ୍ରେସର ୮୬ ଜଣ ପ୍ରାର୍ଥୀଙ୍କ ତାଲିକା ଆସିବା ପରେ ଡକ୍ଟର ମନୋହର ରବିବାର ସମର୍ଥକଙ୍କୁ ଭେଟିଥିଲେ ଓ ଏହା ପରେ ସେ ବିଦ୍ରୋହ କରିଥିଲେ । ସେ କହିଛନ୍ତି ଯେ, "ସର୍ବେକ୍ଷଣ ମୋ ସପକ୍ଷରେ ଅଛି । ମୁଁ ମଧ୍ୟ ଟିକେଟ୍ ପାଇଁ ଆବେଦନ କରିଥିଲି, କିନ୍ତୁ ମୋତେ ଟିକେଟ୍ ଦିଆଯାଇନଥିଲା । ସେ କହିଛନ୍ତି ମୁଁ ଏ ବିଷୟରେ ସିଏମ ଚନ୍ନିଙ୍କ ସହ ମଧ୍ୟ କଥା ହୋଇଛି । ଏହା ପରେ ତାଙ୍କ ଫଟୋ ମଧ୍ୟ ମୋ ବୋର୍ଡରେ ଲଗାଇ ରଖିଛି ।"

ଏଠାରେ କହି ରଖୁଛୁ ଯେ, ମନୋହର ସିଂ ପଞ୍ଜାବ ସ୍ୱାସ୍ଥ୍ୟ ବିଭାଗର ଜଣେ ସରକାରୀ ଡାକ୍ତର ଥିଲେ । ତାଙ୍କ ନିଯୁକ୍ତି ଖରଡ଼ ସିଭିଲ ହସ୍ପିଟାଲରେ ସିନିୟର ମେଡିକାଲ ଅଫିସର ପଦରେ ଥିଲା । ସେ ଏକ ମାସ ପୂର୍ବରୁ ଏହି ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ସେ ବସ୍ସି ପଠାନା ଯାଇ ସକ୍ରିୟ ହୋଇଗଲେ । ସେଠାରେ ଅଫିସ୍ ଖୋଲି ସେ ଲୋକମାନଙ୍କୁ ଭେଟିବା ମଧ୍ୟ ଆରମ୍ଭ କଲେ । ଏହି ଆସନ ହେଉଛି ଏସସି ରିଜର୍ଭ ।

ବସ୍ସି ପଠାନାରୁ ସିଏମ ଚନ୍ନିଙ୍କ ଭାଇ ସକ୍ରିୟ ହେବା ପରେ ଏହି ମାମଲା ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଦ୍ଧୁଙ୍କ ନିକଟରେ ମଧ୍ୟ ପହଞ୍ଚିଛି । ଏହା ପରେ ସିଦ୍ଧୁ ସେଠାକାର ବର୍ତ୍ତମାନର କଂଗ୍ରେସ ବିଧାୟକ ଗୁରୁପ୍ରୀତ ଜିପି ସପକ୍ଷରେ ରାଲି କରିବାକୁ ଯାଇଥିଲେ । ସେଠାରେ ସେ କହିଛନ୍ତି ଯେ ଜିପି ସେଠାରୁ ପ୍ରାର୍ଥୀ ହେବେ । ପ୍ରାର୍ଥୀ ଘୋଷଣା ସମୟରେ ସିଦ୍ଧୁ ଜିପିକୁ ମଧ୍ୟ ସମର୍ଥନ କରିଥିଲେ ।

ଏହା ବି ପଢ଼ନ୍ତୁ:-ଜେଡିୟୁକୁ ଧମକ ଦେଲା ବିଜେପି, ଜାଣନ୍ତୁ ପୂରା ମାମଲା

ଏହା ବି ପଢ଼ନ୍ତୁ:-ଭଲ ଖବର: ଗତକାଲି ତୁଳନାରେ ଆଜି ୨୦ ହଜାର ମାମଲା ହ୍ରାସ, ଆଖି ବୁଜିଲେ ୩୧୦ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ଖୁସି ଖବର! ପୁଣି ଶସ୍ତା ହେଲା ଖାଇବା ତେଲ, ୨୨ ଟଙ୍କା ପର୍ଯ୍ୟନ୍ତ ତଳକୁ ଖସିଲା ଦର, ଜାଣନ୍ତୁ ନୂଆ ରେଟ୍

ଗତ ବର୍ଷ କୋରୋନା ମହାମାରୀ ସମୟରେ ଡକ୍ଟର ମନୋହର ବସ୍ସି ପଠାନାରେ ଗତିବିଧି ଆରମ୍ଭ କରିଥିଲେ । ନନ୍ଦପୁର କାଲୁରର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୋଷ୍ଟ କରିବା ସମୟରେ ସେ ଲୋକମାନଙ୍କ ମଧ୍ୟରେ ଖୁବ୍ ପ୍ରସିଦ୍ଧ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନର କଂଗ୍ରେସ ବିଧାୟକ ଗୁରୁପ୍ରୀତ ଜିପି ତାଙ୍କୁ ଟ୍ରାନ୍ସଫର କରିଦେଇଥିଲେ । ଡକ୍ଟର ମନୋହର ଆନାସ୍ଥେସିଆରେ ସ୍ନାତକୋତ୍ତର, ସାମ୍ବାଦିକତାରେ ଏମଏ ଏବଂ ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଆଇନ ସ୍ନାତକ ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ଏହି ପ୍ରସଙ୍ଗରେ ଗୋଟିଏ ପରିବାର-ଗୋଟିଏ ଟିକେଟ୍ ଫର୍ମୁଲା ପାଇଁ କଂଗ୍ରେସ ଯୁକ୍ତି କରୁଛି । କଂଗ୍ରେସ ଶ୍ରୀ ଚମକୌର ସାହେବରୁ ସିଏମ୍ ଚରଣଜିତ୍ ଚନ୍ନିଙ୍କୁ ଟିକେଟ୍ ଦେଇଛି । ଏହି ଟିକେଟ୍ ପରେ ତାଙ୍କ ପରିବାରର ଅନ୍ୟ କାହାକୁ ଦିଆଯାଇପାରିବ ନାହିଁ । ଏହି କାରଣରୁ କଂଗ୍ରେସ ଡକ୍ଟର ମନୋହରଙ୍କୁ ଟିକେଟ୍ ଦେଇନଥିଲା ।