Healthy Food:


COMMERCIAL BREAK
SCROLL TO CONTINUE READING

କୁହାଯାଏ ଯେ ଚିକେନ୍ ମଟନ୍ ଶୀରରକୁ ଅଧିକ ଶକ୍ତିଶାଳୀ କରେ । କିନ୍ତୁ ଏମିତି ଅନେକ ଭେଜ୍ ଖାଦ୍ୟ ଅଛି ଯାହା ଶରୀର ପାଇଁ ଆବଶ୍ୟକ କରୁଥିବା ସମସ୍ତ ପୋଷକ ତତ୍ତ୍ବ ଯୋଗାଇଥାଏ । କୌଣସି ବୟସରେ ମଧ୍ୟ ଏହାକୁ ଖାଇବା ଦ୍ବାରା ଶରୀର ଶକ୍ତିଶାଳୀ ହୋଇଥାଏ ।


୩୦ ପରେ ଶକ୍ତି ଯୋଗାଇବ ଏହି ଖାଦ୍ୟ


୩୦ ବର୍ଷ ପରେ ଶରୀର ଦୁର୍ବଳ ହେବାକୁ ଲାଗେ । ଏହାସହ ଡ଼ାଏବେଟିଜ ଏବଂ ବିପି ଭଳି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାର ଆଶଙ୍କା ବଢ଼ିଯାଏ । ଏହି ବୟସରେ ଦାୟିତ୍ତ୍ବ ଅଧିକ ଥାଏ । ଯେଉଁଥିପାଇଁ ସୁସ୍ଥ ରହିବା ନିହାତି ଆବଶ୍ୟକ । ଏଥିପାଇଁ ଆପଣଙ୍କୁ ପ୍ରୋଟିନ୍, କ୍ୟାଲସିୟମ, ଆଇରନ, ଭିଟାମିନ ଏବଂ ଅନ୍ୟ ମିନେରାଲରେ ପରିପୂର୍ଣ୍ଣ ଖାଦ୍ୟ ପଦାର୍ଥର ଅଧିକ ଆବଶ୍ୟକତା ରହିଛି । ଯାହା ଭଜା ବୁଟରେ ରହିଛି ।


କ୍ୟାଲସିୟମ ଯୁକ୍ତ ଖାଦ୍ୟ


୩୦ ପରେ ଶରୀରରେ ଥିବା ହାଡ଼ ଦୁର୍ବଳ ହେବାକୁ ଲାଗେ । ତେଣୁ କ୍ୟାଲସିୟମ ଏବଂ ଭିଟାମିନ୍ ଡ଼ି ଯୁକ୍ତ ଯଥା, କ୍ଷୀର, ଦହି, ପନୀର, ବାଦାମ, କ୍ୟାଲସିୟମ ଯୁକ୍ତ ସବୁଜ ପରିବା ଅଧିକ ଖାଇବା ଉଚିତ୍ ।


ଆଣ୍ଟିଅକ୍ସିଡ଼େଣ୍ଟ ଯୁକ୍ତ ଖାଦ୍ୟ


ଫ୍ରି ରେଡ଼ିକଲ୍ସ ତ୍ବଚାକୁ ଦୁର୍ବଳ କରେ । ଫଳରେ ଆପଣ ବୟସ୍କ ଲାଗନ୍ତି । ତଷରୁ ଏଥିରୁ ମୁକ୍ତି ପାଇବା ପାଇଁ ଖାଦ୍ୟରେ ଆଣ୍ଟିଅକ୍ସିଡ଼େଣ୍ଡ ଯୁକ୍ତ ଖାଦ୍ୟ ଯେମିତି ବ୍ଲାକ ଟି, କଫି, ବେରିଜ, ବ୍ଲୁ ବେରି, ବ୍ରାଉନ ରାଇସ ସାମିଲ କରନ୍ତୁ ।


ଭଲ ନିଦ ହେବା ପାଇଁ ଖାଦ୍ୟ


ଏମିତି ଖାଦ୍ୟ ଖାଆନ୍ତୁ ଯାହାଦ୍ବାରା ଆପଣଙ୍କୁ ଭଲ ନିଦ ହେବ । ଭଲ ସ୍ବାସ୍ଥ୍ୟ ପାଇଁ ଭଲ ନିଦ ଆବଶ୍ୟକ । ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଅନ୍ତୁ । ବାଦାମ ଏବଂ ଅଖରୋଟ ଭଳି ଖାଦ୍ୟ ଖାଆନ୍ତୁ ।


ବିପି କଣ୍ଟ୍ରୋଲ ପାଇଁ ଖାଦ୍ୟ


ଏହି ବୟସରେ ରକ୍ତଚାପ ବଢ଼ିବାର ଅଧିକ ସମ୍ଭାବନା ଥାଏ । ଯାହାଦ୍ବାରା ଭୟଙ୍କର କ୍ଷତି ମଧ୍ୟ ହୋଇପାରେ । ଏଥିପାଇଁ ଖାଦ୍ୟରେ ଏମିତି ଜିନିଷ ସାମିଲ କରନ୍ତୁ ଯେଉଁଥିରେ ପୋଟାସିୟମର ମାତ୍ରା ଅଧିକ ଥିବ । ଯେମିତି ଆଳୁ, ଟମାଟୋ ଏବଂ ବିନ୍ସ ।


ଫାଇବର ଯୁକ୍ତ ଖାଦ୍ୟ


ହଜମ ଶକ୍ତି ବଢ଼ାଇବା ପାଇଁ ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ । ଖାଦ୍ୟ ହଜମ ନହେଲେ ଅନେକ ସମସ୍ୟା ହୁଏ । ତେଣୁ ଫଳ, ପନି ପରିବା ଏବଂ ଶସ୍ୟ ଜାତୀୟ ଖାଦ୍ୟ ଖାଆନ୍ତୁ ।


ଓମେଗା-୩ ଫ୍ୟାଟି ଏସିଡ଼୍ ଯୁକ୍ତ ଖାଦ୍ୟ


ଓମେଗା-୩ ଫ୍ୟାଟି ଏସିଡ଼୍ ହୃଦୟ ସୁସ୍ଥ ରଖିବା ଏବଂ ହୃଦରୋଗ ଆଶଙ୍କା କମ୍ କରେ । ଏଥିପାଇଁ ଖାଦ୍ୟରେ ଅଖରୋଟ, ବାଦାମ, ଚିଆ ସିଡ଼ସ୍ ଆାଦି ସାମିଲ କରନ୍ତୁ ।