Puri News: ଶ୍ରୀକ୍ଷେତ୍ରରେ ରବିବାର ଶେଷ ହୋଇଛି ଦେବସ୍ନାନ ପୂର୍ଣ୍ଣିମା (Deba Snana Purnima 2023)। ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁଦ୍ଧାମୂର୍ତ୍ତୀ । ସ୍ନାନଯାତ୍ରା (Deba Snana Purnima 2023) ପରେ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅତ୍ୟଧିକ ସ୍ନାନ ହେତୁ ଶ୍ରୀବିଗ୍ରହମାନେ (Lord Jagannath)ବର୍ତ୍ତମାନ ଜ୍ବରରେ ପୀଡିତ ହୋଇଛନ୍ତି । ୧୫ ଦିନ ଧରି ଚାଲିବ ଅନବସର ଗୁପ୍ତ ନୀତି ।  ତେଣୁ ଶ୍ରୀମନ୍ଦିର ରତ୍ନ ସିଂହାସନରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ। ତେଣୁ ଏହି ସମୟରେ, ପଟିଦିଅଁ ଦର୍ଶନ ବ୍ୟବସ୍ଥା ଥିବା ବେଳେ ମହାପ୍ରଭୁଙ୍କ ପହଣ୍ଡି ନୀତି ଶେଷ ହେବା ପରେ ପଟିଦିଅଁଙ୍କୁ ବିଜେ କରାଯାଇଛି । ଭକ୍ତମାନେ ଏହି ସମୟରେ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି । ଆଜିଠାରୁ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି । 


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ :  Horoscope Today 5 june 2023: ଆଜି ଏହି ୪ ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର?


ଏହାବି ପଢନ୍ତୁ : Morning Tips: ବିଛଣା ଛାଡିବା ପରେ କରନ୍ତୁ ଏହି ୫ଟି କାମ, ଜୀବନରେ ଦୂର ହେବ ଦୁଃଖକଷ୍ଟ, ଧନ ଢାଳିବେ ମାଆ ଲକ୍ଷ୍ମୀ !


ଆଜି ଭୋରୁ ଶ୍ରୀଅଲାରନାଥଙ୍କ ମନ୍ଦିର ଦ୍ୱାରଫିଟା ପରେ ମଙ୍ଗଳଆରତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ୱାରପାଳ ପୂଜା, ସ୍ୱୂର୍ଯ୍ୟ ପୂଜା ଶେଷ ହୋଇଛି। ବିଶ୍ବାସ ରହିଛି ଯେ, ଏହି ମହାପ୍ରଭୁଙ୍କ ଅଣସର ସମୟରେ ଅଲରାନାଥଙ୍କୁ ଦର୍ଶନ କଲେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ସମ ପୂଣ୍ୟ ମିଳେ। ଏଥିପାଇଁ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଆଜି ଦେଥିବାକୁ ମିଳିଥିଲା। ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂର୍ଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । ସେପଟେ, ଅଲାରନାଥରେ ଆଜିଠୁ ଭକ୍ତଙ୍କ ଭିଡ ଦିର୍ଘ ୧୫ ଦିନ ଧରି ଲାଗିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।



ପୌରାଣିତ ମତ:


ଅନବସର ଅର୍ଥାତ ନ ଅବସର ବା ଅଣସର। ଦେବସ୍ନାନ ପୂର୍ଣ୍ଣମୀରେ ଶ୍ରୀଜୀଉ ୧୦୮ ଗରା ଜଳରେ ମହାସ୍ନାନ ପରେ ୧୪ ଦିନ ଧରି ଜ୍ୱରରେ ପଡିଥାନ୍ତି। ଶ୍ରୀବିଗ୍ରହ ଭକ୍ତମାନଙ୍କୁ ଦର୍ଶନ ନ ଦେଇ ଗୁପ୍ତସେବା ପାଇଥାନ୍ତି। ଠାକୁରଙ୍କୁ ନ ପାଇ ଭକ୍ତମାନଙ୍କ ଏହି କଷ୍ଟକୁ ଲାଘବ କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ଅଲାରନାଥ ରୂପରେ ଦର୍ଶନ ଦେଇଥାନ୍ତି। ଏହି ସବୁଦିନ ଅଲାରନାଥ ପୀଠ ପାଲଟିଯାଏ ଦ୍ୱିତୀୟ ଶ୍ରୀକ୍ଷେତ୍ର। ଅଲାରନାଥଙ୍କ ଦର୍ଶନ କରି ଭକ୍ତମାନେ ଜଗନ୍ନାଥ ଦର୍ଶନର ଫଳପ୍ରାପ୍ତି ପାଇଥାନ୍ତି। ଏହି ଅଣସର ସମୟରେ ଶ୍ରୀମନ୍ଦିର ସମ ମହାପ୍ରସାଦ ଅଲାରନାଥ ପୀଠରୁ ମିଳିଥାଏ। ଅଲାରନାଥଙ୍କ ପ୍ରିୟ ଭୋଗ ଖିରି ପ୍ରସାଦ ଆନନ୍ଦ ବଜାରରୁ ମିଳିଥାଏ। ମହାପ୍ରଭୁ ଅଲାରନାଥଙ୍କ ପ୍ରିୟ ଭୋଗ ଖିରିକୁ ନେଇ କିମ୍ବଦନ୍ତୀ ଏବଂ କପିଳ ସଂହିତାରେ ଆଉ ଏକ ବର୍ଣ୍ଣନା ରହିଛି। ଉପନୟନ ଓ ମନ୍ତ୍ର ଶିଖି ନ ଥିବା ୫ ବର୍ଷର ବାଳକ ହାତରୁ ଖିରି ଖାଇ ଅଲାରନାଥ ନିଜେ ପ୍ରମାଣ କରିଦେଇଛନ୍ତି ଭକ୍ତ ମନରେ ଭାବ ଥିଲେ ମନ୍ତ୍ର ଉପଚାରର ଆବଶ୍ୟକତା ନାହିଁ। ଯୁଗେ ଯୁଗେ ଏହାର ପ୍ରମାଣ ଦେବା ପାଇଁ ଏବେ ବି ମହାପ୍ରଭୁଙ୍କ ଦେହରେ ଫୋଟକା ଦାଗ ରହିଛି। ଏହି ବ୍ରାହ୍ମଣ ପରିବାରର ନାମ ଅନୁଯାୟୀ ମହାପ୍ରଭୁ ଅଲାରନାଥ ହେବାର ପ୍ରମାଣ ଅଛି।



ସେପଟେ, ରଥ ଯାତ୍ରା (rath yatra 2023) ନେଇ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି। ଜୁନ୍‌‌ ୨୦ରେ ରଥଯାତ୍ରା ଅନୁଷ୍ଠିତ ହେବ। ସେହିଦିନ ସକାଳ ୯ଟାରେ ତିନିରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢେ ୯ଟାରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି। ଅପରାହ୍ନ ୧ଟା ସୁଦ୍ଧା ଦାରୁବିଗ୍ରହମାନେ ରଥାରୁଢ ହେବା ପରେ ମଦନମୋହନ ବିଜେ କରିବେ। ଚିତା ଲାଗି ପରେ ବେଶ ଶେଷ ହେବ। ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଶେଷ ହେବା ପରେ ଚାରମାଳ ଫିଟାଯାଇ ଘୋଡା ଓ ସାରଥି ଲାଗିବେ। ଏହାପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି। ସେହିପରି ବୈଠକରେ ଜୁନ୍‌‌ ୨୮ ତାରିଖ ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ ହୋଇଛି। ୨୯ ତାରିଖ ଅପରାହ୍ନ ୫ଟାରୁ ସନ୍ଧ୍ୟା ସାଢେ ୬ଟା ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ୩୦ ତାରିଖ ରାତି ୮ଟାରେ ଅଧରପଣା ନୀତି ସମ୍ପନ୍ନ ହେବ। ଜୁଲାଇ ୧ ତାରିଖରେ ମହାପ୍ରଭୁ ନୀଳାଦ୍ରିବିଜେ ଅର୍ଥାତ୍‌‌ ରତ୍ନସିଂହାସନକୁ ବିଜେ କରିବେ ବୋଲି ନୀତି ଚୂଡ଼ାନ୍ତ ହୋଇଛି।