Horoscope Today 5 june 2023: ଆଜି ଏହି ୪ ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର?
Advertisement
Article Detail0/zeeodisha/odisha1724745

Horoscope Today 5 june 2023: ଆଜି ଏହି ୪ ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର?

Horoscope Today 5 june 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁନ୍ ୫ ହେଉଛି ସୋମବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

Horoscope Today 5 june 2023: ଆଜି ଏହି ୪ ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର?

Horoscope Today 5 june 2023: ମେଷ ରାଶି:- କାର୍ଯ୍ୟକ୍ଷେତ୍ରରେ ଢେର ଉନ୍ନତି ଘଟିବ । ସୁଖ-ଦୁଃଖରେ ବନ୍ଧୁ ସହାୟତା ପାଇବେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ମନ, ପ୍ରାଣ ଢାଳି ଦେଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ସହାୟତା ଓ ପରାମର୍ଶରେ ଆଗକୁ ବଢିବେ । 

ବୃଷ ରାଶି:- ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ । ଭାଇମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳବାନ ହେବେ । ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ । 

ମିଥୁନ ରାଶି:- ଉଚ୍ଚଆଶା ଫଳବତୀ ହେବ । ରୋଜଗାର ଆଶନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ମଧୁରଭାଷୀ ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ ।   

Also Read: Morning tips: ସକାଳୁ ଦେଖିଲେ ଏହି ୫ଟି ଜିନିଷ, କେବେ ବି ପାଖ ମାଡ଼ିବନି ଦାରିଦ୍ରତା

Also Read: Summer Fruits: ଖରାଦିନେ ଖାଆନ୍ତୁ ଏହି ୫ଟି ଫଳ, ରହିବେ ଫିଟ୍ ଆଣ୍ତ ଫାଇନ୍

କର୍କଟ ରାଶି:- ମୁଣ୍ଡବିନ୍ଧା, ଉଦର ପୀଡା ଭଳି ଅସୁସ୍ଥତା ଦେଖାଦେବ । କୌଣସି ବି କାର୍ଯ୍ୟ ଠିକ୍ ଭାବେ ତୁଳାଇପାରିବେ ନାହିଁ । ଧାର କରଜ କରିପାରନ୍ତି । ଶତ୍ରୁ ବୃଦ୍ଧି ପାଇବେ । ପୂର୍ବ ବିବାଦ ଜଟିଳତା ଆଡକୁ ଅଗ୍ରସର ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।  

ସିଂହ ରାଶି:- ବ୍ୟବସାୟ ଲାଭଜନକ ହେବ । ପରିଶ୍ରମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍ ହୋଇପାରନ୍ତି । ମଧୁରଭାଷୀ ହେବେ । ଥଣ୍ଡା-କଫ ଜନିତ ପୀଡା ଅନୁଭବ କରିବେ । ପ୍ରେମୀ ଓ ସାହସୀ ହୋଇପାରନ୍ତି ।       

କନ୍ୟା ରାଶି:- ବ୍ୟକ୍ତି ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କରି ପ୍ରଚୁର ଧନ ଅର୍ଜନ କରିବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ପାଇବେ । ସର୍ବସୁଖ ଲାଭ କରିପାରନ୍ତି । ପୁନର୍ବସୁ କ୍ଷେତ୍ରରେ ସାମାନ୍ୟ ଶୁଭଫଳ ।

ତୁଳା ରାଶି:-  ଜ୍ଞାନ ଗରିମାଯୁକ୍ତ ହେବେ । ସାହସୀ ହେବେ । ଗୁପ୍ତ ବିଦ୍ୟାରେ ରୁଚି ରହିବ । ରାଜନୀତି ଆଡକୁ ମନ ବଳାଇ ପାରନ୍ତି । କାର୍ଯ୍ୟରେ ବାଧା ଉପୁଜି ପାରେ । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ । 

ବିଛା ରାଶି:- କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟ ଲାଭଜନକ ହେବ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧମାତ୍ମ, ପ୍ରବାସର୍ପ୍ରି ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହେବେ । 

ଧନୁ ରାଶି:- ନୂତନ ଜମି କ୍ରୟ କରିବାର ସୁଯୋଗ ଅଛି । ବେଳେ ବେଳେ ଉଦାସ ମନୋଭାବ ପୋଷଣ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । 

ମକର ରାଶି:- ସାମୂହିକ କାର୍ଯ୍ୟରେ ଆଗେଇବେ । ସମ୍ମାନିତ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି । ମଧୁରଭାଷା ବ୍ୟବହାର କରି ଅନୁସରଣକାରୀଙ୍କୁ ଉତ୍ସାହିତ କରିବେ । ପ୍ରେମୀ ଓ ସାହସୀ ହେବେ । ସାନ ଭାଇଙ୍କଠାରୁ ଆଦର ମିଳିବ । 

କୁମ୍ଭ ରାଶି:- ଗୃହ ଉପକରଣ ସଂଗ୍ରହ କରିପାରନ୍ତି । ସମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । ଈର୍ଷା ପରାୟଣ ହୋଇପାରନ୍ତି । ସତର୍କରେ ଚଳିବାକୁ ପଡିବ । 

ମୀନ ରାଶି:- ଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ଏକ ପତ୍ନୀ ବ୍ରତଧାରୀ ହେବେ । ମିତ୍ର ସୁଖ ଲାଭ କରିପାରନ୍ତି । ବ୍ୟବସାୟରୁ ଅଧିକ ଧନଲାଭ ହେବ । ସୁଖୀ ହେବେ ।