Bahuda Yatra 2023: ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଆସନ୍ତାକାଲି ବାହୁଡ଼ା ଯାତ୍ରା (Bahuda Yatra 2023)। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଚତୁର୍ଦ୍ଧାମୂରତି(lord jagannath) । ଶ୍ରୀବିଗ୍ରହମାନଙ୍କର ଫେରନ୍ତା ଯାତ୍ରାକୁ ବାହୁଡା଼ ବା ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ । ଆଶାଢ ଶୁକ୍ଳ ପକ୍ଷ ଦଶମି ତିଥିରେ ଏହି ବାହୁଡା ଯାତ୍ରା (Bahuda Yatra) ଅନୁଷ୍ଠିତ ହୋଇଥାଏ । ଏନେଇ ପ୍ରସ୍ତୁତି ପର୍ବ ଜୋରଦାର ଚାଲିଛି।  ଆଜି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ସନ୍ଧ୍ୟା ଦର୍ଶନ ରହିଛି । ବାହୁଡ଼ା ପାଇଁ ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ ରହିବ । ସେହିପରି ଭକ୍ତମାନେ ଆଜି ଅନ୍ତିମ ଥର ଆଡପ ଅଭଢା ମଧ୍ୟ ପାଇବେ।  ବାହୁଡା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଗମନାଗମନ ପାଇଁ ଯେଉଁଭଳି ବ୍ୟବସ୍ଥା ହୋଇଥିଲା ବାହୁଡ଼ାଯାତ୍ରାରେ ମଧ୍ୟ ସମାନ ବ୍ୟବସ୍ଥା ଆପଣାଇବା ସହ ଗୁରୁବାର ସୁନାବେଶ ପାଇଁ ମଧ୍ୟ ବିଶେଷ ପ୍ରସ୍ତୁତି କରାଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

Also Read: Sourin Bhatt: ସୌରିନଙ୍କୁ ଘାରିଛି ଗିରଫ ଭୟ! ଆଇନର ଜାଲରୁ ମୁକୁଳିବା ପାଇଁ କଲେ ଏଭଳି କାମ


Also Read: Horoscope Today 27 June 2023: ଆଜି ଏହି ୪ଟି ରାଶି ଉପରେ ହେବ ଧନର ବର୍ଷା, ଏହି ୨ଟି ରାଶି ପାଇଁ ବିପଦ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?


ବାହୁଡା ଯାତ୍ରାରେ ମାଉସୀ ମା’ଙ୍କ ପୋଡ ପିଠା ଖାଇଥାନ୍ତି ମହାପ୍ରଭୁ । ଏନେଇ ବଳଗଣ୍ଡି ଛକ ନିକଟରେ ଥିବା ମା’ ଅର୍ଧେଶୋଷଣୀ ମାଉସୀ ମା’ଙ୍କ ମନ୍ଦିରରେ ଚାଲିଛି ପୋଡ ପିଠା ପ୍ରସ୍ତୁତି । ରଥ ବାହୁଡିକି ଯାଉଥିବା ବେଳେ ପୋଡ ପିଠାକୁ ମାଉସୀମାଆଙ୍କ ପୂଜକ ପୂଜାପଣ୍ଡା ସାଆନ୍ତଙ୍କୁ ଦେବା ପରେ ଭୋଗ କରାଯାଇଥାଏ । ସେଇଥିପାଇଁ ସ୍ୱତନ୍ତ୍ର ଭାବେ ପୋଡ ପିଠା ତିଆରି ଚାଲିଛି । କାଳିଆ ଠାକୁରଙ୍କ ନବଦିନାତ୍ମକ ରଥଯାତ୍ରା ଅବସରରେ ବାହୁଡାରେ ତିନି ଠାକୁର ରଥ ଉପରେ ପୋଡପିଠା ଭୋଗ କରିବାର ପରମ୍ପରା ରହିଛି । ୨୯ ତାରିଖରେ ରଥ ଉପରେ ହେବ ଶ୍ରୀଜିଉଙ୍କୁ ସୁନାବେଶ । ୩୦ ତାରିଖରେ ଅଧରପଣା ଓ ୧ ତାରିଖରେ ନୀଳଦ୍ରି ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।


ବାହୁଡା ଯାତ୍ରାକୁ ନେଇ କିଛି ପୌରାଣିତ କଥା:


ବାହୁଡ଼ା ଯାତ୍ରା ପୂର୍ବରୁ ଅଷ୍ଟମୀ ଦିନ ଶରଧାବାଲିଠାରେ ରଖାଯାଇଥିବା ତିନୋଟି ଯାକ ରଥକୁ ଦକ୍ଷିଣମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ । ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ପାରମ୍ପରିକ ରୀତିମତେ ଲକ୍ଷ୍ମୀ-ନାରାୟଣ ଭେଟ କରାଯାଇଥାଏ । ସମ୍ପୂର୍ଣ୍ଣ ଯାତ୍ରାକୁ ତିନୋଟି ଅଙ୍ଗ ରୂପେ ଧରାଯାଇଛି। ଏଥିମଧ୍ୟରୁ ରଥଯାତ୍ରା ଗୋଟିଏ ଅଙ୍ଗ, ଗୁଣ୍ଡିଚା ମଣ୍ଡପରେ ବାସ ଦ୍ୱିତୀୟ ଅଙ୍ଗ ଏବଂ ବାହୁଡା଼ ୟାତ୍ରା ପୂର୍ବକ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ ପର୍ଯ୍ୟନ୍ତ ତୃତୀୟ ଅଙ୍ଗ । ଶାସ୍ତ୍ରୀୟ ବର୍ଣ୍ଣନାନୁସାରେ ରଥଯାତ୍ରା ସମୟରେ ପ୍ରଭୁମାନେ ଉତ୍ତରାଭିମୁଖି ହୋଇ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ। ବାହୁଡା଼ ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳିଥାଏ। ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ ।