Rath Yatra 2023: ଗୁଣ୍ତିଚା ମନ୍ଦିରରେ (Gundicha Temple) ମଙ୍ଗଳ ଆଳତି ନୀତି (Mangala Alati) ବିଳମ୍ବ ହୋଇଛି । ଖାଲି ଏତିକି ନୁହେଁ, ରଥଯାତ୍ରାଠାରୁ ଆରମ୍ଭ କରି ହେରାପଞ୍ଚମୀର ନୀତି ଓ ଦୁଇ ଦିନ ହେବ ପହୁଡ଼ ନୀତି ହୋଇପାରିନି । ପହୁଡ଼ ନୀତି ହୋଇନଥିବାରୁ ମହାପ୍ରଭୁ ଅନିଦ୍ରା ଥିବା କୁହାଯାଉଛି । ସେପଟେ ନୀତିକାନ୍ତିରେ ବିଳମ୍ବ ଯୋଗୁଁ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ସୂଚନା ଥାଉ କି, ରଥଯାତ୍ରା (Rath Yatra 2023) ପରଠାରୁ ଶ୍ରୀ ଗୁଣ୍ତିଚା ମନ୍ଦିର ସମ୍ମୁଖରେ ଉତ୍ତରମୁହାଁ ହୋଇ ଅଟକି ଥିବା ତିନି ରଥ ଆଜି ଦକ୍ଷିଣ ମୋଡ଼ ନେବେ । ଏହାପରେ ନାକଟଣା ଦ୍ବାରସ୍ଥିତ ଶରଧାବାଲିରେ ବିଜେ କରିବେ ।


COMMERCIAL BREAK
SCROLL TO CONTINUE READING

ବାହୁଡ଼ା ଯାତ୍ରା (Bahuda yatra 2023) ପୂର୍ବ ପ୍ରସ୍ତୁତି ସ୍ବରୂପ ତିନି ରଥକୁ ଦକ୍ଷିଣ ମୋଡ଼ ଦେଇ ସୁସଜ୍ଜିତ କରି ରଖାଯିବ। ପରମ୍ପରା ଅନୁଯାୟୀ, ପ୍ରଥମେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯିବ । ଏହାପରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ଓ ଶେଷରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୁହାଁ କରାଯିବ। ଦକ୍ଷିଣ ମୋଡ଼ ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ଭୋର ୪ଟାରେ ଦ୍ବାର ଫିଟା, ସାଢେ ୪ଟାରେ ଭିତରଶୋଧ, ୫ଟାରେ ମଙ୍ଗଳ ଆଳତି, ସାଢେ ୫ଟାରେ ମଇଲମ-ତଡ଼ପଲାଗି, ୬ଟାରେ ଅବକାଶ ନୀତି ଅନୁଷ୍ଠିତ ହେବାର ଥିଲା । ତେବେ ଭୋର ୫ଟାରେ ହେବାକୁ ଥିବା ମଙ୍ଗଳ ଆଳତି ନୀତିରେ ବିଳମ୍ବ ହୋଇଥିବାରୁ ଅନ୍ୟ ସବୁ ନୀତି ମଧ୍ଯ ବିଳମ୍ବ ହୋଇଛି । ପ୍ରକାଶ ଥାଉ କି, ଶନିବାର ଦିନ ହେରାପଞ୍ଚମୀ ଅବସରରେ ୫ଟା ୪୦ ମିନିଟରେ ମା ଲକ୍ଷ୍ମୀ ଗୁଣ୍ତିଚା ମନ୍ଦିରରେ ଆଜ୍ଞାମାଳ ପାଇ ଶ୍ରୀ ମନ୍ଦିର ଅଭିମୁଖେ ବାହାରିଥିଲେ । ତେବେ ହେରାପଞ୍ଚମୀ ନୀତିରେ ବିଳମ୍ବ ଯୋଗୁଁ ମଙ୍ଗଳ ଆଳତି ନୀତିରେ ବିଳମ୍ବ ହୋଇଛି । ତେବେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ଯୋଗୁଁ ଭକ୍ତଙ୍କ ଗ୍ରହଣରେ ଅସନ୍ତୋଷ ଦେଖାଦେଇଛି ।


Also Read-Rath Yatra 2023: ଏହି ଦିନ ଆଡ଼ପ ମଣ୍ତପରେ ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ


ପ୍ରକାଶ ଥାଉ କି, ଆସନ୍ତା ୨୭ ତାରିଖରେ ସନ୍ଧ୍ୟା ଦର୍ଶନ ସକାଳ ୭ଟାରୁ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଚାଲିବ। ଅପରାହ୍ନ ୫ଟା ପରେ ବାହୁଡ଼ା ଯାତ୍ରାର (Bahuda yatra 2023) ପ୍ରସ୍ତୁତି ଲାଗି ଶୀଘ୍ର ଦର୍ଶନ ବନ୍ଦ କରାଯିବ । ଏହାସହ ସେନାପଟା ଲାଗି, ଚାରମାଳ ବନ୍ଧା ଆଦି ନୀତି ସଂପନ୍ନ ହେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ପ୍ରତିବର୍ଷ ଆଡ଼ପ ମଣ୍ତପରେ ସନ୍ଧ୍ୟାରେ ଠାକୁରଙ୍କ ଦର୍ଶନ କରିବାର ବିଧି ରହିଛି । ଏଥିପାଇଁ ଆଡ଼ପ ମଣ୍ତପରେ ଶ୍ରୀଜିଉଙ୍କ ଏହି ଦର୍ଶନକୁ ‘ସନ୍ଧ୍ୟା ଦର୍ଶନ’ (Sandhya Darshan) ବୋଲି କୁହାଯାଏ । ଆସନ୍ତା ୨୭ ତାରିଖରେ ସନ୍ଧ୍ୟା ଦର୍ଶନ ପଡୁଛି । ସ୍କନ୍ଦ ପୁରାଣ ଅନୁଯାୟୀ, ତ୍ରିକାଳରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ତାହା ଗୋଟିଏ ଦିନ ଅର୍ଥାତ୍ ନବମୀ ସନ୍ଧ୍ୟା ଦର୍ଶନରୁ ହିଁ ମିଳିଥାଏ । ଏହି କାରଣରୁ ଭକ୍ତ ଏହି ସନ୍ଧ୍ୟା ଦର୍ଶନ କରିବା ଲାଗି କାହିଁ କେତେ ଦୂରରୁ ଧାଇଁ ଆସିଥାଆନ୍ତି । ବାହୁଡ଼ା ଯାତ୍ରା ପୂର୍ବରୁ ଭକ୍ତଙ୍କୁ ଆଡ଼ପ ମଣ୍ତପରେ (Adapa Mandap) ଶେଷ ଦର୍ଶନ ଭାବେ ସନ୍ଧ୍ୟା ଦର୍ଶନ ଦେଇ ମହାପ୍ରଭୁ ରଥରେ ପୁନର୍ବାର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । ତେବେ ପ୍ରତିବର୍ଷ ସନ୍ଧ୍ୟା ୭ଟାରୁ ୮ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ସନ୍ଧ୍ୟା ଦର୍ଶନ (Sandhya Darshan) କରିବାର ସୁଯୋଗ ମିଳିଥାଏ । କିନ୍ତୁ ଚଳିତ ବର୍ଷ ଶ୍ରୀଘ୍ର ଦର୍ଶନ ବନ୍ଦ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ । ତେବେ ସନ୍ଧ୍ୟା ପୂର୍ବରୁ ଏହି ଦର୍ଶନ ବନ୍ଦ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ।