ଜିଲ୍ଲାପାଳଙ୍କୁ ଲାଞ୍ଚ ଦେଇ ଭିଜେଲାନ୍ସ ହାତରେ ଧରା ପଡ଼ିଲେ ସିମେଣ୍ଟ ଉତ୍ପାଦକ କେନ୍ଦ୍ରର ଅଧିକାରୀ
Advertisement
Article Detail0/zeeodisha/odisha2426941

ଜିଲ୍ଲାପାଳଙ୍କୁ ଲାଞ୍ଚ ଦେଇ ଭିଜେଲାନ୍ସ ହାତରେ ଧରା ପଡ଼ିଲେ ସିମେଣ୍ଟ ଉତ୍ପାଦକ କେନ୍ଦ୍ରର ଅଧିକାରୀ

Vigilance arrested: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପିଅନ ମିଠା ପ୍ୟାକେଟ ଖୋଲିଥିଲେ ଏବଂ ସେଥିରେ ମିଠା ବଦଳରେ ଟଙ୍କା ଥିବା ଦେଖିଥିଲେ। 

ଜିଲ୍ଲାପାଳଙ୍କୁ ଲାଞ୍ଚ ଦେଇ ଭିଜେଲାନ୍ସ ହାତରେ ଧରା ପଡ଼ିଲେ ସିମେଣ୍ଟ ଉତ୍ପାଦକ କେନ୍ଦ୍ରର ଅଧିକାରୀ

ବରଗଡ଼: ମିଠା ପ୍ୟାକେଟ୍ ରେ ବରଗଡ଼ ଜିଲ୍ଲାପାଳଙ୍କୁ ଲାଞ୍ଚ ଦେଉଥିବା ବେଳେ ଭିଜେଲାନ୍ସ ହାତରେ ଧରା ପଡ଼ିଲେ ସିମେଣ୍ଟ ଉତ୍ପାଦକ କେନ୍ଦ୍ରର ଜଣେ ଅଧିକାରୀ। ବୁଧବାର ସନ୍ଧ୍ୟା ୫ଟା ସମୟରେ ଛତିଶଗଡ଼ ଅମ୍ବୁଜା ସିମେଣ୍ଟର ମୁଖ୍ୟ ଉତ୍ପାଦନ ଅଧିକାରୀ ରାମଭବ ଗଟ୍ଟୁ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ଫୁଲତୋଡ଼ା ଏବଂ ମିଠା ପ୍ୟାକେଟ୍‌ ଦେଇଥିଲେ। ହେଲେ ମିଠା ପ୍ୟାକେଟରେ ଟଙ୍କା ରଖିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପିଅନ ମିଠା ପ୍ୟାକେଟ ଖୋଲିଥିଲେ ଏବଂ ସେଥିରେ ମିଠା ବଦଳରେ ଟଙ୍କା ଥିବା ଦେଖିଥିଲେ। 

ପିଅନ ସେହି ମିଠା ପ୍ୟାକେଟ୍‌ ଖୋଲିବା ପରେ ୪ବଣ୍ଡେଲ ୫୦୦ ଟଙ୍କିଆ ନୋଟ୍‌ ୨ଲକ୍ଷ ଟଙ୍କା ବାହାରିଥିଲା ପରେ ଅଭିଯୁକ୍ତଙ୍କୁ କାର୍ଯ୍ୟାଳୟରେ ଅଟକ ରଖାଯାଇ ଭିଜିଲାନ୍ସକୁ ସେନେଇ ସୂଚନା ଦିଆଯାଇଥିଲା। ଭିଜିଲାନ୍ସ ଟିମ୍‌ ପହଞ୍ଚି ତାଙ୍କୁ ଗିରଫ କରିବା ସହିତ ଫୁଲତୋଡ଼ା ଏବଂ ୨ ଲକ୍ଷ ଟଙ୍କା ଜବତ କରିଛି।