Puri News: ଶନିବାର ମହାପ୍ରଭୁଙ୍କ (lord Jagannatha)ହରିଶୟନ ନିତିକୁ ଆଳ କରି ନିତି(Harisayan Niti) ରେ ଚରମ ବିଶୃଙ୍ଖଳା ଦେଖାଦେଇଛି। ଆଜି ସକାଳ ୬ଟା ୨୦ମିନିଟରେ ପୂର୍ବରାତି ପହୁଡ ହୋଇଛନ୍ତି ମହାପ୍ରଭୁ(lord Jagannatha) । ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ପରେ ମଧ୍ୟ ନିତିକାନ୍ତିରେ ସୁଧାର ଆସିନାହିଁ। ରଥଯାତ୍ରା, ହେରାପଞ୍ଚମୀ ଆଦିରେ ନିତି ବିଭ୍ରାଟ ଭଳି ବନକଲାଗି(banakalagi niti) ଓ ହରିଶୟନ (Harisayan)ଏକାଦଶୀରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ନିତି ସୃଙ୍ଖଳିତ ହେଲେ ଦର୍ଶନ ବ୍ଯବସ୍ଥା ଆପଣା ଛାଏଁ ସୃଙ୍ଖଳିତ ହେବ। ମାତ୍ର ଏହା ଉପରେ ତିକ୍ଷ୍ଣ ନଜର ଦିଆଯାଉନଥିବା ଏଥିରୁ ସ୍ପଷ୍ଟ ବାରିହୋଇପଡୁଛି। ମନ୍ଦିର କମାଣ୍ଡର ଚାହିଁଲେ ନିତି ସୃଙ୍ଖଳିତ କରିପାରିବେ। ମାତ୍ର ସମନ୍ୱୟର ଅଭାବ ଯୋଗୁଁ କେହି କାହା କଥା ଶୁଣୁନଥିବା ଜଣାପଡୁଛି।


COMMERCIAL BREAK
SCROLL TO CONTINUE READING

 
ସବୁଠାରୁ ବିଡମ୍ବନାର ବିଷୟ ଆଜି ସକାଳ ୬ଟା ୨୦ରେ ପୂର୍ବ ରାତ୍ର ପହୁଡ ହୋଇଥିବା ବେଳେ ସକାଳ ୭ଟା ୨୦ରେ ଦ୍ୱାରଫିଟା ଓ ମଙ୍ଗଳଆଳତୀ ହୋଇ ଦର୍ଶନ ଆରମ୍ଭ ହୋଇଛି। ଫଳରେ ରାତିରୁ ଦର୍ଶନ ଲାଗି ଘଣ୍ଟାଘଣ୍ଟା ଧାଡିରେ ଛିଡା ହୋଇ ବହୁ କଷ୍ଟ ପାଇଛନ୍ତି ଭକ୍ତ। କୁନିକୁନି ପିଲାମାନେ ମଧ୍ୟ ଧାଡିରେ ବିପଦପୂର୍ଣ୍ଣ ଭାବେ ଲୁହା ବେରିକେଡ ଉପରେ ବସି ଅପେକ୍ଷା କରୁଥିବା ଦେଖିବାକୁ ମିଳିଥିବା ବେଳେ ମହିଳାମାନେ ଗହଳି ଭିତରେ ଠେଲାପେଲା ମଧ୍ୟରେ ତଳେ ଚକାମାଡି ଅପେକ୍ଷା କରିଥିଲେ। ଧାଡି ଲାଗିଥିଲା ପାଖାପାଖି ମରଚିକୋଟ ଛକ ପର୍ଯ୍ୟନ୍ତ। ନିତିରେ ଅହେତୁକ ବିଳମ୍ବ ଯୋଗୁଁ ପୁଲିସ ପାଖରେ ମଧ୍ୟ ବିକଳ୍ପ ନାହିଁ। ନିତି ଚାଲିଲେ ଭକ୍ତମାନଙ୍କ ଧାଡି ଚାଲିଥାଏ। ନିତିବନ୍ଦ ଥିଲେ ଗହଳି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଥାନ୍ତି ପୋଲିସ। ଏଣୁ ମହାପ୍ରଭୁଙ୍କ ନିତି ସୃଙ୍ଖଳିତ ସହିତ ଭକ୍ତଙ୍କ ଦର୍ଶନ ସୃଙ୍ଖଳିତ ହେବା ନିହାତି ଜରୁରୀ। ଘଣ୍ଟାଘଣ୍ଟା ଧରି ଦର୍ଶନ ବନ୍ଦ ନହେଲେ ଘହଳି ହେବା ସହିତ ଠେଲାପେଲା ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଯେପର୍ଯ୍ୟନ୍ତ ନିତି ସୃଙ୍ଖଳିତ ନହୋଇଛି ଗହଳି ବଢିବ ଆଉ ଏହାର ନିୟନ୍ତ୍ରଣ ନା ପୁଲିସ ସମାଧାନ କରି ପାରିବ ନା ଜିଲ୍ଲା ପ୍ରଶାସନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଜେ ନିତିସୃଙ୍ଖଳା ଉପରେ ଗୁରୁତ୍ୱ ଦେଇ ନିତି କିଭଳି ସୃଙ୍ଖଳିତ ହେବ ପଦକ୍ଷେପ ନିଅନ୍ତୁ ନଚେତ ଭକ୍ତ ଅସନ୍ତୋଷ ଦେଖାଦେବ ବୋଲି କୁହାଯାଉଛି। 



ସେପଟେ,ବନକଲାଗି ନୀତିକୁ ନେଇ ଶ୍ରୀ ମନ୍ଦିର ବିବାଦ ବଢିବାରେ ଲାଗିଛି । ମହାପ୍ରଭୁଙ୍କ ବନକଲାଗି ଲାଗି ନୀତିକୁ ନେଇ ଦତ୍ତ ମହାପାତ୍ର ଓ ଶ୍ରୀମନ୍ଦିର ପ୍ରସାଶନ ମଧ୍ଯରେ ଛିଡୁନି ବାଦ ବିବାଦ । ଯାହା ଫଳରେ ନୀଳାଦ୍ରି ବିଜେର ୨୮ ଦିନ ପରେ ବି ହୋଇପାରିନି ବିଶ୍ବ ନିୟନ୍ତାଙ୍କ ବନକଲାଗି । ମନଇଚ୍ଛା ସମୟ ଗଡାଇ ଚାଲିଛି ଦାୟିତ୍ବରେ ଥିବା ଦତ୍ତ ମହାପାତ୍ର ନିଯୋଗ । ଶେଷ ଥର ହେରାପଞ୍ଚମୀ ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି ହୋଇଥିଲା । ଏହାର ସମାଧାନ ଲାଗି ଶୁକ୍ରବାର ଦିନ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ସବ କମିଟି ବୈଠକ ଡ଼କାଯାଇଥିଲା । ତେବେ ଏହି ବୈଠକରେ ମଧ୍ଯ କୌଣସି ନିଷ୍କର୍ସ ବାହାରି ପାରିନଥିବା ବେଳେ ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।


ସୂଚନା ଅନୁଯାୟୀ, ବିଫଳ ହୋଇଛି ବନକଲାଗି ନୀତି ଲାଗି ବସିଥିବା ସବ କମିଟି ବୈଠକ । ତେବେ ଆସନ୍ତା ଅଗଷ୍ଟ ୧ ତାରିଖରେ ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ବନକଲାଗି ନୀତି ବିବାଦକୁ ନେଇ ନରମିଛି ଦତ୍ତ ମହାପାତ୍ର ନିଯୋଗ । ଆସନ୍ତା ବୁଧବାର ଦିନ ମହାପ୍ରଭୁଙ୍କ ବନକଲାଗି କରିବା ନେଇ ଦତ୍ତ ମହାପାତ୍ର ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ନିଯୋଗ ପକ୍ଷରୁ କୁହାଯାଇଛି ଯେ, ‘ଆମେ ବୁଧବାର ବନକଲାଗି କରିବାକୁ ନିଷ୍ପତ୍ତି ନେଇଛୁ, ଯଦି ଏହି ଦିନ ସମ୍ଭବ ନ ହେଲା, ଆମେ ଗୁରୁବାର ବନକଲାଗି କରିବୁ ବୋଲି ଶ୍ରୀ ଦାସ କହିଛନ୍ତି। ତେଣୁ ପରିଚାଳନା କମିଟି ବୈଠକର ଆବଶ୍ୟକତା ନାହିଁ ବୋଲି ଦତ୍ତ ମହାପାତ୍ର ନିଯୋଗ ପକ୍ଷରୁ କୁହାଯାଇଛି’ ।  ସେପଟେ ନୀତି ସବ କମିଟି ବୈଠକରେ ବାମଦେବ ସଂହିତା ଓ ରେକର୍ଡ଼୍ସ ଅଫ ରାଇଟସ୍ ଉପରେ ତର୍ଜମା କରାଯାଇଛି । ଅବହେଳା କରିଥିବା ସେବାୟତଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆ ଯିବ କି ନାହିଁ, ସେ ନେଇ ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିନାହାନ୍ତି । ଏମିତିକି କି ବିକଳ୍ପ କଥାକୁ ମଧ୍ଯ ଏଡ଼ାଇଯାଇଛନ୍ତି । ଦିନକ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସବ କମିଟି ବୈଠକ ପରେ ନିଷ୍କର୍ଷ ବାହାରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। କିନ୍ତୁ ବୈଠକ ପରେ ତାଙ୍କ ସ୍ୱର ବଦଳିଥିବା ଦେଖିବାକୁ ମିଳିଛି । ସେପଟେ କିନ୍ତୁ ବନକଲାଗି କେବେ ହେବ ଓ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କ’ଣ ପଦକ୍ଷେପ ନେବ, ସେନେଇ ଶ୍ରଦ୍ଧାଳୁ ଅପେକ୍ଷାରେ ରହିଛନ୍ତି ।