Puri News: ସନାତନ ଧର୍ମର ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀର ଆରାଧ୍ୟ ଶ୍ରୀ ଜଗନ୍ନାଥଙ୍କ(lord Jagannath darsan)ଦର୍ଶନ ଲାଗି (Ticket Darshan) ଟିକେଟ୍‍ ଦେବାକୁ ପଡ଼ିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (Shree Jagannath Temple Administration) ଏହି ନିଷ୍ପତ୍ତି ନେଇଛନ୍ତି।  ସାତବର୍ଷ ତଳେ ଏପରି ଟିକେଟ୍‍ ବ୍ୟବସ୍ଥା ଶ୍ରୀମନ୍ଦିର ପ୍ରଶାସନ ଲାଗୁ କରିଥିଲା, କିନ୍ତୁ ଲୋକଙ୍କ ବିରୋଧ କାରଣରୁ ତାହାକୁ ରଦ୍ଦ କରାଯାଇଥିଲା।   ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସାଧରଣ ଦର୍ଶନ ବର୍ତ୍ତମାନ ଭଳି ବଳବତ୍ତର ରହିବ। କିନ୍ତୁ କିଛି ସମୟ ପାଇଁ ଲାଗୁ ହେବ ଟିକେଟ୍‍ ଦର୍ଶନ(Ticket Darshan)।


COMMERCIAL BREAK
SCROLL TO CONTINUE READING

Also Read: Top 10 News Headlines Odisha: ଶୁଭ ସକାଳର ପ୍ରମୁଖ ୧୦ ଖବର


Also Read: Horoscope Today: ଦୂର ଯାତ୍ରା ବେଳେ ସାବଧାନ୍ ରୁହନ୍ତୁ ଏହି ରାଶିର ଲୋକେ, ଜାଣନ୍ତୁ ଆଜି କମିତି କଟିବ ଆପଣଙ୍କ ଦିନ?


ଯେଉଁମାନେ ଟିକେଟ କିଣିବେ ସେମାନଙ୍କୁ ଏହି ଦର୍ଶନ ସୁଯୋଗ ମିଳିବ। ତେବେ ଟିକେଟ୍‍ ଦର କେତେ ରହିବ ଏବଂ କେବେଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ତଥା କେଉଁ ସମୟରେ ଟିକେଟ୍‍ ଦର୍ଶନ (Ticket Darshan) ଖୋଲାଯିବ ସେ ନେଇ କେୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଛତିଶା ନିଯୋଗର ସେବାୟତଙ୍କ ସହ ଆଲୋଚନା କରାଯାଇ ଏ ବିଷୟରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡି଼ଛି। ୨୦୧୬ ପୂର୍ବରୁ ଶ୍ରୀମନ୍ଦିରର (Shree Jagannatha Temple) ଗର୍ଭଗୃହରେ ଦର୍ଶନ ଲାଗି ଟିକେଟ୍‍ ବ୍ୟବସ୍ଥା କରାଯାଇଥିଲା। ଏହା ପାରମାଣିକ ଦର୍ଶନ ଭାବେ ପରରିଚିତ ଥିଲା। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୫୦ ଟଙ୍କା ଟିକଟ ମୂଲ୍ୟ ରହିଥିଲା। କିନ୍ତୁ ଏଥିରେ ଅନେକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହେଉଥିଲା। ପରବର୍ତ୍ତୀ ସମୟରେ ଗର୍ଭଗୃହର ମରାମତିକୁ ଆଖିରେ ରଖି ଏହି ପ୍ରଥାକୁ ଉଠାଇ ଦିଆଯାଇଥିଲା।