ସଞ୍ଜୟ କୁମାର ମହାପାତ୍ର, ପୁରୀ: ଶ୍ରୀମନ୍ଦିର ଅରୁଣସ୍ତମ୍ବ ନିକଟରେ ଅଭାବନୀୟ ଘଟଣା । ଜଣେ ମହିଳା ଭକ୍ତ ଅରୁଣସ୍ତମ୍ବ ନିକଟରେ ଥିବା ଦକ୍ଷିଣା ଥାଳିରୁ ପଇସା ଚୋରୀ କରୁଥିବା ଅଭିଯୋଗରେ ସେବକଙ୍କ ଆକ୍ରମଣର  ଶିକାର ହୋଇଛନ୍ତି । ସେବକ ଜଣକ ମହିଳାଙ୍କ ହାତକୁ ମୋଡିଦେଇଥିଲେ, ଧକ୍କା ମାରିଥିଲେ। ଯାହାକୁ ନେଇ ମହିଳା ଭକ୍ତ ଉତ୍ତେଜିତ ହୋଇ ଉକ୍ତ ସେବକଙ୍କୁ ପଥରରେ ଆକ୍ରମଣ କରିବାକୁ ଗୋଡାଇଥିଲେ । ତାଙ୍କ ହାତରେ ଏକ ବଡ ପଡର ଖଣ୍ଡ ଥିଲା। ପିଙ୍ଗିବାକୁ ଉଦ୍ୟମ କରିଥିଲେ। ସିଂହଦ୍ୱାର ନିକଟରେ ଥିବା ପୁଲିସ କର୍ମୀମାନେ ମହିଳା ଭକ୍ତଙ୍କୁ ବୁଝାଶୁଝା କରି ପଥରକୁ ଛଡାଇ ନେଇଥିଲେ। ମହିଳା ରାଗିଯାଇ ନିଜ ଦୁଇହାତରୁ ଶଙ୍ଖା କାଢି ଅରୁଣସ୍ତମ୍ବ ନିକଟକୁ ଫିଙ୍ଗି ଦେଇଥିଲେ । ତେବେ ମହିଳା ଭକ୍ତ ଜଣଙ୍କ ମାନସିକ ବିକୃତ ବୋଲି ସେଠି ଚର୍ଚ୍ଚା ହୋଇଥିଲା। ତେବେ ଅରୁଣସ୍ତମ୍ବ ନିକଟରେ ଥାଳି ରଖି ଭକ୍ତଙ୍କ ଠୁ ଦକ୍ଷିଣା ନେବା କେତେଦୂର ଯୁକ୍ତିଯୁକ୍ତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । 


COMMERCIAL BREAK
SCROLL TO CONTINUE READING

 ଆହୁରି ପଢ଼ନ୍ତୁ; ଜଣେ ମହିଳା ଭକ୍ତ ମହାପ୍ରଭୁଙ୍କୁ ଦାନ କରିବେ ୩ କୋଟିର ଧନ ସମ୍ପତ୍ତି