ଏହାକୁ ନେଇ ରାମେଶ୍ୱରୀ ଦେବୀ କହନ୍ତି ଯେ, ୨୦୧୧ରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଥିଲି । ସେତେବେଳେ ଆସାମ ପଣ୍ଡାଙ୍କ କାର୍ତ୍ତିକଙ୍କ ସହ ଆଲୋଚନା ପରେ ମୁଁ ଜଗନ୍ନାଥଙ୍କୁ ଦାନ କରିବି ବୋଲି କହିଥିଲି । ପରେ ୨୦୧୭ରେ ମୋର ସମ୍ପତିର ସମସ୍ତ କାଗଜପତ୍ର ନେଇ ପୁରୀ ଆସିଥିଲି । ଆସାମ ପଣ୍ଡା କାର୍ତ୍ତିକଙ୍କ ସହ ମନ୍ଦିରକୁ ଯାଇ ଏହି କାଗଜପତ୍ର ତିନି ଠାକୁରଙ୍କୁ ପୃଥକ ଭାବେ ଦାନ କରିବି ବୋଲି ଭିତରକାଠ ନିକଟରେ ଠିଆ ହୋଇ ସମର୍ପି ଦେଇଥିଲି ।
Trending Photos
ପୁରୀ: ମହାପ୍ରଭୁଙ୍କୁ ଦାନ କରିବେ ନିଜର କୋଟି କୋଟି ଟଙ୍କାର ସମ୍ପତି । ଦାନ କରିବା ମହିଳା ଜଣଙ୍କ ହେଲେ ଆସାମ ତେଜପୁରର ସୁନିତପୁରରୁ ଆସିଥିବା ୬୨ ବର୍ଷିୟ ମହିଳା ଭକ୍ତ ରାମେଶ୍ୱରୀ ଦେବୀ । ସେ ଫରେଷ୍ଟ ବିଭାଗରେ ଏଲଟି ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି । ନିଜର କୋଠାବାଡିକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆସି ନିଜର ସମ୍ପତି ଦାନ କରିବା ପାଇଁ ନୀତି ପ୍ରଶାସକଙ୍କୁ ଭେଟିଲେ ।
ଏହାକୁ ନେଇ ରାମେଶ୍ୱରୀ ଦେବୀ କହନ୍ତି ଯେ, ୨୦୧୧ରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଥିଲି । ସେତେବେଳେ ଆସାମ ପଣ୍ଡାଙ୍କ କାର୍ତ୍ତିକଙ୍କ ସହ ଆଲୋଚନା ପରେ ମୁଁ ଜଗନ୍ନାଥଙ୍କୁ ଦାନ କରିବି ବୋଲି କହିଥିଲି । ପରେ ୨୦୧୭ରେ ମୋର ସମ୍ପତିର ସମସ୍ତ କାଗଜପତ୍ର ନେଇ ପୁରୀ ଆସିଥିଲି । ଆସାମ ପଣ୍ଡା କାର୍ତ୍ତିକଙ୍କ ସହ ମନ୍ଦିରକୁ ଯାଇ ଏହି କାଗଜପତ୍ର ତିନି ଠାକୁରଙ୍କୁ ପୃଥକ ଭାବେ ଦାନ କରିବି ବୋଲି ଭିତରକାଠ ନିକଟରେ ଠିଆ ହୋଇ ସମର୍ପି ଦେଇଥିଲି । ଆଉ କିଭଳି ଦାନ କରିଥିବା ସମ୍ପତି ମହାପ୍ରଭୁଙ୍କ ଖାତାକୁ ରେକର୍ଡଭୁକ୍ତ ହେବ । ସେ ନେଇ ଆସାମ ଭବନରେ ରହି ପ୍ରଚେଷ୍ଟା ଚଳାଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଏ ନେଇ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନ ପଖରେ ପଂହଚିପାରିନଥିଲେ ।
ସେ ଆହୁରି କହିଛନ୍ତି ଯେ, ଦୁଇଟି ଘର, ଜମି ଯାହାର ଆନୁମାନିକ ମୁଲ୍ୟ ତିନି କୋଟି ଟଙ୍କା ହେବ । ତାହାକୁ ଦାନ କରିବା ପାଇଁ ମନସ୍ଥ କରିଥିଲି । ଆଉ ଏ ସଂକ୍ରାନ୍ତରେ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୁଝାସୁଝା କରି ନୀତି ପ୍ରଶାସକଙ୍କ ସହ ଆଲୋଚନା କରିଛି । ପ୍ରଥମେ ନିଜର ସମ୍ପତି ଜଗନ୍ନାଥଙ୍କୁ ଦାନ କରିବାକୁ ଚାହୁଁଛନ୍ତି ବୋଲି ଶ୍ରୀମନ୍ଦିର ପ୍ରଶାସନ ପାଖରେ ଏକ ଦରଖାସ୍ତ କରିବାକୁ କୁହାଯାଇଛି । ଶ୍ରୀମନ୍ଦିର ପ୍ରଶାସନକୁ ଆବେଦନ କରିବା ପରେ ଜମିର ମାଲିକାନା ଓ କାଗଜପତ୍ରର ଯାଂଚ କରାଯାଇ କିଭଳି ପକ୍ରିୟାରେ ମହାପ୍ରଭୁଙ୍କ ଖାତାକୁ ଆସିବ ସେ ନେଇ ପ୍ରଶାସନ ପଦକ୍ଷେପ ନେବ ବୋଲି କହିଛନ୍ତି ଆସାମ ଭକ୍ତ ରାମେଶ୍ୱରୀ ଦେବୀ ।
ତେବେ ରାମେଶ୍ୱରୀଙ୍କ ଏହି ସମ୍ପତି କେତେ ବିବାଦମୁକ୍ତ ତାହା ଉପରେ ସଠିକ ନିରୀକ୍ଷଣ କରିବ ଶ୍ରୀମନ୍ଦିର ପ୍ରଶାସନ । ରାମେଶ୍ୱରୀ ଦେବୀ କହିବା ଅନୁଯାୟୀ ତାଙ୍କର ୪ ଜଣ ସନ୍ତାନ ରହିଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ପୁତ୍ର ଆମେରିକାରେ ରହୁଥିବା ବେଳେ ଦୁଇ ଝିଅ ବିବାହିତା । ସେମାନେ ମା'ଙ୍କର ନାମରେ ଥିବା ସମସ୍ତ ସମ୍ପତି ନେବା ପାଇଁ ଉଦ୍ୟମ କରିଛନ୍ତି । ଏଣୁ ସେମାନେ ତାଙ୍କର ପିତୃଅର୍ଜିତ ସମ୍ପତି ନେଇପାରିବେ । କିନ୍ତୁ ମୋ ନାମରେ ଥିବା ସମ୍ପତି ମୁଁ ସେମାନଙ୍କୁ ନ ଦେଇ ମହାପ୍ରଭୁଙ୍କ ନାମରେ କରିଦେବୀ ବୋଲି କହିଛନ୍ତି ଆସାମର ମହିଳା ଭକ୍ତ ।
ସେପଟେ ୟଶ ବ୍ୟାଙ୍କରେ ମହାପ୍ରଭୁଙ୍କ ଜମା ଟଙ୍କାକୁ ନେଇ ବାଦବିବାଦ ଚାଲିଥିବା ବେଳେ ଗତ ସପ୍ତାହରେ ଜଣେ ବ୍ୟକ୍ତି ୧ କୋଟି ଟଙ୍କା ଦାନ ପରେ ଏବେ ଆସାମର ମହିଳା ଭକ୍ତ ନିଜର ୩ କୋଟି ଟଙ୍କାର ସମ୍ପତି ଦାନ କରିବା ପାଇଁ ଆବେଦନ କରିଛନ୍ତି । ତେଣୁ ଭକ୍ତଙ୍କ ମଧ୍ୟରେ ସେହି ଆଶା ଓ ଭରସା ଏବଂ ବିଶ୍ୱାସ ରହିଛି ମହାପ୍ରଭୁଙ୍କ ପ୍ରତି । ଯାହାର ନିଦର୍ଶନ ଏମାନଙ୍କ ଠାରୁ ସ୍ପଷ୍ଟ ବାରିହୋଇଯାଇଛି ।