Puri News: ଆଜି ସପ୍ତପୁରୀ ଅମାବାସ୍ୟା (Saptapuri Amavasya)। ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ। ଆଜିର ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ଭଗବାନ ଶ୍ରୀଜଗନ୍ନାଥଙ୍କ (lord Jagannath) ଠାରେ ସପ୍ତପୁରୀ ଭୋଗ ଲାଗିଥାଏ । ଆଜି ଠାକୁରଙ୍କ ଅବକାଶ ନିତି ସରିବା ପରେ ଠାକୁରଙ୍କୁ ବେଶ କରାଯାଇଥିଲା । ଗମ୍ଭିରାରେ ପାଣି ପଡ଼ି ଟେରା ବନ୍ଧାଯିବା ପରେ ସକାଳ ଧୂପ ସହ ସାତପୁରୀ ଭୋଗ ରୋଷ ଘରୁ ଆସିବା ପରେ ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରିଥିଲେ ।


COMMERCIAL BREAK
SCROLL TO CONTINUE READING

 



Also Read: Jawan: ବକ୍ସ ଅଫିସରେ କମୁନି 'ଜଓ୍ବାନ' ର ଜଲଓ୍ବା, ଅଷ୍ଟମ ଦିନରେ ଆୟ କଲା ଏତେ କୋଟି


Also Read: Today Horoscope: ଦୂରଯାତ୍ରା ବେଳେ ସାବଧାନ ରୁହନ୍ତୁ ଏହି ରାଶିର ଲୋକେ, ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ


ଶ୍ରୀମନ୍ଦିରରେ (Sri Jagannatha Temple Puri ) ଶ୍ରୀଜୀଉଙ୍କର ଆଜି ବିଶେଷ ପୂଜାନୀତି ସହ ସଂଧ୍ୟାଧୂପ ପରେ ବସ୍ତ୍ରହରଣ ପ୍ରସ୍ତାବ ସହ ମହାପ୍ରଭୁଙ୍କ ବିଜେ ପ୍ରତିମା ଅମାବାସ୍ୟା ଶ୍ରୀନାରାୟଣ ସାଗର ବିଜେ କରିବେ । ସେପଟେ ସପ୍ତପୁରୀ ଅମାବାସ୍ୟାକୁ ନେଇ ଗତକାଲି ଦ୍ୱିପ୍ରହର ଧୂପ ବଢିବା ପରେ କୁମ୍ଭାର ବିଶୋଇ ସେବକ ମୁହଁରେ ବାଘମୁହାଁ ବାନ୍ଧି ଘଣ୍ଟା, ଛତ୍ର, କାହାଳୀ ସହ ୪ଟି ସାତପୁରୀ ତାଡ ଅଲାମଚଣ୍ଡୀଙ୍କ ପୀଠରୁ ଶ୍ରୀମନ୍ଦିରକୁ ଆସିଛି। ଭିତର ବେଢ଼ା ପରିକ୍ରମା କରାଯାଇ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଅଚିନ୍ତା ପହଣ୍ଡି ରୋଷ ବେହରଣରେ ରଖାଯାଇଛି। ଗୋଟିଏ ଅତିରିକ୍ତ ତାଡ ଆସିବାର ବିଧି ରହିଛି। କାରଣ ଯଦି ପୂର୍ବୋକ୍ତ ତାଡ ମଧ୍ୟରୁ ଗୋଟିଏ ଭାଙ୍ଗିଯାଏ ଅତିରିକ୍ତ ତାଡଟି ବ୍ୟବହାର କରାଯାଏ। 


ସଂଧ୍ୟାଧୂପ ବଢ଼ିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଘଣ୍ଟା, ଛତ୍ର,କାହାଳୀ ସହ ପଟୁଆରରେ ନେଇ ଦକ୍ଷିଣ କାଳୀଙ୍କୁ ଦିଆଯାଏ। ଦକ୍ଷିଣ କାଳୀଙ୍କ ସେବକ ମାଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର ରୋଷ ପାଇକଙ୍କୁ ଦେବାପରେ ଏହି ଆଜ୍ଞାମାଳ ରୋଷଘରକୁ ଯାଇଥାଏ।ଏହାପରେ ମହାପ୍ରଭୁଙ୍କ ଅନ୍ୟାନ୍ଯ। ନୀତିମାନ ସମ୍ପନ୍ନ ହୁଏ। ତେବେ ପବିତ୍ର ସପ୍ତପୁରୀ ଅମାବାସ୍ୟା ପାଇଁ ଅଲାମଚଣ୍ଡୀଙ୍କ ନିକଟରୁ ଆସିଥିବା ତାଡରେ ରାଶି,ନଡ଼ିଆ, ଚାଉଳପିଠାରେ ରାଶି,ନଡିଆ,ଚଣା,ଛେନା,ଗୋଲ ମରିଚ,ଅଦା,ଜୀରା ଆଦିକୁ ପାକ କରି ପୁର ଦିଆଯାଇ ପିଠା ପ୍ରସ୍ତୁତ କରାଯାଏ।ଏହି ପିଠା ରୋଷ ଘରେ ସାତପୁରୀ ଚୁଲାରେ ପ୍ରସ୍ତୁତ କରାଯାଏ। ସେହି ପିଠାକୁ ମହାପ୍ରଭୁଙ୍କ ନିକଟରେ ସକାଳ ଧୂପରେ ପରସିବା ପରେ ପୂଜାପଣ୍ଡା ନୈବେଦ୍ୟ କରିଥାନ୍ତି। ଏହାପରେ ଶ୍ରୀଜୀଉଙ୍କୁ ବନ୍ଦାପନା କରାଯାଏ।