ରାୟଗଡ଼ା:  ନାଗବଳୀର (Nagavali) ପ୍ରଖର ଶ୍ରୋତରେ ଡେଇଁଲେ ଯୁବକ (Youth)। ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ଛେଳି ଛୁଆଙ୍କ (Goat) ଜୀବନ। ରାୟଗଡା ଜିଲ୍ଲା (Rayagada) କଲ୍ୟାସିଂହପୁର (Kalyansinghpur) ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ବେଲକଣା ଗ୍ରାମର ଜଣେ ଯୁବକ ଆଜି ନାଗାବଳି (Nagavali River) ନଦୀରେ ଭାସି ଯାଉଥିବା ଛେଳିକୁ ଉଦ୍ଧାର କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଛେଳିର ମାଲିକ କ୍ଷୀରୋଦ ସାହୁକାର ଓ ଗ୍ରାମର କିଛି ଯୁବକ ଛେଳି ଚରେଇବା ପାଇଁ ନଦୀ ଆର ପାରିକୁ ଯାଇଥିଲେ।


COMMERCIAL BREAK
SCROLL TO CONTINUE READING

ଛେଳି ଚରେଇ ଫେରିବା ବେଳେ ମଝି ନଈରେ ହଠାତ ଉପର ମୁଣ୍ଡରୁ ପାଣି ମାଡ଼ି ଆସିଲା ଓ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ନଦୀ ମଝିରେ ଜୀବନ ବିକଳରେ ଚିତ୍କାର କରିବାକୁ ଲାଗିଲେ ଛେଳି ଦଳ । ଚାହୁଁ ଚାହୁଁ ସମସ୍ତ ଛେଳି ନଦୀର ପ୍ରଖର ଶ୍ରୋତରେ ଭାସି ଯିବାକୁ ଲାଗିଲେ । ମାଲିକ କ୍ଷୀରଦ ଛେଳିବଞ୍ଚିବା ଆଶା ଛାଡ଼ିଦେଇଥିବା ବେଳେ ହଠାତ ଅରଖିତଙ୍କୁ ଦଇବ ସାହା ହେଲାଭଳି ଗାଁ ର ଯୁବକ ପ୍ରତିକ ସାହୁ ନିଜ ଜୀବନକୁ ବାଜି ଲଗେଇ ନାଗାବଳି ନଦୀକୁ ଡେଇଁ ପଡ଼ିଲେ ।


ନିଜ ଜୀବନ କୁ ବାଜି ଲଗାଇ ନଦୀ ଭିତରୁ ଜଣ ଜଣ କରି ୯ଟି ଛେଳିକୁ କୂଳକୁ ଟାଣି ଆଣି ଉଦ୍ଧାର କରିଥିଲେ । ଆଉ ୫ଟି ଛେଳିକୁ ନଦୀ ଭସାଇ ନେଇଯାଇ ଥିବା କ୍ଷୀରୋଦ ସାହୁକାର କହିଛନ୍ତି। ଏହି ପରି ଯୁବକ ପ୍ରତିକଙ୍କ ଦୁଃସାହସକୁ ଦେଖି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛନ୍ତି ।


ସୂଚନାଯୋଗ୍ୟ ବର୍ତ୍ତମାନ ତମାମ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡ଼ିକରେ ବନ୍ୟା ପରିସ୍ଥିତି ଏବେ ବେଶ ଜଟିଳ ହୋଇ ପଡ଼ିଛି। ୨୪ଟି ଗେଟ ଦେଇ ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସିତ ହେଉଛି। ବୌଦ୍ଧ ଜିଲ୍ଲାରେ ବନ୍ୟା ଉତ୍କଟ ରୂପ ନେଇଛି। ବୌଦ୍ଧ ଜିଲାର ମହାନଦୀରେ ବିପଦ ସଂକେତ (Danger Level) ୮୬.୮୦ ମିଟର ରହିଥିବାବେଳେ ବିପଦ ସଂକେତ (Danger Level) ରହିଛି ୮୭.୮୦ ମିଟର। ତେବେ ବିପଦ ସଂକେତ (Danger Level) ପାର ହୋଇ ଏବେ ବୌଦ୍ଧ (Boudh) ଜିଲ୍ଲାର ମହାନଦୀରେ (Mahanadi) ୮୮.୮୭ ମିଟର ଉଚ୍ଚତା ରେ ପ୍ରଭାହିତ ହେଉଛି ବନ୍ୟାଜଳ । ଫଳରେ ଜିଲାରେ ବନ୍ୟା ସ୍ଥିତି ସଙ୍ଗିନ ହୋଇ ପଡିଛି।


ବନ୍ୟା କାରଣରୁ (Flood Situation) ଜିଲାର ହରଭଙ୍ଗା ବ୍ଲକ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇ ପଡିଛି। ଆଜକୁ ୪ ଦିନ ହେଲା ଅନେକ ଗାଁରେ ଜଳବନ୍ଦୀରେ ଜୀବନ କାଟୁଛନ୍ତି ଗ୍ରାମବାସୀ। କୁଶଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାରାଡ଼ା, ତିରଡ଼, ଅତଲସରା, କୁମାରୀ ଏବଂ ହରଭଙ୍ଗା ବ୍ଲକ ଭେଜିଗୋରା, ସୁରୁଣ୍ଡି, ହରଭଙ୍ଗା, ବୁକେସିଙ୍ଗା, ସଂକୁଳେଇ ପଞ୍ଚାୟତର ପାଣିଘେରା, ବୁଲୁରା, ଧଳପୁର ପଞ୍ଚାୟତର ଖଣ୍ଡି ଧଳପୁର, ଖରସଂକୁଳେଇ, ଧଳପୁର, ସେହିଭଳି ରାମଗଡ଼, ସାମ୍ପୋଚ, ବିରନର୍ସିଂପୁର, ସରସରା ପଞ୍ଚାୟତର ୪୦ରୁ ଊର୍ଦ୍ଧ୍ୱ ଗାଁ ବନ୍ୟା ପାଣି ଘେରରେ ରହିଛି। 


ବୌଦ୍ଧ ଜଗନ୍ନାଥ ସଡକର ୮ଟି ସ୍ଥାନରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ହରଭଙ୍ଗା-ବୌଦ୍ଧ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇ ପଡିଛି। ଏହା ସହିତ ଲଗାଣ ବର୍ଷା କାରଣରୁ ଅନେକ ଲୋକଙ୍କ ମାଟି ଘର ଭାଙ୍ଗି ଯାଇଛି । ଶହଶହ ହେକ୍ଟର ଚାଷ ଜମିରେ ବନ୍ୟା ପାଣି ଆଜକୁ ୪ ଦିନ ହେଲା ମାଡି ରହିଥିବାରୁ ବ୍ୟାପକ ପରିମାଣରେ ଧାନ ଫସଲ ନଷ୍ଟ ହୋଇଛି। 


ବୌଦ୍ଧ ସହରର ଅବସ୍ଥା ବି ବେହାଲ କରିଛି ଚଳୁତ ବର୍ଷର ବଡ଼ ବନ୍ୟା। ସହରର ତଳିଆ ଅଂଚଳରେ ବନ୍ୟା ପାଣି ଘରେଘରେ ପଶିଛି। ଲୋକଙ୍କ ଆସବସ ପତ୍ର ବନ୍ୟା ପାଣିରେ ଧୋଇ ନେଇଛି । ସହରର ୧ନଂ ୱାର୍ଡ ମାଳିସାହିରେସ୍ଥିତ ସଙ୍ଗୀନ ହୋଇଛି। ଜଳସ୍ତର ବଢିବା ଯୋଗୁଁ ଗକଟିଏ ପରେ ହଟିଏ ଘର ବନ୍ୟା ପାଣିରେ ବୁଡିବାକୁ ଲାଗିଛି । ବିଳମ୍ବରେ ହେଲେ ମଧ୍ୟ ବୌଦ୍ଧ ଏନଏସି ପକ୍ଷରୁ ବନ୍ୟା ବିପନ୍ନ ଙ୍କୁ ଉଦ୍ଧାର କରି ସ୍ଥାନୀୟ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । 


ଅଧିକ ପଡନ୍ତୁ: ମଧ୍ୟପ୍ରଦେଶରେ ଜଳ ପ୍ରଳୟ: ଚତୁର୍ଦ୍ଦିଗ ହାହାକାର, ଯାତାୟତ ଠପ


ଅଧିକ ପଢନ୍ତୁ: ଓଡ଼ିଶାରେ ହେବନି ଫିଫା ବିଶ୍ୱକପ