ସମ୍ବଲପୁର : ଆଜି ହେଉଛି କୁମାର ପୁର୍ଣ୍ଣିମା । ଏହି ଦିନ ମା ସମଲେଶ୍ୱରୀଙ୍କର ରାଜ ରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଥାଏ । ଏହି ଦିନ ରାତିରେ ମା'ଙ୍କର ଧ୍ବଜା ରୋହଣ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ  । କୁମାର ପୁର୍ଣ୍ଣିମା ତିଥିରେ ମା ସମଲେଶ୍ବରୀଙ୍କ ପୀଠର ସମୟ ନିର୍ଘଣ୍ଟ ଏହି ଭଳି ରହିଥାଏ । ସକାଳ ୫ଟା ସମୟରେ ମଙ୍ଗଳ ଆଳତୀ ହୋଇଥାଏ  । ଏହା ପରେ ଭକ୍ତଙ୍କ  ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ହେଇଥାଏ । ସେହିଭଳି ଭାବରେ ପୂର୍ବାହ୍ନ ୧୧:୪୫ ରୁ ଅପରାହ୍ନ ୧୨:୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥାଏ । ସେହି ସମୟରେ ମାଙ୍କ ପାଖରେ ଅନ୍ନ ଭୋଗ ଲାଗି ହୋଇଥାଏ । ତା ପରେ ପୁଣି ସାଧାରଣ ଦର୍ଶନ ହୋଇଥାଏ । 


COMMERCIAL BREAK
SCROLL TO CONTINUE READING

ଅପରାହ୍ନ ୩:୦୦ ଟା ରୁ  ୪:୩୦ ପର୍ଯ୍ୟନ୍ତ ମା ସମଲେଶ୍ୱରୀଙ୍କ ରାଜ ରାଜେଶ୍ୱରୀ ବେଶ ପାଇଁ ଦର୍ଶନ ବନ୍ଦ ରହିଥାଏ । ସେହି ସମୟରେ ମାଆଙ୍କୁ ରାଜ ରାଜେଶ୍ୱରୀ ବେଶରେ ସଜ୍ଜିତ କରାଯାଇଥାଏ । ତା ପରେ ପୁଣି ଭକ୍ତ ଆସି  ଅପରାହ୍ନ ୪:୩୦ ରୁ ମାଆ ସମଲେଶ୍ୱରୀଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ କରିଥାନ୍ତି । ପରେ ପୁଣି ସନ୍ଧ୍ୟା ୭:୩୦ ଟା ରୁ ରାତି ୯:୩୦ ପର୍ଯ୍ୟନ୍ତ ସନ୍ଧ୍ୟା ଆଳତି, ଧ୍ଵଜା ଆରୋହଣ  ଓ ଅନ୍ନ ଭୋଗ ଲାଗି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଥାଏ । ପୁଣି ରାତି ୯:୩୦ ରୁ ରାତି ୧୧:୦୦ ପର୍ଯ୍ୟନ୍ତ ମାଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି । କୁମାର ପୁର୍ଣ୍ଣିମା ବିଶେଷ କରି କୁଆଁରୀ ଝିଅମାନେ ଏହି ପର୍ବ ପାଳନ କରିଥାନ୍ତି । 


ଏହାବି ପଢନ୍ତୁ : Janmashtami Puja 2022: ଜନ୍ମାଷ୍ଟମୀ ପୂଜା ପାଇଁ ଘରକୁ ଆଣନ୍ତୁ କୃଷ୍ଣଙ୍କର ଏପରି ପ୍ରତିମା, ମିଳିବ ଭଗବାନଙ୍କ କୃପା


ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀ ବର୍ଷସାରା ଗୈରିକ ବର୍ଣ୍ଣର ସିନ୍ଦୂର ମଣ୍ଡିତା ହୋଇ ଦର୍ଶନ ଦେଇଥାନ୍ତି । ଆଶ୍ୱିନ ମାସ ଅମାବାସ୍ୟା (ମହାଳୟା) ଦିନ ମାଆଙ୍କୁ ଶ୍ୱେତ ରୂପରେ ସଜ୍ଜିତ କରାଯାଇଥାଏ । ମା’ଙ୍କର ଏହି ନିଆରା ବାର୍ଷିକ ରୂପକୁ ଧବଳମୁଖୀ ବେଶ ବା ଗଙ୍ଗା ଦର୍ଶନ ବେଶ କୁହାଯାଏ । ପୁଅଜିଉଁତିଆ ପାର୍ବଣଠାରୁ ମା’ଙ୍କର ଷୋହଳ ପୂଜା ଆରମ୍ଭ ହୁଏ । ମହାଳୟା ପୂର୍ବ ଦିନ ମା’ ସତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେହି ଦିନ ମଧ୍ୟରାତ୍ରରେ ପୂଜକମାନେ ମନ୍ଦିର ଦ୍ୱାର ବନ୍ଦ କରି ଦେବୀଙ୍କୁ କର୍ପୁର ମିଶ୍ରିତ ଗଙ୍ଗାଜଳରେ ସ୍ନାନ କରାଇ ଚନ୍ଦନ, ଅଗୁର ପ୍ରଲେପ ଦେଇ ମା’ଙ୍କୁ ଧବଳମୁଖୀ ବେଶରେ ସଜାନ୍ତି । ମା’ଙ୍କୁ ଦୁଇଦିନ ଧରି ଧବଳମୁଖୀ ବେଶରେ ରଖାଯାଏ । ମହାଳୟା ଶ୍ରାଦ୍ଧ ଦିନ ଦେବୀଙ୍କ ଏହି ରୂପ ଦର୍ଶନରେ ଗଙ୍ଗାଦର୍ଶନର ପୂଣ୍ୟ ଲାଭ ହେଉଥିବା ବିଶ୍ୱାସ କରାଯାଏ । ମାଆ ସମଲେଶ୍ୱରୀଙ୍କ ମନ୍ଦିରରେ ମହାଳୟା ଦିନ ସବୁଠୁ ବେଶୀ ଜାକଜମକରେ ପାର୍ବଣ ହଉଥିଲେ ମଧ୍ୟ ଦୀପାବଳି , ଦଶହରା ଓ ଅନ୍ୟ ହିନ୍ଦୁ ପାର୍ବଣ ,ତଥା ନୂଆଖାଇ ପରି ଗଣ ପର୍ବରେ ମଧ୍ୟ ସ୍ୱତନ୍ତ୍ର ପୂଜା ଆରାଧନା ସହ ଭୋଗର ବ୍ୟବସ୍ଥା ହୁଏ ।