ଭୁବନେଶ୍ୱର: ଫୁଲୁଛି ମହାନଦୀ (Mahanadi)। ଆସୁଛି ବଡ଼ ବନ୍ୟା (Flood)। ଏଥର ମଧ୍ୟ ହୋଇପାରେ ବନ୍ୟା। ହୀରାକୁଦ ଜଳଭଣ୍ଡାର (Hirakud dam) ଉଛୁଲୁ ପୁଛୁଳୁ। ମହାନଦୀ ମଧ୍ୟ ପୁର୍ନଗର୍ଭା। ବିଗତ ବର୍ଷ ପରି ଏଥର ମଧ୍ୟ ହୋଇପାରେ ସମ୍ବଲପୁର ତଥା ମହାନଦୀ ଅବବହିକାରେ ବନ୍ୟା ପରିସ୍ଥିତି। ଯେହେତୁ ଲଘୁ ଚାପ ଜନିତ ବର୍ଷା କାରଣରୁ ଏବେ ହୀରାକୁଦ ଜଳଭଣ୍ଡାର ର ଗେଟ ପର୍ଯ୍ୟାୟ କ୍ରମେ ଖୋଲୁଛି।ସେଥିପାଇଁ ସମ୍ବଲପୁର ସହ ତଳି ଅଞ୍ଚଳରେ ବନ୍ୟା ର ପ୍ରାଦୁର୍ଭାବ କୁ ଏଡାଇ ଦିଆଯାଇ ନପାରେ।


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ପରିସ୍ଥିତିରେ ଛତିଶଗଡ଼ ତଥା ହୀରାକୁଦ ନଦୀବନ୍ଧର ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ଏହି କାରଣରୁ ନଦୀ ବନ୍ଧର ଜଳସ୍ତର ବୃଦ୍ଧି ପାଉଛି। ସେଥିପାଇଁ ମହାନଦୀ ଅବବହିକାର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ଅବଲମ୍ବନ ଓ ବନ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ଏବଂ ଓଡ୍ରାଫ ଟିମକୁ ଆଲର୍ଟ ଜାରି କରାଯାଇଛି। ଏବେ ଲଘୁଚାପ ଜନିତ ବର୍ଷା ଓଡିଶାର ବିଭିନ୍ନ ଜିଲ୍ଲାରେ ଲାଗିରହିଛି। ତିନି ଦିନ ପାଇଁ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛନ୍ତି। ଆଜି ଅପେକ୍ଷା କାଲି ଓ ପରଦିନ ଲଗାତାର ଭାବେ ଦୁଇ ଦିନ ପର୍ଯ୍ୟନ୍ତ ଆହୁରି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। 


ଏଭଳି ବର୍ଷା ଆହୁରି ଦୁଇ ଦିନ ଜାରି ରହିଲେ ନିଶ୍ଚିତ ଭାବରେ ମହାନଦୀ ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ଏଥିରେ ଆଶଙ୍କା ନାହିଁ। ଏବେ ତୁହାକୁ ତୁହା ବର୍ଷା ଲଗିରହିଛି। ସେଥିପାଇଁ ଏବେ ହୀରାକୁଦର ଜଳସ୍ତର ବୃଦ୍ଧି ପାଉଛି ପର୍ଯ୍ୟାୟ କ୍ରମେ ଜଳଭଣ୍ଡାରର ଗେଟ ମଧ୍ୟ ଖୋଲାଯାଉଛି। ସେହିକ୍ରମରେ ଏବେ ୨୮ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି। ବାମ ପଟର ୨୦ଟି ଓ ଡାହାଣ ପଟର ୮ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି। 


ଆଜି ଦିନ ୧୨ଟା ସୁଦ୍ଧା ବର୍ତ୍ତମାନ ୨୮ଟି ଗେଟ ଦେଇ ହୀରାକୁଦ ନଦୀ ବନ୍ଧରୁ ଜଳ ନିଷ୍କାସନ କରାଯାଉଛି। ହୀରାକୁଦର ଜଳସ୍ତର ୬୧୭.୦୮ଫୁଟ ରହିଛି। ଯଦି ଏଭଳି ବର୍ଷା ପରିସ୍ଥିତି ଲାଗି ରହେ ଏବଂ ହୀରାକୁଦ ଜଳ ଭଣ୍ଡାରର ଆହୁରି ଗେଟ ଖୋଲେ ତା ହେଲେ ବନ୍ୟା ପରିସ୍ଥିତି କୁ ଏଡ଼ାଇ ଦିଆଯାଇ ନ ପାରେ। ନିଶ୍ଚିତ ବନ୍ୟା ଆଶଙ୍କା କରାଯାଇପାରେ।


ଅଧିକ ପଢନ୍ତୁ: ବର୍ଷା ପାଇଁ ୧୬୪ ଟ୍ରେନ ବାତିଲ


ଅଧିକ ପଢନ୍ତୁ: ମଧ୍ୟ ଭାରତରେ ପ୍ରବଳ ବର୍ଷା