Parliament Attack:


COMMERCIAL BREAK
SCROLL TO CONTINUE READING

ଡିସେମ୍ବର 13 ରେ ସଂସଦର ସୁରକ୍ଷା ଭଙ୍ଗ କରି ସଂସଦକୁ ଧୁଆଁଧୁଆଁ କରିଥିବା ଗୋଷ୍ଠୀ କେବଳ ଗୋଟିଏ ପ୍ଲାନେରେ କାମ କରୁନଥିଲେ । ସେମାନେ ପ୍ଲାନ୍ ଏ,ପ୍ଲାନ ବି ଏମିତି ଅନେକ ଯୋଜନା ପ୍ରସ୍ତୁତ କରିଥିଲେ । ଲୋକସଭା କକ୍ଷ ମଧ୍ୟକୁ ଡେଇଁବା ଏବଂ  ସ୍ମୋକ୍ କ୍ୟାନ୍ ଫାୟାର କରିବା ସେମାନଙ୍କ ପ୍ଲାନ୍ ବି ଥିଲା । ପ୍ଲାନ୍ ଏ ଥିଲା ସଂସଦ ଭିତରେ ଓ ବାହାରେ ନିଜ ଦେହରେ ନିଆଁ ଲଗାଇବା ସହିତ ପ୍ରଚାରପତ୍ର ଫୋପାଡ଼ିବା । ନିଜ ଦେହରେ ନିଆଁ ଲଗାଇବା ପୂର୍ବରୁ ସେମାନେ ଦେହରେ ନିଆଁରୁ ସୁରକ୍ଷା ଦେଉଥିବା ଜେଲ ଲଗାଇଥାନ୍ତେ । କିନ୍ତୁ ଜେଲ୍ ନମିଳିବାରୁ ପ୍ଲାନ୍ ବି’ ଉପରେ କାମ ଆରମ୍ଭ ହୋଇଥିଲା ।


ପୋଲିସ ସନ୍ଦେହ କରୁଛି ଯେ, ଏହି ଗୋଷ୍ଠୀ ପଛରେ ଆଉ କେହି ଅଛି । କାରଣ ପୋଲିସ ଏହାକୁ କେବଳ ଦୃଷ୍ଟିଆକର୍ଷଣକାରୀ ଷ୍ଟଣ୍ଟ ବୋଲି ମାନିବାକୁ ପ୍ରସ୍ତୁତ ନୁହେଁ । କୋଲକତାରୁ ଗିରଫ ଲଲିତ ଝା’କୁ ଦିଲ୍ଲୀ ପୋଲିସ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ସନ୍ଦେହ କରୁଛି । କାରଣ ଲଳିତ ଦାବି କରୁଛି ଯେ, ସେ ନିଜର ଓ ବାକି ସହଯୋଗୀଙ୍କ ଫୋନକୁ ପୋଡି ଦେଇଛି । ଏଣେ ଅନୁସନ୍ଧାନକାରୀ ଏହା  ମଧ୍ୟ ଜାଣିବାକୁ ପାଇଛନ୍ତି ଯେ,ଲଲିତ କୋଲକାତାର ଯେଉଁ କଲୋନୀରେ ରୁହେ ସେଠାକାର ବାସିନ୍ଦା  ତାଙ୍କୁ 'ମାଷ୍ଟର ଜୀ' ବୋଲି ଡାକନ୍ତି । କାରଣ ସେ ଟ୍ୟୁସନ ଦେଉଥିଲେ।


 


ଲଲିତର ଦାବିକୁ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହେଁ ପୋଲିସ


ସଂସଦ କାଣ୍ଡ ପରେ ସମସ୍ତଙ୍କ ମୋବାଇଲ୍ ଫୋନ୍ ପୋଡି ଦେଇଥିବା ଲଲିତର ଦାବିକୁ ପୋଲିସ ସନ୍ଦେହ କରୁଛି । ଷଡଯନ୍ତ୍ରରେ ବ୍ୟବହୃତ  ଫୋନରେ ଅନେକ ତଥ୍ୟ ଥିବା ସୁନିଶ୍ଚିତ । ସେହି ଫୋନରୁ ଏହି କାଣ୍ଡ ସହିତ ଜଡିତ ବାକି ଲୋକଙ୍କ ତଥ୍ୟ ମିଳିପାରିବ । ତଦନ୍ତକୁ ବାଟବଣା କରିବାକୁ ଲଳିତ ଜାଣିଶୁଣି ଏମିତି କରୁଛି ବୋଲି ପୋଲିସ ସନ୍ଦେହ କରୁଛି । କାରଣ ପୋଲିସ ହେପାଜତରେ ଲଳିତ ଅନେକ ଥର ବୟାନ ବଦଳାଇଲାଣି । ପ


 


•              UAPA ଅଧୀନରେ ପୋଲିସ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ଅନୁଯାୟୀ, ଆକ୍ରମଣକାରୀଙ୍କ ଦ୍ୱାରା ବ୍ୟବହୃତ 'ମେଡ୍ ଇନ୍ ଚାଇନା' ସ୍ମୋକ୍ କଣ୍ଟେନର ଦ୍ୱାରା ଯେକେହି ଗୁରୁତର ଆହତ ହୋଇପାରିବେ।


•              କ୍ୟାନ୍ ଉପରେ ଲେଖାଯାଇଥିବା ଚେତାବନୀ ବାବଦରେ ଏଫ୍ଆଇଆରରେ ଉଲ୍ଲେଖ ରହିଛି ଯେ ସେଗୁଡିକ କେବଳ 'ଗଗଲ୍ସ ଏବଂ ଗ୍ଲୋଭସ୍ ପିନ୍ଧି' ଖୋଲାଯିବା ଉଚିତ୍। ଏହାକୁ ଘର ଭିତରେ କିମ୍ବା ବନ୍ଦ ସ୍ଥାନରେ ବ୍ୟବହାର ନକରିବାକୁ ପ୍ୟାକ୍ ଉପରେ ଚେତାବନୀ ଦିଆଯାଇଛି ବୋଲି ଏଫଆଇଆରେ ଉଲ୍ଲେଖ ଅଛି


•              ସ୍ୱତନ୍ତ୍ର ଭାବେ ତିଆରି ଜୋତାର ସୋଲରେ ସ୍ମୋକ୍ କ୍ୟାନ ଲୁଚାଇବାକୁ ସାଗର ଓ ମନୋରଂଜନ କିପରି ପ୍ରସ୍ତୁତ ହୋଇଥିଲେ ସେବାବଦରେ  ଏଫ୍ଆଇଆରରେ ଉଲ୍ଲେଖ ଅଛି ।


ଷଷ୍ଠ ଅଭିଯୁକ୍ତ ମଧ୍ୟ ଗିରଫ


ଏହି ମାମଲାରେ ବର୍ତ୍ତମାନ ସୁଧା ଝା ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଷଷ୍ଠ ଅଭିଯୁକ୍ତ ଗିରଫ ହେବାର ଖବର ଶନିବାର ଦିନ ଆସିଛି। ତାଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟର  ବିଚାରପତିଙ୍କ ନିକଟରେ ହାଜର କରାଯିବ। ଅବଶିଷ୍ଟ ପାଞ୍ଚ ଅଭିଯୁକ୍ତଙ୍କୁ ସାତ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଛି।