Sawan 2023 Date News In Odia: ଶ୍ରାବଣ ମାସ ଭଗବାନ ମହାଦେବଙ୍କ ଉପରେ ସମର୍ପିତ । ଏହି ମାସରେ ଭଗବାନ ଶିବକୁ ଅତି ନିଷ୍ଠାର ସହ ଉପାସନା କରାଯାଏ। ବିଶ୍ୱାସ ରହିଛି ଏହି ମାସରେ ପ୍ରଭୁ ଶିବଙ୍କ ଜଳାଭିଷେକ କଲେ ସବୁ ମନୋସ୍କାମନା ପୂର୍ଣ୍ଣ ହୁଏ। ପ୍ରତି ସୋମବାର ଭଗବାନ ଶିବଙ୍କ ଆରାଧନା କଲେ ଜୀବନ ସୁଖ ସମୃଦ୍ଧିରେ ଭରିଯାଏ। କୁହାଯାଏ ଭଗବାନ ଶିବଙ୍କ ପ୍ରିୟ  ମାସ ହେଉଛି ଶ୍ରାବଣ ମାସ। ଶ୍ରାବଣ ମାସର ଶୁଭାରମ୍ଭ କୃଷ୍ଣ ପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ। ଚଳିତବର୍ଷର ଶ୍ରାବଣ ମାସ ପାଖାପାଖି ୨ ମାସ ଧରି ଚାଲିବ। ତେବେ ଆସନ୍ତୁ ଜାଣିବା କେବେ ଠୁ ଆରମ୍ଭ ହୋଇ କେବେ ଶେଷ ହେବ ଶ୍ରାବଣ ମାସ। 


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଶ୍ରାବଣ ମାସରେ (Sravana Masa) ୮ ଟି ସୋମବାର ରହିଛି। ତେବେ ଏହି ମାସରେ ଶୁଭ ସଂଯୋଗ ଘଟିବାକୁ ଯାଉଛି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଚଳିତ ଶ୍ରାବଣ ମାସ ପାଖାପାଖି ୨ ମାସ ଧରି ରହିବ। ଶ୍ରାବଣ ମାସର ଆରମ୍ଭ ୨ ଜୁଲାଇ ୨୦୨୩ ରୁ ଆରମ୍ଭ ହୋଇ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ରହିବ। ଏହାର ଅର୍ଥ ଚଳିତ ବର୍ଷ ଭଗବାନ ଶିବଙ୍କ ଉପାସନା ପାଇଁ ୫୯ ଦିନ ପର୍ଯ୍ୟନ୍ତ ରହିବ। କୁହାଯାଉଛି ଏହି ଶୁଭ ସଂଯୋଗ ୧୯ ବର୍ଷ ପରେ ଘଟୁଛି । ପ୍ରକୃତରେ ଚଳିତ ବର୍ଷ ୧୮ ଜୁଲାଇରୁ ୧୬ ଅଗଷ୍ଟ ପର୍ଯ୍ୟନ୍ତ ଶ୍ରାବଣ ଅଧିକମାସ ରହିବାକୁ ଯାଉଛି। ଏହାର ଅର୍ଥ ୧୮ ଜୁଲାଇରୁ ୧୬ ଅଗଷ୍ଟ ପର୍ଯ୍ୟନ୍ତ ମଳମାସ ରହିବ। ଅର୍ଥାତ୍ ଚଳିତବର୍ଷ ଶ୍ରାବଣ ମାସରେ ଭଗବାନ ଶିବଙ୍କ (Lord Siva) ସହ ଭଗବାନ ବିଷ୍ଣୁଙ୍କ(Lord Vishnu) କୃପା ମଧ୍ୟ ରହିବ। 


ଏଠାରେ କହିରଖୁଛୁ ଯେ, ଶ୍ରାବଣ ମାସ ଏବଂ ଚନ୍ଦ୍ର ମାସ ଆଧାରରେ ପଞ୍ଚାଙ୍ଗ ଗଣନା କରାଯାଏ । ଚନ୍ଦ୍ର ମାସ ୩୫୪ଦିନ ଅଟେ। ଏବଂ ସୋର ମାସ ହେଉଛି ୩୬୫ ଦିନ । ଏପରି ପରିସ୍ଥିତିରେ ୧୧ଦିନର ପାର୍ଥକ୍ୟ ଅଛି ଏବଂ୩ ବର୍ଷ ମଧ୍ୟରେ ଏହି ପାର୍ଥକ୍ୟ ୩୩ ଦିନ ହୋଇଯାଏ। ଯାହାକୁ ଅଧିକମାସ କୁହାଯାଏ । ଏଥର ଶ୍ରାବଣ ଗୋଟିଏ ବଦଳରେ ଦୁଇମାସ ହେବାକୁ ଯାଉଛି । ଅର୍ଥାତ୍ ଏଥର ଭୋଳାନାଥଙ୍କ (Lord Bholanath)ଭକ୍ତମାନେ ତାଙ୍କୁ ପୂଜା କରିବା ପାଇଁ ୮ ଟି ସୋମବାର ପାଇବେ । 


କୁହାଯାଏ ଯେ, ଯେଉଁ ବ୍ୟକ୍ତି ଶ୍ରାବଣ ମାସରେ ସୋମବାର ବ୍ରତ (Sombar Vrat) କରନ୍ତି ତାଙ୍କ ବୈବାହିକ ଜୀବନରେ ସୁଖସମୃଦ୍ଧି ରେ ଭରିଯାଏ।  ଶ୍ରାବଣ ମାସରେ (Sawan Masa) ପ୍ରଭୁ ଶିବଙ୍କ ଉପରେ ଦୁଦୁରା, ବେଲପତ୍ର, ଚାଉଳ, ଚନ୍ଦନ ଓ ମହୁ ଆଦି ଅଭିଷେକ କରିବା ଦରକାର । ଶ୍ରାବଣ ମାସରେ ପୂଜା ପ୍ରଭୁ ଶିବଙ୍କୁ ପ୍ରସନ୍ନ କରିଥାଏ ବୋଲି ବିଶ୍ୱାସ ରହିଛି। ଶ୍ରାବଣ ସୋମବାରରେ ବ୍ରତ ରଖିଲେ କୁଣ୍ଡଳିରେ ଚନ୍ଦ୍ରମା ସ୍ଥିତି ମଜଭୁତ ରୁହେ ବୋଲି ବିଶ୍ୱାସ ରହିଛି। ଏହା ସହ ସ୍ୱାସ୍ଥ୍ୟ ବି ଭଲ ରୁହେ ବୋଲି କୁହାଯାଏ । ସେହିପରି ଏହି ମାସରୁ ଏହି ୩ ଟି ରାଶି ର ଭାଗ୍ୟ ଖୋଲିବାକୁ ଯାଉଛି । ସେହି ରାଶି ଗୁଡ଼ିକ ହେଲା ଧନୁ ରାଶି, ତୂଳା ରାଶି ଓ ମୀନ ରାଶି।  


Also Read: Budh Gochar 2023: ଏହି ଦିନ ବୁଧ କରିବେ ରାଶି ପରିବର୍ତ୍ତନ, ରାଜ ଯୋଗର ଲାଭ ପାଇବେ ଏହି ୫ ରାଶି!


Also Read: Mangal Gochar 2023: ସିଂହ ରାଶିକୁ ଚଳନ କରିବେ ମଙ୍ଗଳ, ଏହି ତିନି ରାଶିର ଲୋକେ ହେବେ ମାଲାମାଲ୍, ନୂଆ ଚାକିରୀ ସାଙ୍ଗକୁ ରହିଛି ଧନଲାଭର ଯୋଗ!