Smart phone insurance should buy or not: ମୋବାଇଲ ଇନସ୍ୟୁରାନ୍ସର କନସେପ୍ଟ ବହୁତ ପୁରୁଣା ନୁହେଁ,ଏମିତିକି  ଅନେକ ସ୍ମାର୍ଟ ଫୋନ ବ୍ୟବହାରକାରୀ ମଧ୍ୟ ଏହା ବିଷୟରେ ଅବଗତ ନୁହଁନ୍ତି । କିନ୍ତୁ ଆଜିର ସମୟରେ ଯେତେବେଳେ ଆପଣଙ୍କୁ ସ୍ମାର୍ଟ ଫୋନ କିଣିବା ପାଇଁ ବହୁତ ଟଙ୍କା ଦେବାକୁ ପଡିଥାଏ ଏବଂ ଏହା ଏକ ମୂଲ୍ୟବାନ ଗ୍ୟାଜେଟ ବର୍ଗରେ ଆସିଥାଏ । ଅନ୍ୟପକ୍ଷରେ ସ୍ମାର୍ଟ ଫୋନ୍ ଚୋରି ଏକ ସାଧାରଣ ଘଟଣା ପାଲଟିଛି। ନିଶ୍ଚିତ ଭାବରେ ଏହାର ସୁରକ୍ଷା ଚିନ୍ତା ଉପଭୋକ୍ତାଙ୍କୁ ଚିନ୍ତାରେ ପକାଇଛି । ଏହି ଚିନ୍ତାରୁ ଆପଣଙ୍କୁ ମୁକ୍ତି ଦେଇଥାଏ ସ୍ମାର୍ଟ୍ ଫୋନ୍ ବୀମା।  ସେଥିପାଇଁ ସ୍ମାର୍ଟ୍ ଫୋନ୍ ବୀମା ଜରୁରୀ ହୋଇ ପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ଏମିତି ଏକ ସ୍ଥିତିର କଳ୍ପନା କରନ୍ତୁ। ଇଏମଆଇରେ ଆଣିଥିବା ଆପଣଙ୍କ ଫୋନ୍ ଚୋରି ହୋଇ ଯାଉଛି କିମ୍ବା ହଜି ଯାଇଛି। ଫୋନ୍ ହରାଇ ସାରିବ ପରେ ମଧ୍ୟ ଆପଣଙ୍କୁ ନିୟମିତ ଭାବେ ଇଏମଆଇ ଦେବାକୁ ପଡ଼ିବ। ଏମିତିରେ ଆପଣ କଣ କରିବେ ? ଏଭଳି ପରିସ୍ଥିତିରେ କାମରେ ଆସିଥାଏ ସ୍ମାର୍ଟ୍ ଫୋନ୍ ବୀମା। 


ଆପଣ କାହିଁକି ଆପଣଙ୍କ ମୋବାଇଲ୍ ଫୋନ୍ ବୀମା କରିବା ଉଚିତ୍?


ସ୍ମାର୍ଟ୍ ଫୋନ୍ ବୀମା ଅନ୍ୟାନ୍ୟ ବୀମା ଭଲି ଉତ୍ପାଦ ଉପରେ ବୀମା କଭର ପ୍ରଦାନ କରିଥାନ୍ତି।  ଯଦି ଆପଣଙ୍କ ମୋବାଇଲ ଚୋରି ହୁଏ, ହଜିଯାଏ ତେବେ ବୀମା କଂପାନିଆପଣଙ୍କ କ୍ଷତି ପୂରଣ ପ୍ରଦାନ କରିଥାଏ ।


ବୀମା ବର୍ଦ୍ଧିତ ୱାରେଣ୍ଟି ପଲିସି ନୁହେଁ ....


ସ୍ମାର୍ଟ ଫୋମ ଇନସ୍ୟୁରାନ୍ସ ହେଉଛି ସହଜ ଭାଷାରେ  ଏକ୍ସଟେଣ୍ଡେଡ୍ ୱାରେଣ୍ଟି ପଲିସି ।ଅଧିକାଂଶ କଂପାନି ଏକ ବର୍ଷର ୱାରେଣ୍ଟି ପ୍ରଦାନ କରୁଥିବା ବେଳେ ବର୍ଦ୍ଧିତ ୱାରେଣ୍ଟି ଆପଣଙ୍କୁ ୩ ବର୍ଷ ପର୍ଯ୍ୟନ୍ତ କଭର ଦେଇଥାଏ। ଏକ୍ସଟେଣ୍ଡେଡ୍ ୱାରେଣ୍ଟିରେ ସ୍ମାର୍ଟ ଫୋନ୍ ନିର୍ମାତା ମାନୁଫେକ୍ଟରିଂ ଡିଫେକ୍ଟ ଉପରେ ଅଧିକ ତିନିବର୍ଷର ଗ୍ୟାରେଣ୍ଟି ଦେଇଥାନ୍ତି। ଅର୍ଥାତ ଆପଣଙ୍କ ଫୋନ ଖରାପ ହେଲେ କମ୍ପାନୀ ମାଗଣାରେ ସଜାଡିବା ସହିତ ଯନ୍ତ୍ରାଂଶ ମଧ୍ୟ ମାଗଣାରେ ଦେଇଥାଏ।  କିନ୍ତୁ ଏହା ଜାଣିବା ଜରୁରୀ ଯେ ଏହି ପଲିସି ଫୋନ୍ ଚୋରି କିମ୍ବା କ୍ଷତି କ୍ଷେତ୍ରରେ କୌଣସି କଭର ଦିଏ ନାହିଁ କାରଣ ଏହା କେବଳ ପ୍ରଡକ୍ଟ ଉପରେ  ଗ୍ୟାରେଣ୍ଟି ଦେଇଥାଏ । ଏଭଳି ସ୍ଥିତିରେ ବୀମା ର ଆବଶ୍ୟକତା ରହିଛି।


କେବଳ ବୀମା ହିଁ ଡିଜିଟାଲ ଠକେଇର ଭରଣା କରିପାରିବ


ଡିଜିଟାଲ ଠକେଇ ଆଜିକାଲି ଏକ ସାଧାରଣ ଅପରାଧ ରେ ପରିଣତ ହୋଇଛି । ଅପରାଧୀ ଆପଣଙ୍କ ସୋସିଆଲ ମିଡିଆ ଆକାଉଣ୍ଟ କିମ୍ବା ବ୍ୟାଙ୍କ ବିବରଣୀ ଚୋରି କରିପାରେ । ଏହା ମଧ୍ୟ ଆପଣଙ୍କ ପାଇଁ ଅନଲାଇନ୍ ଟ୍ରାଞ୍ଜାକ୍ସନ କରିବାରେ ସମସ୍ୟା ସୃଷ୍ଟି କରିଥାଏ । ଏଭଳି ପରିସ୍ଥିତିରେ ଆପଣ ଏକ ସାଇବର ଇନସ୍ୟୁରାନ୍ସ ପଲିସି ନେଇପାରିବେ ଯାହା ଅନଲାଇନ ଠକେଇ, ସାଇବର ଷ୍ଟକିଂ କିମ୍ବା ମାଲୱେୟାର ଆକ୍ରମଣ ଜନିତ କ୍ଷତିକୁ କଭର କରିଥାଏ ।