Surya Saptami Worship: ଦାନ ଏକ ଅତ୍ୟନ୍ତ ଗୁଣାତ୍ମକ କାର୍ଯ୍ୟ ଭାବରେ ବିବେଚନା କରାଯାଏ । ହିନ୍ଦୁ ଧର୍ମରେ ଏହାର ବିଶେଷ ଗୁରୁତ୍ୱ ରହିଛି। ସନାତନ ଧର୍ମରେ ଅନେକ ପ୍ରକାରର ଦାନ ବିଷୟରେ ଉଲ୍ଲେଖ କରାଯାଇଛି। 'ଆଦିତ୍ୟ ମଣ୍ଡଳ ଦାନ' ମଧ୍ୟ ଏଥି ମଧ୍ୟରୁ ଅନ୍ୟତମ । ଏହି ଦାନ କରିବା ଦ୍ବାରା ଭଗବାନ ସୂର୍ଯ୍ୟ ଖୁସି ହୁଅନ୍ତି ଏବଂ ତାଙ୍କର ଆଶୀର୍ବାଦ କରନ୍ତି । ଯାହା ଆପଣଙ୍କର ରାଶିରେ ସୁପ୍ରଭାବ ପକାଇ ଥାଏ । ଏହି ଦାନ କରିବା ଦ୍ବାରା ଆପଣଙ୍କ ରାଶିରେ ଥିବା ଅନେକ ପ୍ରକାର ଦୋଷ ଦୂର ହୋଇଯାଏ ଏବଂ ଜୀବନରେ କୌଣସି ପ୍ରକାର ସମସ୍ୟାର  ସମ୍ମୁଖୀନ ହେବାକୁ ପଡେ ନାହିଁ । 


COMMERCIAL BREAK
SCROLL TO CONTINUE READING

ପୂଜା ବିଧି :


ଧାର୍ମିକ ବିଶ୍ବାସ ଅନୁଯାୟୀ ଆଦିତ୍ୟ ମଣ୍ଡଳ ଦାନ କରିବାର ପଦ୍ଧତି ଭଗବାନ କୃଷ୍ଣଙ୍କୁ ଯୁଧିଷ୍ଠିରଙ୍କୁ କହିଥିଲେ। ଏହି ପଦ୍ଧତି ଅନୁଯାୟୀ, ସର୍ବପ୍ରଥମେ, ବାର୍ଲିରେ କିଛି ଗୁଡ ଓ ଗୁଆ ଘିଅକୁ ମିଶ୍ରଣ କରି ଛୋଟ ଛୋଟ ଆକୃତିର ଲଡୁ ତିଆରି କରନ୍ତୁ । ଏହା ପରେ ଭଗବାନ ସୂର୍ଯ୍ୟଙ୍କୁ ପୂଜା କରିବା ପରେ ତାଙ୍କ ସାମ୍ନାରେ ଛିଡା ହୋଇ ଲାଲ ଚନ୍ଦନ ଅର୍ପଣ କରନ୍ତୁ। ଏବଂ ଦୀପ ଲଗାଇ ପୂଜା କରନ୍ତୁ। ଏପରି ପ୍ରତ୍ୟକ ଦିନ ନିୟମିତ ଭାବରେ କରନ୍ତୁ । 


ଦାନ
ପୂଜା ପରେ ଜଣେ ବ୍ରାହ୍ମଣଙ୍କୁ ଡାକିବା ଉଚିତ୍ । ଏବଂ ତାଙ୍କୁ ଏକ ଆସନରେ ବସାଇ ପ୍ରଥମେ ପୂଜା କରନ୍ତୁ  ଏହା ପରେ ସେମାନଙ୍କୁ ନାଲି ବସ୍ତ୍ର ସହ ଦକ୍ଷିଣା ଦିଅନ୍ତୁ । ଦାନ କରିବା ସମୟରେ ଗୋଟିଏ ମନ୍ତ୍ର ଜପ କରାଯିବା ଉଚିତ୍ । ଏହି ମନ୍ତ୍ର ଜପ କରି ଦାନ କରିବା ଦ୍ବାର ଦାତାଙ୍କର ମନସ୍କାମନା ପୂର୍ଣ୍ଣ ହେବା ସହ ଜଣେ ଦାତାଙ୍କର ଦାନ ଯୋଗ୍ୟ ବୋଲି ବିବେଚିତ ହୁଏ । ତେବେ, ସେହି ମନ୍ତ୍ରଟି ନିମ୍ନ ଲିଖିତ ରହିଛି ।


ଆଦିତ୍ୟ ତେଜସୋତପମ୍ ରଜତନ୍ ବିଧିରତ୍ନମ୍ 
ଶ୍ରୀୟସେମମ୍ ଭିପ୍ରମତମ୍ ପ୍ରତିଗ୍ରହତେତ୍ବମ୍



ଏହି ଦାନ ସୂର୍ଯ୍ୟ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଭଗବାନ ସୂର୍ଯ୍ୟ ଏହି ଦାନରେ ସନ୍ତୁଷ୍ଟ ଏବଂ ଆଶୀର୍ବାଦ ପ୍ରଦାନ କରନ୍ତି । ଭଗବାନ ସୂର୍ଯ୍ୟଙ୍କ ଅନୁଗ୍ରହରେ ଦାତାଙ୍କର ସମସ୍ତ ପାପ ନଷ୍ଟ ହୋଇଯାଏ । ଏହା ପରେ ସେ ଜଣେ ରାଜା ପରି ଜୀବନଯାପନ ଆରମ୍ଭ କରନ୍ତି । ଯଦିଓ ଏହି ଦାନ ପ୍ରତିଦିନ କରାଯାଇପାରିବ, କିନ୍ତୁ ବିଜୟ ସପ୍ତମୀ ଦିନ ଏହି ଦାନର ବିଶେଷ ଗୁରୁତ୍ୱ ରହିଛି ।


(ପ୍ରତ୍ୟାଖ୍ୟାନ: ଏହା ଏକ ଖବର ମାତ୍ର ସୂଚନା ଉପଯୋଗୀ, ହେଲେ ଜି ଓଡିଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ )


 ଏହାବି ପଢନ୍ତୁ : Nail Astrology: କେବଳ ରବିବାର ଦିନ ଏହି ସମୟରେ କାଟନ୍ତୁ ନଖ, ବଢିବ ଧନ ସହ ସୁଖ ସମୃଦ୍ଧି !


 ଏହାବି ପଢନ୍ତୁ : Vastu Tips: ଘରର ଏହି ଦିଗରେ କରିଛନ୍ତି କି ହଳଦିଆ ରଙ୍ଗର ପେଣ୍ଟିଂ, ଜାଣନ୍ତୁ କ'ଣ ହେବ କ୍ଷତି