Chhath Puja 2022: ଛଟ୍ ପୂଜା ପାଇଁ ଉତ୍ସବ ମୁଖର ସାରା ଦେଶ । ଆଜି ଛଟ ପୂଜାର ତୃତୀୟ ଦିନ । ଛଟ୍‌ ପୂଜାରେ ସୂର୍ଯ୍ୟ ଦେବତା ଓ ତାଙ୍କ ଭଉଣୀ ଛଟି ମାତାଙ୍କୁ ପୂଜା କରାଯାଏ। ଏହି ପୂଜା ମୁଖ୍ୟତ ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ ,ମଧ୍ୟପ୍ରଦେଶ, ଗୁଜୁରାଟ, ଚଣ୍ଡିଗଡ଼, ଛତିଶଗଡ, ମୁମ୍ବାଇ ଏବଂ ଗୋଆରେ ପାଳନ କରାଯାଇଥାଏ।  ଏହି ପର୍ବ ପାଳନ କଲେ ପରିବାର ସୁଖ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି। ତୃତୀୟ ଦିନରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ବ୍ରତଧାରୀମାନେ ପୂଜା କରିଥାନ୍ତି । ଦୀପାବଳିର ୬ ଦିନ ପରେ ଏହି ପର୍ବ ପାଳନ କରାଯାଏ।


COMMERCIAL BREAK
SCROLL TO CONTINUE READING

ଛଟ ପୂଜାରେ ସୂର୍ଯ୍ୟ ଭଗବାନ , ଛଟି ମାତାଙ୍କୁ ପୂଜା କରିବା ଏବଂ ସେମାନଙ୍କୁ ଅର୍ଘ୍ୟ ଅର୍ପଣ କରିବାର ନିୟମ ରହିଛି। ଗତ କିଛି ବର୍ଷ ମଧ୍ୟରେ ଛଟ ପୂଜା ଏକ ଲୋକ ମହୋତ୍ସବ ଭାବରେ ଏକ ସ୍ୱତନ୍ତ୍ର ପରିଚୟ ପାଇଛି । ଏହାର କାରଣ ହେଉଛି ବର୍ତ୍ତମାନ ବିହାର, ଝାଡଖଣ୍ତ ବ୍ୟତୀତ ଏହି ପର୍ବର ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ପାଳନ କରାଯାଉଛି । ସୂର୍ଯ୍ୟ ହେଉଛନ୍ତି ଦୃଶ୍ୟମାନ ଦେବତା,ଯିଏ ପୃଥିବୀର ସମସ୍ତ ପ୍ରାଣୀମାନଙ୍କର ଜୀବନର ଆଧାର ଅଟନ୍ତି । ସୂର୍ଯ୍ୟ ଭଗବାନଙ୍କ ସହିତ ଛଟ ମାତାଙ୍କୁ ପୂଜା କରିବାର ଏକ ନିୟମ ମଧ୍ୟ ଅଛି। ପୌରାଣିକ ବିଶ୍ୱାସ ଅନୁଯାୟୀ, ଛଟି ମାତା ଶିଶୁଙ୍କ ପାଇଁ ରକ୍ଷାକାରୀ କବଚ ବୋଲି କୁହାଯାଉଥିବା ବେଳେ ଶିଶୁ ମାନଙ୍କୁ ଦିର୍ଘାୟୁ ପ୍ରଦାନ କରିଥାନ୍ତି ।


ଏହାବି ପଢନ୍ତୁ :Chhath Puja 2022: ଛଟ୍ ପୂଜା କରିବା ପୂର୍ବରୁ ବ୍ରତଧାରୀମାନେ ଜାଣି ରଖନ୍ତୁ ଏହି ସବୁ ନୀତି ନିୟମ


ଏହାବି ପଢନ୍ତୁ :Chhath Puja 2022 Day 2: ଛଟି ମାତାଙ୍କ ପାଖରେ ଲଗାନ୍ତୁ ଏହି ଭୋଗ, ନିଃସନ୍ତାନ ଦମ୍ପତିଙ୍କ ମୁହଁରେ ଫୁଟିବ ହସ


ଛଟ୍ ପୂଜା ସମୟରେ ଭଗବାନ ସୂର୍ଯ୍ୟ ଓ  ଛଟି ମାୟାଙ୍କୁ ଉପାସନା କରିବାର କିଛି ନିୟମ


ଛତ୍ର ପୂଜାରେ ସୂର୍ଯ୍ୟଦେବ ଏବଂ ଛଟ ମାତାଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ତେଣୁ ଏହି ଦିନ ବ୍ରତଧାରୀମାନେ ଭଗବାନଙ୍କ କୃପା ଲାଭ କରିବା ପାଇଁ ନିୟମ ଅନୁଯାୟୀ ପୂଜା କରାଯିବା ଉଚିତ୍। ତେବେ କେଉଁ ଶୁଭ ମୁହୂର୍ତ୍ତରେ ଆପଣ ପୂଜା କଲେ ଛଟି ମାତାଙ୍କ କୃପା ଲାଭ କରି ପାରିବେ ସେଥି ପ୍ରତି ବ୍ରତଧାରୀ ଧ୍ୟାନ ଦେବା ଉଚିତ୍। 


ଜାଣି ରଖନ୍ତୁ ଛଟ୍ ପୂଜାର ଶୁଭ ମୁହୁର୍ତ୍ତ  


ସନ୍ଧ୍ୟା ଅର୍ଘ୍ୟ ୩୦ ତାରିଖରେ ରହିଥିବା ବେଳେ ସୂର୍ଯ୍ୟାସ୍ତ ସମୟ ୧୭.୩୭ ରହିଛି । ଏହି ସମୟରେ ବ୍ରତଧାରୀ ସୂର୍ଯ୍ୟଦେବଙ୍କୁ ସନ୍ଧ୍ୟା ଅର୍ଘ୍ୟ ପ୍ରଦାନ କଲେ ଖୁବ ଶୁଭକର ହୋଇଥାଏ । ଏବଂ ବ୍ରତଧାରୀମାନେ ଦେବୀ ଛଟିମାତାଙ୍କ କୃପା ମଧ୍ୟ ପାଇ ପାରିବେ।  ସେହିପରି ଅକ୍ଟୋବର ୩୧ରେ ଉଷା ଅର୍ଘ୍ୟ ଅର୍ପଣ କରିପାରିବେ । ଯାହାର ଶୁଭ ମୁହୂର୍ତ୍ତ ରହିଛି ସନ୍ଧ୍ୟା ୬ଟା ୩୧ ମିନିଟ୍ ସମୟ ।