Dhanteras 2022: ଧନତେରାସରେ ଘରକୁ ଆଣନ୍ତୁ ଏସବୁ ସାମଗ୍ରୀ , ଚମକିବ ଆପଣଙ୍କ ଭାଗ୍ୟ
Dhanteras 2022: ଧନତେରାସ (Dhanteras) ବା ଧନତ୍ରୟୋଦଶୀ (Dhanatrayodashi) ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀରେ ପାଳନ କରାଯାଏ । ସାଧାରଣତଃ ଏହାକୁ ଧନତେରାସର ପର୍ବ ବୋଲି କୁହାଯାଏ। ଏହି ଦିନ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ବିଭିନ୍ନ ସମ୍ପ୍ରଦାୟର ଲୋକେ ଏହାକୁ ଧୁମଧାମରେ ପାଳନ କରନ୍ତି ।
Dhanteras 2022: ଧନତେରାସ (Dhanteras) ବା ଧନତ୍ରୟୋଦଶୀ (Dhanatrayodashi) ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀରେ ପାଳନ କରାଯାଏ । ସାଧାରଣତଃ ଏହାକୁ ଧନତେରାସର ପର୍ବ ବୋଲି କୁହାଯାଏ। ଏହି ଦିନ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଧନତେରାସ ସାରା ଦେଶରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ଏହାକୁ ଧୁମଧାମରେ ପାଳନ କରନ୍ତି । ବିଶ୍ବାସ ରହିଛି ଯେ, ଧନତେରାସ ଦିନ ନୂଆ ଜିନିଷ ଘରକୁ କିଣିକି ଆଣିଲେ ଶୁଭ ବୋଲି ଧରାଯାଏ । ଧନତେରାସ ଦିନ କିଛି ଲୋକେ ସୁନା ରୂପା ଘରକୁ କିଣିକି ଆଣିବା ସହ କିଛି ଆସବାବ ପତ୍ର ମଧ୍ୟ ଆଣିଥାନ୍ତି । ଆପଣ ଜାଣନ୍ତି କି ଏହି ସବୁ ଜିନିଷ ଘରକୁ ଆଣିଲେ ଘରେ କେବେବି ଘରେ କୌଣସି ଅର୍ଥ ସମସ୍ୟା ରୁହେ ନାହିଁ । ଧାନତେରାସରେ ଆପଣଙ୍କର ଘରକୁ କିଛି ନୂଆ ବାସନ ଆଣନ୍ତୁ । କିଛି ପିତ୍ତଳ, ତମ୍ବା, ରୂପା, କିମ୍ବା ମାଟିରେ ତିଆରି ବାସନ ଘରକୁ ଆଣିବା ଶୁଭ ବୋଲି ମନାଯାଏ ।
ନୂଆ ବାସନକୁ ଘରକୁ ଆଣିବା ପରେ ସେଥିରେ ମାଆ ଲକ୍ଷ୍ମୀଙ୍କ ପାଇଁ ପ୍ରଥମେ ପ୍ରସାଦ ତିଆରି କରନ୍ତୁ । ଯାହା ଦ୍ବାରା ଆପଣଙ୍କ ଭାଗ୍ୟ ଚମକିବ । ଘରେ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ହେବ। ହିନ୍ଦୁ ପରମ୍ପରା ଅନୁଯାୟୀ,ଏହି ଦିନ ଖାଲି ବାସନ ଘରେ ରଖିବା ନିଷେଧ ବୋଲି ଧରାଯାଏ । ବାସନକୁ ଆଣିବା ପରେ ସେଥିରେ କିଛି ମସୁର ଡାଲି, ଚାଉଳ କିମ୍ବା କ୍ଷୀରରେ ଭରି ରଖନ୍ତୁ । ସେହିପରି ଧନତେରାସ ଦିନ ଆପଣ ଘରକୁ ବୈଦ୍ୟୁତିକ ଉପକରଣ କିଣିକି ଆଣିପାରିବେ । କାହିଁକିନା ଏହି ଦିନ ଆପଣ ଦିଓ୍ବାଲି ଅଫର ଯୋଗୁଁ ନିଜର ଅନେକ ଟଙ୍କା ବଞ୍ଚାଇ ପାରିବେ। ସେହିପରି ଧନତେରାସ ଦିନ ଘରକୁ ସୁନା କିଣିବା ଶୁଭ ବୋଲି ବିଚାର କରାଯାଏ । ଧନତେରାସ ଦିନ ସୁନା କିଣି ଘରକୁ ଆଣିଲେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ସେଥିପାଇଁ ଅଧିକାଂଶ ଲୋକେ ସେହି ଦିନ ସୁନା କିଣି ଥାନ୍ତି । ସେହିପରି ଏହି ଦିନ ଘରକୁ ଯେ କୌଣସି ଦେବାଦେବୀଙ୍କ ମୂର୍ତ୍ତୀ କିଣିକି ଆଣିବା ମଧ୍ୟ ଶୁଭ ବୋଲି ମନାଯାଏ ।
ଯଦି ଏହି ଦିନରେ ଆପଣ ଘରକୁ କୌଣସି ପ୍ରକାର ଝାଡୁ କିଣିକି ଆଣୁଛନ୍ତି । ତେବେ ଏହାକୁ ଶୁଭ ବୋଲି ଧରାଯାଏ । ଏହିଦିନ ଆପଣ ଘରକୁ ଝାଡୁ କିଣିକି ଆଣିଲେ ଗରିବି ଚାଲିଯାଏ ବୋଲି ବିଶ୍ବାସ କରାଯାଏ । ସମଗ୍ର ଦେଶରେ ଲୋକମାନେ ଏହି ଦିନ “ଧାନ”କୁ ପୂଜା କରିବା ସହିତ ଦେବୀ ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରନ୍ତି । ସାଧାରଣତଃ ବ୍ୟବସାୟୀମାନେ ଏହି ଦିନ ନିଜ ଦୋକାନ ଓ ସୋରୁମକୁ ଫୁଲରେ ସଜେଇ ମାଆ ଲକ୍ଷ୍ମୀଙ୍କୁ ଆବାହନ କରନ୍ତି। ଏହି ଦିନ ସୁନା ଓ ରୂପା ମୁଦ୍ରା କିଣିବା ଶୁଭ ବୋଲି ଧରାଯାଏ ।ଏହି ଦିନ ଗୋମତି ଚକ୍ର (Gomti chakra) ମଧ୍ୟ ଘରକୁ ଆଣିବା ଶୁଭ ବୋଲି ଧରାଯାଇଥାଏ । ଦେବୀ ଲକ୍ଷ୍ମୀ ଏବଂ ହିନ୍ଦୁ ଧର୍ମର ଅଧିକାଂଶ ପୂଜକ ଏହାକୁ ପବିତ୍ର ବୋଲି ଭାବନ୍ତି। ଦୀପାବଳିର ପର୍ବ ଦିନରେ ପୂଜା କରିବାବେଳେ ଏହାକୁ ବ୍ୟବହାର କରାଯାଇପାରିବ । ବିଭିନ୍ନ ସମସ୍ୟାରୁ ରକ୍ଷା ପାଇବା ପାଇଁ ଗୋମତି ଚକ୍ରକୁ ଘରେ ଏବଂ କାର୍ଯ୍ୟରେ ରଖିବା ଏକାନ୍ତ ଆବଶ୍ୟକ । ଏହା ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।