Gyanvapi Masjid Case, ଲକ୍ଷ୍ନୌ: ବାରଣାସୀର ଜ୍ଞାନବାପୀ ମସଜିଦ୍ ବିବାଦର ଅନ୍ତ କେବେ? ମସଜିଦ କମ୍ପ୍ଲେକ୍ସରେ ମିଳିଥିବା 'ଶିବଲିଙ୍ଗ'ରେ ଫୁଲ ଓ କ୍ଷୀର ଚଢିବ କେବେ? ଏହି ପ୍ରଶ୍ନ ଏବେ ଦେଶର କୋଟି କୋଟି ହିନ୍ଦୁଙ୍କୁ ଆନ୍ଦୋଳିତ କରିଛି। ମଙ୍ଗଳବାର  ଫାଷ୍ଟ ଟ୍ରାକ କୋର୍ଟରେ ଏହି ମାମଲାର ରାୟ ଆସିବାର ଥିଲା କିନ୍ତୁ କୋର୍ଟ ତାହାକୁ ନଭେମ୍ବର ୧୪ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। କୋର୍ଟର ସିଭିଲ୍ ଜଜ୍ ମହେନ୍ଦ୍ର ପାଣ୍ଡେ ଛୁଟିରେ ଥିବାରୁ ଏହି ମାମଲା ରାୟ ତାରିଖ ଘୁଞ୍ଚାଯାଇଥିବା ସହକାରୀ ଜିଲ୍ଲା ସରକାରୀ ପରାମର୍ଶଦାତା ସୁଲାଭ ପ୍ରକାଶ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ଗତ ଅକ୍ଟୋବର ୨୭ରେ ଜ୍ଞାନବାପି ମସଜିଦ ବିବାଦ ମାମଲାର ଶୁଣାଣି ସରିଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ନଭେମ୍ବର ୮ ଚୂଡାନ୍ତ ରାୟ ଶୁଣାଇବେ ବୋଲି କହିଥିଲେ। କିନ୍ତୁ କୋର୍ଟର ସିଭିଲ୍ ଜଜ୍ ମହେନ୍ଦ୍ର ପାଣ୍ଡେ ଛୁଟିରେ ଥିବାରୁ ଏହି ମାମଲା ରାୟ ତାରିଖ ଘୁଞ୍ଚାଯାଇଛି। ସହକାରୀ ଜିଲ୍ଲା ସରକାରୀ ପରାମର୍ଶଦାତା ସୁଲାଭ ପ୍ରକାଶ ଏହି ସୂଚନା ଦେଇଛନ୍ତି। ତେବେ ନଭେମ୍ବର ୧୪ରେ ମାମଲାର ରାୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। କୋର୍ଟଙ୍କ ରାୟ ନ ଆସିବା ଯାଏ ଉଭୟ ମୁସଲିମ ଓ ହିନ୍ଦୁ ପକ୍ଷକୁ ମସଜିଦରେ ପ୍ରାର୍ଥନା ଓ ପୂଜା ମନା କରାଯାଇଛି। 


Also Read: Kartika Purnima: କାହିଁକି କେବଳ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଯାଏ? ଜାଣନ୍ତୁ ବୈଜ୍ଞାନିକ କାରଣ


ଅନ୍ୟପଟେ ଜିଲ୍ଲା ଜଜ୍ ଏ କେ ବିଶ୍ୱେଶ ଜ୍ଞାନବାପି ପରିସରରେ ବନ୍ଦ ଭୂତଳ ସ୍ଥାନଗୁଡିକର ସର୍ଭେ ଦାବିରେ ଆଉ ଏକ ମାମଲାର ଶୁଣାଣି କରୁଛନ୍ତି। ନଭେମ୍ବର ୧୧ରେ ଏହି ମାମଲାର ଶୁଣାଣି ହେବ। ଏହା ପୂର୍ବରୁ କୋର୍ଟ ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ଦାଏର ପିଟିସନକୁ ଖାରଜ କରିଥିଲେ। କାର୍ବନ ଡେଟିଂ ବା ଯନ୍ତ୍ରପାତିର ବ୍ୟବହାର ଦ୍ୱାରା କଥିତ ଶିବଲିଙ୍ଗ ନଷ୍ଟ ହେବାର ସମ୍ଭାବନା ଅଛି ବୋଲି କୋର୍ଟ କହିଥିଲେ। ଯାହା ପରେ ହିନ୍ଦୁ ପକ୍ଷଙ୍କୁ ଏକ ଶକ୍ତ ଧକ୍କା ଲାଗିଥିଲା। କାରଣ କାର୍ବନ ଡେଟିଂରେ ସେହି କଥିତ ଶିବଲିଙ୍ଗ କେତେ ବର୍ଷ ପୁରୁଣା ତାହା ଜଣା ପଡିଥାନ୍ତା।


କିରଣ ସିଂ ନାମକ ଜଣେ ବ୍ୟକ୍ତି ଗତ ମେ ୨୫ରେ ଏକ ପିଟିସନ ଦାଖଲ କରିଥିଲେ, ଯେଉଁଥିରେ ବାରାଣାସୀର ଜିଲ୍ଲା ମାଜିଷ୍ଟ୍ରେଟ, ପୋଲିସ କମିଶନର, ଅଞ୍ଜୁମାନ ଇନ୍ତେଜାମିଆ କମିଟି ତଥା ବିଶ୍ୱନାଥ ମନ୍ଦିର ଟ୍ରଷ୍ଟ ପକ୍ଷଭୁକ୍ତ ହୋଇଥିଲେ। ପରେ ମେ ୨୫ରେ ଜିଲ୍ଲା କୋର୍ଟର ବିଚାରପତି ଏ.କେ ବିଶ୍ୱଶ ଏହି ମାମଲାକୁ ଏକ ଫାଷ୍ଟ ଟ୍ରାକ କୋର୍ଟକୁ ସ୍ଥାନାନ୍ତର କରିଥିଲେ। ଜ୍ଞାନବାପୀ ପରିସରରେ ମୁସଲମାନମାନଙ୍କ ପ୍ରବେଶକୁ ବାରଣ କରିବା, ପରିସରକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବା ସହିତ ଉକ୍ତ ସ୍ଥାନରୁ ମିଳିଥିବା କଥିତ ଶିବଲିଙ୍ଗର ନିୟମିତ ଉପାସନା କରିବାର ଅଧିକାର ପ୍ରଦାନ କରିବାକୁ ଆବେଦନକାରୀ କିରଣ ସିଂ ଅନୁରୋଧ କରିଛନ୍ତି।


Also Read: Chhawla Rape And Murder Case: ତିନି ଦୋଷୀଙ୍କୁ କାହିଁକି ଛାଡ଼ି ଦେଲେ ସୁପ୍ରିମକୋର୍ଟ? ୮ ବର୍ଷ


ଏହାପୂର୍ବରୁ, ଚଳିତ ବର୍ଷ ମେ ମାସରେ ସିଭିଲ୍ ଜଜ୍ (ସିନିୟର ଡିଭିଜନ୍) କୋର୍ଟଙ୍କ ନିର୍ଦ୍ଦେଶରେ ଜ୍ଞାନବାପୀ ମସଜିଦ୍ ଏବଂ ଶୃଙ୍ଗାର ଗୌରୀ କମ୍ପ୍ଲେକ୍ସର ଏକ ଭିଡିଓଗ୍ରାଫି ସର୍ଭେ କରାଯାଇଥିଲା। ଏହି ସମୟରେ ମସଜିଦର ଭାଜୁଖାନାରେ ଏକ ଚିତ୍ର ଦେଖିବାକୁ ମିଳିଥିଲା, ଯାହାକୁ ହିନ୍ଦୁ ଦଳ ଶିବଲିଙ୍ଗ ବୋଲି ଦାବି କରିଥିଲେ ଏବଂ ସେଠାରେ ଆଦି ବିଶ୍ୱେଶ୍ୱର ଉପସ୍ଥିତ ଥିବା କହିଥିଲେ। ଅନ୍ୟପକ୍ଷରେ ମୁଗଲ ବିଲ୍ଡିଂରେ ଏପରି ଝରଣା ମିଳିବା ସାଧାରଣ କଥା ବୋଲି ମୁସଲିମ ପକ୍ଷ ଯୁକ୍ତି ଦର୍ଶାଇଥିଲେ।