Happy Raja 2022 : ଆଜି ପହିଲି ରଜ। ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ରଜ ଉତ୍ସବରେ ଫେରିଛି ଚମକ। କୋରୋନା ସଂକ୍ରମଣ ହ୍ରାସ ପରେ ରାଜ୍ୟବ୍ୟାପୀ ସର୍ବସାଧାରଣରେ ରଜ ମହୋତ୍ସବ ପାଳନ କରାଯାଉଛି। ରଜ ପାଇଁ ଗାଁରୁ ସହର ଉତ୍ସବମୁଖର ହୋଇ ଉଠିଛି। ଘରେ ଘରେ ପିଠାପଣାର ଆସର ଲାଗିଛି।


COMMERCIAL BREAK
SCROLL TO CONTINUE READING

ଓଡିଆ ପର୍ବପର୍ବାଣୀ ପାଇଁ ୨୦୨୨ ଜୁନ ୧୪ ତାରିଖର ଏକ ବିଶେଷ ମହତ୍ୱ ରହିଛି। ଗୋଟିଏ ଦିନରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ପଡିଛି। ଉଭୟ ଉତ୍ସବକୁ ନେଇ ଓଡିଶାବାସୀ ବେଶ ଆନନ୍ଦିତ ଅଛନ୍ତି। ଗୋଟିଏ ପଟେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦିରୁ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି, ଆଉ ଅନ୍ୟପେଟ ଗାଁ ଗଛ ମୂଳେ ତରୁଣୀ ଓ ଯୁବତୀଙ୍କ ଭିଡ ଜମିଛି। ସେମାନେ ରଜ ପାନ, ପିଠାପଣା ସାଙ୍ଗକୁ ଦୋଳିର ମଜା ନେଉଛନ୍ତି। ଗତ ଦୁଇ ବର୍ଷ ହେଲା କୋରୋନା କଟକଣା ପାଇଁ ରଜ ପର୍ବ ଫିକା ପଡିଥିଲା। କିନ୍ତୁ ଏଥର ସବୁଛି ରଜ ଉତ୍ସବ ବହୁ ଜାକଯମକରେ ପାଳନ ହେଉଛି। 


Also Read: ଆଜି ଦେବସ୍ନାନ ପୂର୍ଣ୍ଣିମା; ରତ୍ନବେଦି ଛାଡି ସ୍ନାନବେଦିରେ ଚତୁର୍ଦ୍ଧାମୂର୍ତ୍ତି, ଦଇତାପତିଙ୍କ ଘରେ ଅଲଗା ଜଳିବ ଚୁଲି


ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ। ଏବହାକୁ ରାଜ୍ୟର ଗଣପର୍ବ ବୋଲି ମଧ୍ୟ କୁହାଯାଏ। ରଜ ପର୍ବ ତିନିଦିନ ଧରି ପାଳନ କରାଯାଇଥାଏ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ ଓ ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ବୋଲି କୁହାଯାଏ। ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ। 


ରଜରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି। ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ। କିନ୍ତୁ ବର୍ତ୍ତମାନର ଆଧୁନିକତାର ଛାପରେ ଏହି ସବୁ ପରମ୍ପରା ଧୀରେ ଧୀରେ ଲୋପ ପାଇବାରେ ବସିଲାଣି। ଲୋକେ ଗାଁ ଛାଡି ସହରରେ ବସବାସ କରୁଛନ୍ତି। କଂକ୍ରିଟ ଜଙ୍ଗଲରେ ଆଉ ଗଛ ଡାଳ ଏକ ପ୍ରକାରର ଉଭାନ ହୋଇଯାଇଛି।