Rathyatra 2024 : ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଗାଁ ଠୁ ସହର ସବୁଠି ଚଳଚଞ୍ଚଳ।ପୁରାତନ କାଳର ରଥଯାତ୍ରା ଆଉ ବର୍ତ୍ତମାନର ରଥଯାତ୍ରା ମଧ୍ୟରେ ଅନେକ ପରିବର୍ତନ ହୋଇଛି। 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ  ରଥ ଟାଣିବାକୁ ବଡ଼ଦାଣ୍ଡରେ ପହଞ୍ଚି ଯାଉଛନ୍ତି ହଜାର ହଜାର ଭକ୍ତ ।  ଏବେ ପିଚୁ ରାସ୍ତା ହୋଇଗଲାଣି । ରଥ ଏବେ ପୁରା ଚକ୍ ଚକ୍ ରାସ୍ତାରେ ଆରାମରେ ଗଡ଼ି ଯାଉଛି । ରଥର ଚକା ବି ଅଧିକ କ୍ଷତିଗ୍ରସ୍ତ ହେଉ ନାହିଁ । ଭକ୍ତ ମାନଙ୍କୁ ଅଧିକ ପରିଶ୍ରମ ବି କରିବାକୁ ପଡ଼ୁନି ରଥ ଟାଣିବାକୁ ନେଇ । କିନ୍ତୁ ଏତ ନୂଆ ଯୁଗର କଥା 


ହେଲେ ଆମେ ଯଦି ଦେଶ ସ୍ୱାଧିନ ହେବା ପୂର୍ବର ରଥ ଟଣା କଥା କହିବା ତେବେ ସେତେବେଳେ ଏମିତି ପିଚୁ ରାସ୍ତା ନଥିଲା । ବଡ଼ଦାଣ୍ଡ ଖାଲି ବାଲି ଆଉ ମାଟିରେ ପରିପୂର୍ଣ୍ଣ ଥିଲା । ଯାହା ଉପରେ ରଥ ଟାଣିବା ବହୁତ କଷ୍ଟ ହୋଇପଡ଼ୁଥିଲା । ଚକା ବାଲିରେ ପୋତି ହୋଇଗଲେ ବହୁତ କଷ୍ଟରେ ଯାଇ ଗଡ଼ୁଥିଲା । ରଥ ଗଡ଼ିଲା ବେଳେ ଚକା ମୋଡ଼ି ହୋଇ ମଧ୍ୟ ଭାଙ୍ଗୁଥିଲା ଅଧା ରାସ୍ତାରେ । ଭକ୍ତ ମାନେ ରଥକୁ ଭଲ ଭାବରେ ଟାଣିପାରୁନଥିଲେ ।


ସେଥିପାଇଁ ଆଗରୁ ରଥ ଟାଣିବା ପାଇଁ ଶକ୍ତିଶାଳି କଳାବେଠିଆ ମାନଙ୍କୁ ନିୟୋଜିତ କରାଯାଉଥିଲା । ଏସିଆଟିକ୍ ରିସର୍ଚ୍ଚେସରେ ଲେଖା ଯାଇଥିବା ତଥ୍ୟ ମୁତାବିକ ୪ ହଜାର ୨ଶହ କଳାବେଠିଆ ରଥ ଟଣାରେ ନିୟୋଜିତ ହେଉଥିଲେ । ଯେଉଁମାନଙ୍କ ପାଖରେ ଥିଲା ପ୍ରବଳ ଶକ୍ତି । ବରକନ୍ଦାଜ ନାଲି ପତାକା ଯେଉଁ ଦିଗକୁ ଦେଖାଉଥିଲେ ସେହି ଦିଗକୁ ରଥ ଟାଣୁଥିଲେ ଏହିମାନେ । ଏହି କଳାବେଠିଆ ପୁରୀର ବିଭିନ୍ନ ସ୍ଥାନରେ ରହୁଥିଲେ ।


ଆଉ ରଥ ଟଣା ହେଲା ବେଳକୁ ଆସି ରଥଟଣାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ମାତ୍ର ଧିରେ ଧିରେ ସମୟର ବଡ଼ ଦାଣ୍ଡରୁ ବାଲି ହଟିଗଲା । ରାସ୍ତା ପୁରା ଚକ୍ ଚକ୍ ହେଲା । ରଥ ବଡ଼ଦାଣ୍ଡରେ ଭଲ ଗଡ଼ିବାକୁ ଲାଗି । ଆଉ ଏହି କଳାବେଠିଆ ପରମ୍ପରା ବିଲୁପ୍ତ ହୋଇଗଲା । ଏବେ ପୋଲିସ ଏବଂ ଭକ୍ତ ମାନଙ୍କ ଦ୍ୱରା ରଥ ଟଣା ହେଉଛି । ଯଦି ଦେଖିବା ତଥ୍ୟ ମୁତାବିକ ୪ହଜାର ୨ଶହ ବେଠିଆ ରଥ ଟଣାରେ ନିୟୋଜିତ ହେଉଥିଲେ ।


ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ୧ ହଜାର, ଶ୍ରୀବଳଭଦ୍ରଙ୍କ ରଥରେ ୧୨୦୦ ଜଣ ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ୧୨୦୦ ବେଠିଆ ରଥ ଟଣା ପାଇଁ ନିୟୋଜିତ ହେଉଥିଲେ । ୧୯୦୨ ମସିହା ରେକର୍ଡ ଅନୁଯାୟୀ ତତ୍କାଳୀନ ରାଜାଙ୍କ ପକ୍ଷରୁ ୫ଶହ ବେଠିଆ ଦୈନିକ ୧ଟଙ୍କା ଲେଖାଏଁ ଖୋରାକ ନେଇ ରଥ ଟଣା କାର୍ଯ୍ୟରେ ନିୟୋଜିତ ହୋଉଥିଲେ । ବେଠିଆ ଶବ୍ଦର ଅର୍ଥ କୁଲି ବୋଲି ଇଂରାଜୀରେ ଉଲ୍ଲେଖ ରଖାଯାଇଛି।